ସକାଳୁ ଖାଲି ପେଟରେ ଗୁଡ ଖାଇବା ଦ୍ଵାରା ମୂଳରୁ ଶେଷ ହୋଇଯାଏ ଏହି ସବୁ ରୋଗ, କେବେ ବି ଆସେ ନାହିଁ ବୁଢାପା, କେବଳ ସଠିକ ଉପାୟ ଜଣାଥିବା ଦରକାର- Health Tips

ଶିଶୁଟିଏ ମା କ୍ଷୀର ଛଡା ଆଉ କିଛି ସେବନ କରେ ନାହିଁ । ମାତ୍ର ବାଗଭଟ୍ଟ ଋଷିଙ୍କ ମତରେ ଗୋଟିଏ ଦିନର ଶିଶୁକୁ ମଧ୍ୟ ଗୁଡ ଖାଇବାକୁ ଦେଇ ହେବ । ଏଥିରୁ ଆପଣ ଅନ୍ଦାଜ ଲଗାଇ ପାରୁଥିବେ ଯେ ଗୁଡ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଅଟେ ।

ଆଜି ଆମେ ଆପଣଙ୍କୁ ଗୁଡ ଖାଇବାର କିଛି ଫାଇଦା ଜଣାଇବୁ । ଚିନି ଓ ଗୁଡ ଉଭୟ ଆଖୁରୁ ତିଆରି ହୋଇଥାଏ । ମାତ୍ର ଚିନି ମଧ୍ୟରୁ ଫସଫରସ ଭାଗ କାଢି ଦିଆଯାଏ ଓ ଗୁଡରେ ଫସଫରସ୍ ଭାରି ମାତ୍ରାରେ ରହିଥାଏ । ଚିନିରେ ଭାରି ମାତ୍ରାରେ ଏସିଡ ଭାଗ ରହିଥାଏ, ଯାହା ହଜମ ହେବାକୁ ବହୁତ ସମୟ ଲାଗେ । ମାତ୍ର ଗୁଡରେ ଆଲକ୍ଲାଇନ ଭାଗ ଅଧିକ ରହିଥିବାରୁ ତାହା ହଜମ ହେବାକୁ ଅଧିକ ସମୟ ନିଏ ନାହିଁ ଓ ଏହା ସହ ଆମ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାଏ ।

ଗୁଡାରେ ଥିବା ଆଲକ୍ଲାଇନ ଭାଗ ଆମ ଶରୀରକୁ ଗଲେ, ଆମେ ଯାହା ବି ଭୋଜନ କରୁ ସେ ସବୁରୁ ପୋଷକତତ୍ତ୍ଵ ଆମ ଶରୀରରେ ସଠିକ ଭାବେ ପହଞ୍ଚି ପାରେ । ଗୁଡ ଆମ ରକ୍ତକୁ ପରିଷ୍କାର କରିବା ସହ ଖାଦ୍ୟରୁ ପୋଷକତତ୍ତ୍ଵ ଗୁଡିକୁ ଆମ ରକ୍ତରେ ମିଶିବାକୁ ଖୁବ ସାହାଯ୍ୟ କରେ । ଗୁଡ ଖାଇବାର ସବୁଠୁ ବଡ ଲାଭ ହେଉଛି ଏହା ପ୍ରଥମେ ଆମ ହଜମ ପ୍ରକ୍ରିୟାକୁ ସବଳ କରିଥାଏ ।

ମାତ୍ର ଆପଣ ଯେତେବେଳେ ଗୁଡ କିଣୁଛନ୍ତି ସେତେବେଳେ ଚେଷ୍ଟା କରନ୍ତୁ ସବୁଠୁ ଗାଢ ରଙ୍ଗର ବା ତମ୍ବା ରଙ୍ଗର ଦିଶୁଥିବା ଗୁଡ ଆଣିବାକୁ । ଗୁଡ ଯେତେ ଗାଢ ରଙ୍ଗର ହୋଇଥାଏ, ସ୍ୱାସ୍ଥ୍ୟ ପାଇଁ ସେତେ ଅଧିକ ଲାଭଦାୟକ ହୋଇଥାଏ । ସକାଳୁ ଖାଲି ପେଟରେ ୫ ଗ୍ରାମ ଗୁଡ ହାଲୁକା ଗରମ ପାଣି ସହ ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କ ଚେହେରା ଚମକି ଉଠିବ, ସମସ୍ତ ବ୍ରଣ ଓ କଳା ଦାଗ ଚେହେରାରୁ ଗାୟବ ହୋଇଯିବ । ଆଖି ତଳ କଳା ପଡିବା ମଧ୍ୟ ବନ୍ଦ ହୋଇଯିବ ।

ଗୁଡାରେ ଆଣ୍ଟି ଏଜିଂ ଏଜେଣ୍ଟ ରହିଥିବାରୁ ଏହା ପ୍ରତିଦିନ ସେବନ କରିବା ଦ୍ଵାରା ଆପଣଙ୍କୁ ଶୀଘ୍ର ବାର୍ଦ୍ଧକ୍ୟ ଆସିବାକୁ ଦିଏ ନାହିଁ । ବୟସ ବଢିଲେ ମଧ୍ୟ ଆପଣ ଖୁବ ସବଳ ଦେଖାଯିବେ । ଏହା ଆପଣଙ୍କୁ ନିରୋଗ ରଖିବା ସହ ଆପଣଙ୍କ ବୟସ ମଧ୍ୟ ବୃଦ୍ଧି କରିବ । ଆପଣ ୮୦ ରୁ ୧୦୦ ବର୍ଷ ଆରାମରେ ବଞ୍ଚି ପାରିବେ । ଆଗ କାଳରେ ଆମ ଜେଜେବାପା ଓ ଅଜା ମାନେ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚୁଥିଲେ ଓ ସୁସ୍ଥ ସବଳ ମଧ୍ୟ ରହୁଥିଲେ । କାରଣ ସେମାନେ ଗୁଡ ସେବନ କରୁଥିଲେ ।

ଗୁଡ ଆପଣଙ୍କ ଆଖି ପାଇଁ ମଧ୍ୟ ଖୁବ ଉପଯୋଗୀ ହୋଇଥାଏ । ଗୁଡ ସେବନ କରିବା ଦ୍ଵାରା ଆପଣଙ୍କ ଦୃଷ୍ଟି ଶକ୍ତି ଅତି କମରେ ୬୦ ରୁ ୭୦ ବର୍ଷ ଯାଏ ମଧ୍ୟ ସବଳ ରହିବା । ଏହା ସହ ଆପଣଙ୍କ କେଶ ପାଇଁ ମଧ୍ୟ ଗୁଡ ଖୁବ ଲାଭଦାୟକ ଅଟେ । ଆପଣ ଗୁଡକୁ ଗରମ ପାଣି ସହ ଖାଇ ପାରିବେ କିମ୍ବା ଗୁଡ ଚାହା ପ୍ରସ୍ତୁତ କରି ମଧ୍ୟ ପିଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *