ଆମ ଦେଶରେ ଯେପରି ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି ତାହାକୁ ରୋକିବା କାହା ପକ୍ଷେ ସମ୍ଭବ ହେଉ ନାହି ।
କରୋନାର ପ୍ରଥମ ଲହର ନ ଯାଇଥିଲେ ମଧ୍ୟ ପୁଣି ଥରେ କରୋନର ଦିତୀୟ ଲହର ଏତେ ମାତ୍ରାରେ ପୁରା ବିଶ୍ବରେ ମାତିଛି ଯେ ଯାହାର ପ୍ରକୋପରେ କେତେ ଯେ ଲୋକଙ୍କର ଜୀବନ ଗଲାଣି ତାହାର ଗଣନା କରାଯାଇ ପାରିବ ନାହି ।
କରୋନାର ଆତଙ୍କ ସବୁ ଲୋକଙ୍କ ମନରେ ଏତେ ଭୟ ସୃଷ୍ଟି କରି ସାରିଲାଣି ଯେ ଏହି ଭୟ ଲୋକ ମାନଙ୍କ ମନରୁ କେବେ ଜୀବ ତାହା କହି ହେବ ନାହି । କରୋନା ଆକ୍ରାନ୍ତ ହେବାର ଯେଉଁ ଭୟ ରହିଛି ତାହା ସହିତ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରିବାର ନିୟମକୁ ପାଳନ କରି ଲୋକ ମାନେ ଅତ୍ୟଧିକ ଚିନ୍ତାରେ ପଡି ଗଲେଣି ଯେ କେବେ ଏ ଦେଶରୁ କରୋନା ମହାମାରୀ ଯିବ ।
କରୋନା ମହାମାରୀ ବା ଭାଇରସକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ କେତେ ଗୁଡିଏ ନିୟମ କାନୁନ ଲାଗୁ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରାଜ୍ୟ ସରକାର ଘୋଷଣା କରିଥିବା ଏକ ବଡ ଖବର କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।
ଗତ ବର୍ଷ ଯେଭଳି ଭାବେ ପୁରା ରାଜ୍ୟରେ ଲକ ଡାଉନ, ସଟ ଡାଉନ ଓ ନାଇଟ କରଫୁ ଲାଗୁ କରା ଯାଇଥିଲା ଠିକ ସେହି ଭଳି ଚଳିତ ବର୍ଷ ୨୦୨୧ ରେ ମଧ୍ୟ ସେହି ନିୟମ ପୁନରାବୃତ୍ତି ଲାଗୁ କରା ଯାଇଛି । କରୋନା ଭାଇରସ ବ ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଥରେ ଲକ ଡାଉନ ଘୋଷଣା କରିଛନ୍ତି । ପୁରା ରାଜ୍ୟରେ ମେ ୫ ବୁଧବାର ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରା ଯାଇଛି ।
ସାଧାରଣ ଜନତା ନିଜର ଅତି ଆବଶ୍ୟକ ସାମଗ୍ରୀ କିଣି ପାରିବେ । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଲୋକ ମାନେ ବିନା ଗାଡିରେ ଚାଲିକି ଯାଇ ପନିପରିବା ବା ଜରୁରୀ ଜିନିଷ କିଣି ପାରିବେ । ରାଜ୍ୟରେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଖୋଲାଯିବ । ଘର ଠାରୁ ମାତ୍ର ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ଯାଇ ଜିନିଷ ପତ୍ର କିଣି ପାରିବେ । ରାଜ୍ୟର ସବୁଠାରୁ ବଡ ଖବର ଭାବେ ଏହାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜନ ଗହଳି କମେଇବା ପାଇଁ ଏଭଳି ନିୟମ ଲାଗୁ କରା ଯାଇଛି । କଡାକଡି ଭାବେ ଏହି ନିୟମକୁ ପାଳନ କରାଯିବ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।
ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।