Health Tips- ହାତ, ଗୋଡ, ଅଣ୍ଟା ଦରଜ, କ୍ୟାଲସିୟମ ଓ ରକ୍ତ ର ଅଭାବ 100 ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବନି, ଖାଆନ୍ତୁ ଏହି 3 ଟି ଜିନିଷ

ଠିକ ସମୟରେ ଭୋଜନ ନ କରିବା, ସକାଳୁ ଉଠି ବ୍ୟାୟମ, ପ୍ରାଣାୟମ ନ କରିବା, ଠିକ ସମୟରେ ନିଦ୍ରା ନ ଯିବା ଏପରି ଅନେକ ବ-ଦ-ଭ୍ୟା-ସ ହେତୁ ଆଜିର ଯୁବାପିଢି ମଧ୍ୟରେ ଆଥରାଇଟିସ, ଦୁର୍ବଳତା, କ୍ୟାଲସିୟମ ଅଭାବ, ରକ୍ତ ହୀନତା ଆଦି ଅନେକ ପ୍ରକାର ରୋଗ ଦେଖା ଦେଉଛି ।

ଯଦି ଆପଣଙ୍କୁ ମଧ୍ୟ ଏପରି ସମସ୍ଯା ହେଉଛି ତେବେ ଆଜି ଆମେ ଆପଣଙ୍କୁ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମ ଅନୁସାରେ ଏହି ସବୁର ଘରୋଇ ଉପଚାର ବିଷୟରେ ଜାଣିବୁ । ଏହି ଘରୋଇ ଉପଚାର ପାଇଁ ଆପଣଙ୍କୁ ମାତ୍ର ତିନୋଟି ସାମଗ୍ରୀର ଆବଶ୍ୟକ ହେବ । ଏହି ତିନୋଟି ସାମଗ୍ରୀକୁ ଆପଣ ଦିନେ ଛାଡି ଦିନେ ସକାଳୁ ଖାଲି ପେଟରେ ସେବନ କରିବା ଦ୍ଵାରା ଆପଣ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଏଥିପାଇଁ ଆବଶ୍ୟକ ପ୍ରଥମ ସାମଗ୍ରୀ ହେଉଛି ମେଥି ଦାନା । ଏହା ଆପଣଙ୍କୁ ଯେକୌଣସି କିରାଣୀ ଦୋକାନରେ ସହଜରେ ମିଳିଯିବ । ବାଗଭଟ୍ଟ ଋଷି କହିଛନ୍ତି ମେଥି ଦାନା ଠାରୁ ଅଧିକ ଭଲ ବାତନାଶକ ଔଷଧୀ ଆଉ କିଛି ନାହିଁ । ସମସ୍ତ ପ୍ରକାର ଆଥ୍ରଇଟିସ ରୋଗକୁ ବାତ ଜନିତ ରୋଗ ବୋଲି କୁହାଯାଏ । ବାତ ବିଗିଡି ଗଲେ ଆପଣଙ୍କୁ ପ୍ରାୟ ଶହେରୁ ଅଧିକ ପ୍ରକାର ରୋଗ ହୋଇଥାଏ ବୋଲି ବାଗଭଟ୍ଟ ଋଷି କୁହନ୍ତି  ଓ ଏହି ସମସ୍ଯା ଦୂର କରିବା ପାଇଁ ମେଥି ଦାନା ସର୍ବୋତ୍ତମ ଅଟେ ।

ଏଥିପାଇଁ ଆପଣ ରାତିରୁ ଅଳ୍ପ ପାଣିରେ ଦୁଇ ଚାମୁଚ ମେଥି ଦାନା ଭିଜାଇ ରଖନ୍ତୁ ଓ ଏହାକୁ ସକାଳେ ଭଲ ଭାବେ ଗ୍ରାଇଣ୍ଡ କରି ଦିଅନ୍ତୁ । ଯଦି ଆପଣଙ୍କୁ କିଡନୀ ଷ୍ଟୋନ ଆଦି ରୋଗ ନାହିଁ ତେବେ ସେଥିରେ ଏକ ଠୋପା ପରିମାଣରେ ଚୂନ ମିଶାନ୍ତୁ । ଏହାକୁ ସକାଳୁ ଖାଲି ପେଟରେ ଦିନେ ଛାଡି ଦିନେ ସେବନ କଲେ ଆପଣଙ୍କ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ଦ୍ବିତୀୟରେ ହେଉଛି ଖାଇବା ଗମ୍ । ଏହା ଏକ ପ୍ରକାର ଗଛର ରସରୁ ପ୍ରସ୍ତୁତ ହୋଇଥାଏ । ଦେଖିବାକୁ ସାମାନ୍ଯ କିସମିସ ପରି । ଏହା ଆପଣଙ୍କୁ କୌଣସି ମଲ୍ ରେ ମିଳିଯିବ । ଏଥିରୁ ଏକ ଚାମୁଚ ରାତିରେ ଶୋଇବା ପୂର୍ବରୁ ଭିଜାଇ ରଖନ୍ତୁ ଓ ସକାଳୁ ପ୍ରତିଦିନ ବା ଦିନେ ଛାଡି ଦିନେ ଖାଆନ୍ତୁ । ଏହା ଆପଣଙ୍କ ସ୍ନାୟୁକୁ ଭଲ ଭାବେ ଖୋଲିବାରେ ଓ ହାଡ ଗଣ୍ଠି ଦରଜ ଭଲ କରିବା ପାଇଁ ସର୍ବୋତ୍ତମ ଅଟେ । ମାତ୍ର ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ ଓ ଏହା ଅତ୍ୟଧିକ ଥଣ୍ଡା ହୋଇଥିବାରୁ କେବଳ ଗରମ ଦିନେ ଏହାକୁ ସେବନ କରନ୍ତୁ ।

ତୃତୀୟରେ ଆପଣଙ୍କୁ ଆବଶ୍ୟକ ତେଲଯୁକ୍ତ ଅଖରୋଟ । ସେଥିରେ ଓମେଗା-୩ ଫ୍ୟା-ଟି ଏ-ସି-ଡ ପ୍ରଚୁର ପରିମାଣରେ ଥାଏ । ଏହା ଆଥରାଇଟିସ, କ୍ୟାଲସିୟମ ଓ ରକ୍ତ ଅଭାବ ଏବଂ ପୁ-ରୁ-ଷ ରୋ-ଗ ସବୁକୁ ଦୂର କରିବାରେ ଖୁବ ଲାଭଦାୟକ । ଏହି ସମସ୍ତ ରୋଗର ଉପଚାର ପାଇଁ ଏହାକୁ ଆପଣ ରାତିରେ ଶୋଇବା ଆଗରୁ ସେବନ କରି ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ । 

Leave a Reply

Your email address will not be published. Required fields are marked *