ଆମ ରୋଷେଇ ଘରେ ମିଳୁଥିବା ମସଲା ପାଇଁ ବ୍ୟବହୃତ ପ୍ରତ୍ଯେକ ସାମଗ୍ରୀର କିଛି ନା କିଛି ଔଷଧୀୟ ଗୁଣ ରହିଛି । ଯାହା ବିଷୟରେ ଆଗରୁ ହିଁ ଆମ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମରେ ବାଗଭଟ୍ଟ ଋଷି ଉଲ୍ଲେଖ କରିଛନ୍ତି ।
ଖାଦ୍ୟକୁ ସ୍ଵାଦିଷ୍ଟ କରିବା ପାଇଁ ବ୍ୟବହାର ହେଉଥିବା ମସଲା ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଗୋଲ ମରିଚ । ମାତ୍ର ଖାଦ୍ଯରେ ଗୋଲ ମରିଚର ବ୍ୟବହାର ବ୍ଯତୀତ ଏଥିରେ ଭରି ରହିଥିବା ଔଷଧୀୟ ଗୁଣ ବିଷୟରେ କଣ ଆପଣ ଜାଣିଛନ୍ତି କି ? ଗୋଲ ମରିଚକୁ ବିଭିନ୍ନ ଉପାୟରେ ବ୍ଯବହାର କରି ଅନେକ ରୋଗର ଚିକିତ୍ସା କରିହେବ । ଆଜି ଆମେ ଆପଣଙ୍କୁ ଗୋଲ ମରିଚର କିଛି ଉପକାରିତା ଓ ପ୍ରୟୋଗ ବିଷୟରେ ଜଣାଇବୁ ।
ଋତୁ ବଦଳିବା ହେତୁ ବା ଅନ୍ୟ କାରଣରୁ ଅତ୍ୟଧିକ ଥଣ୍ଡା, କାଶ ଓ ଜ୍ଵର ହେଉଥିଲେ, ଇମ୍ୟୁନିଟି କମ ରହୁଥିଲେ ଗୋଲମରିଚକୁ ଏହିପରି ସେବନ କରନ୍ତୁ । ୪-୫ଟି ଗୋଲମରିଚ, ଖଣ୍ଡେ ଛୋଟ ଅଦା, ଗୋଟିଏ ତୁଳସୀ ପତ୍ର କୁ ଏକ ହେମଦସ୍ତାରେ ଭଲ ଭାବେ କୁଟି ଦିଅନ୍ତୁ । ଏହାକୁ ଏକ ଚାମୁଚ ମହୁ ସହ ମିଶାଇ ସେବନ କରନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ମହୁ ସହ ନ ଖାଇ ହାଲୁକା ଗରମ ପାଣି ସହ ଏହି ମିଶ୍ରଣକୁ ସେବନ କରନ୍ତୁ । ଦେଖିବେ ସେହି କ୍ଷଣି ଆପଣଙ୍କୁ ଆରାମ ମିଳିବ ।
ଏହି ମିଶ୍ରଣକୁ ଆପଣ ଉଭୟ ସକାଳେ ଓ ସନ୍ଧ୍ୟାରେ ଦୁଇ ଥର କହଳି ପେଟରେ ଭୋଜନ କରି ପାରିବେ । ଏହାର ମାତ୍ର ଦୁଇଥର ପ୍ରୟୋଗରେ ହିଁ ଜ୍ଵର, ଥଣ୍ଡା, କାଶ, କଫ ଓ ରୋଗ ପ୍ରତିରୋଧକ ହ୍ରାସ ପାଇବା ସମସ୍ଯା ଦୂର ହୋଇଯାଏ । କେହି କେହି କୁହନ୍ତି ସେ ଯେତେ ଖାଇଲେ ମଧ୍ୟ ତାଙ୍କ ଦେହ ଲାଗୁ ନାହିଁ । ଆଉ କେହି କେହି ଯେତେ କମ ଖାଇଲେ ମଧ୍ୟ ଶୀଘ୍ର ମୋଟା ହୋଇଯାନ୍ତି । ଏହାର କାରଣ ହେଉଛି ଦୁର୍ବଳ ମେଟାବୋଲିଜିମ ।
ମେଟାବୋଲିଜିମ ଦୁର୍ବଳ ରହିବା ଦ୍ଵାରା ସଠିକ ସମୟରେ ଆପଣଙ୍କ ହଜମ ହୁଏ ନାହିଁ ଓ ଖାଦ୍ଯରୁ ଭଲ ଭାବେ ପୋଷକ ତତ୍ତ୍ଵ ଆପଣଙ୍କ ରକ୍ତରେ ଯାଇ ପାରେ ନାହିଁ । ତେବେ ଆପଣଙ୍କ ମେଟାବୋଲିଜିମ ବୃଦ୍ଧି କରିବା ପାଇଁ ସକାଳୁ ଉଷୁମ ପାଣିରେ ତିନିରୁ ଚାରୋଟି ଗୋଲ ମରିଚର ଗୁଣ୍ଡ ମିଶାଇ ଖାଲି ପେଟରେ ସେବନ କରନ୍ତୁ । ଗୋଲ ମରିଚ ମଧ୍ୟ ସ୍ବଭାବରେ ଗରମ ହୋଇଥିବାରୁ ଏହାକୁ ଶୀତ ଦିନେ ସେବନ କରନ୍ତୁ ଓ ଖରାଦିନେ ଆପଣଙ୍କ ହିସାବରେ ଦିନେ ଛାଡି ଦିନେ ସେବନ କରି ପାରିବେ ।
ଅଧ ଚାମୁଚ ଗୋଲ ମରିଚ ଗୁଣ୍ଡ ଏକ ଚାମୁଚ ମହୁ ଓ ଗୋଟିଏ ତୁଳସୀ ପତ୍ର ସହ ମିଶାଇ ଖାଇଲେ କୋଷ୍ଠକାଠିନ୍ୟ ସମସ୍ଯା ଦୂର ହୋଇଥାଏ । ଯେଉଁ ପୁରୁଷ ମାନଙ୍କ ଶରୀରରୁ କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ଚାଲି ଯାଇଥାଏ ଏବଂ ସବୁବେଳେ ଥକିବା ପରି ଅନୁଭବ ହେଉଥାଏ, ସେମାନେ ମଧ୍ୟ ଅଧ ଚାମୁଚ ଗୋଲ ମରିଚ ଗୁଣ୍ଡ ସହ ଅଳ୍ପ ଅଶ୍ଵଗନ୍ଧା ଗୁଣ୍ଡ ଓ ତ୍ରିଫଳା ଗୁଣ୍ଡ ମିଶାଇ ଖାଇଲେ ଫୁରତି ଅନୁଭବ କରି ପାରିବେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।