ମେ 5 ରୁ 19 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର, ଦେଖନ୍ତୁ କଣ ରହିବ ଖୋଲା କଣ ରହିବ ବନ୍ଦ

ଆମ ଦେଶରେ ଯେପରି ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି ତାହାକୁ ରୋକିବା କାହା ପକ୍ଷେ ସମ୍ଭବ ହେଉ ନାହି ।

କରୋନାର ପ୍ରଥମ ଲହର ନ ଯାଇଥିଲେ ମଧ୍ୟ ପୁଣି ଥରେ କରୋନର ଦିତୀୟ ଲହର ଏତେ ମାତ୍ରାରେ ପୁରା ବିଶ୍ବରେ ମାତିଛି ଯେ ଯାହାର ପ୍ରକୋପରେ କେତେ ଯେ ଲୋକଙ୍କର ଜୀବନ ଗଲାଣି ତାହାର ଗଣନା କରାଯାଇ ପାରିବ ନାହି ।

କରୋନାର ଆତଙ୍କ ସବୁ ଲୋକଙ୍କ ମନରେ ଏତେ ଭୟ ସୃଷ୍ଟି କରି ସାରିଲାଣି ଯେ ଏହି ଭୟ ଲୋକ ମାନଙ୍କ ମନରୁ କେବେ ଜୀବ ତାହା କହି ହେବ ନାହି । କରୋନା ଆକ୍ରାନ୍ତ ହେବାର ଯେଉଁ ଭୟ ରହିଛି ତାହା ସହିତ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରିବାର ନିୟମକୁ ପାଳନ କରି ଲୋକ ମାନେ ଅତ୍ୟଧିକ ଚିନ୍ତାରେ ପଡି ଗଲେଣି ଯେ କେବେ ଏ ଦେଶରୁ କରୋନା ମହାମାରୀ ଯିବ ।

କରୋନା ମହାମାରୀ ବା ଭାଇରସକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ କେତେ ଗୁଡିଏ ନିୟମ କାନୁନ ଲାଗୁ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରାଜ୍ୟ ସରକାର ଘୋଷଣା କରିଥିବା ଏକ ବଡ ଖବର କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

ଗତ ବର୍ଷ ଯେଭଳି ଭାବେ ପୁରା ରାଜ୍ୟରେ ଲକ ଡାଉନ, ସଟ ଡାଉନ ଓ ନାଇଟ କରଫୁ ଲାଗୁ କରା ଯାଇଥିଲା ଠିକ ସେହି ଭଳି ଚଳିତ ବର୍ଷ ୨୦୨୧ ରେ ମଧ୍ୟ ସେହି ନିୟମ ପୁନରାବୃତ୍ତି ଲାଗୁ କରା ଯାଇଛି । କରୋନା ଭାଇରସ ବ ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଥରେ ଲକ ଡାଉନ ଘୋଷଣା କରିଛନ୍ତି । ପୁରା ରାଜ୍ୟରେ ମେ ୫ ବୁଧବାର ଠାରୁ ୧୯ ତାରିଖ ବୁଧବାର ସକାଳ  ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରା ଯାଇଛି ।

ସାଧାରଣ ଜନତା ନିଜର ଅତି ଆବଶ୍ୟକ ସାମଗ୍ରୀ କିଣି ପାରିବେ । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଲୋକ ମାନେ ବିନା ଗାଡିରେ ଚାଲିକି ଯାଇ ପନିପରିବା ବା ଜରୁରୀ ଜିନିଷ କିଣି ପାରିବେ । ରାଜ୍ୟରେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଖୋଲାଯିବ । ଘର ଠାରୁ ମାତ୍ର ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ଯାଇ ଜିନିଷ ପତ୍ର କିଣି ପାରିବେ । ରାଜ୍ୟର ସବୁଠାରୁ ବଡ ଖବର ଭାବେ ଏହାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜନ ଗହଳି କମେଇବା ପାଇଁ ଏଭଳି ନିୟମ ଲାଗୁ କରା ଯାଇଛି । କଡାକଡି ଭାବେ ଏହି ନିୟମକୁ ପାଳନ କରାଯିବ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *