ସକାଳୁ ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ, ଜଲ୍ଦି ଦେଖନ୍ତୁ- Health Tips

ବାୟୁ, ଜଳ, ମାଟି, ଅଗ୍ନି ଓ ଆକାଶ ଆଦି ପଞ୍ଚତତ୍ତ୍ଵରେ ଆମ ଶରୀର ଗଠିତ ଅଟେ । ତନ୍ମଧ୍ୟରୁ କେବଳ ୭୨% ଜଳ ତତ୍ତ୍ଵ ରହିଛି । ଆପଣ ଯଦି କେବଳ ଏହି ଜଳ ତତ୍ତ୍ୱକୁ ଠିକ୍ ରଖିବା ପାଇଁ ଯତ୍ନଶୀଳ ହୁଅନ୍ତି, ତେବେ ଆପଣଙ୍କୁ ସାରା ଜୀବନ କୌଣସି ରୋଗ ହେବ ନାହିଁ ।

ତେବେ ଏହି ଜଳକୁ କିପରି ଓ କେତେବେଳେ ପିଇଲେ କଣ ଲାଭ ମିଳିଥାଏ, ସେହି ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ। ଆଗ କାଳରେ ଲୋକେ ଜାଣିଥିଲେ ଯେ ସେମାନେ ପାଣିକୁ ଯେପରି ବ୍ୟବହାର କରିବେ, ପାଣି ମଧ୍ୟ ତାଙ୍କ ଶରୀର ଭିତରେ ସେହିପରି ବ୍ୟବହାର କରିବ । ଆପଣ ଦେଖିଥିବେ ଏବେ ମଧ୍ୟ ଅନେକ ଗ୍ରାମରେ ବା ଘରେ ଲୋକମାନେ ତମ୍ବା ପାତ୍ରରେ ପାଣି ରଖି ପାନ କରନ୍ତି ।

ତେବେ ଆପଣ ମଧ୍ୟ ପାଣି ରଖି ପାରିବା ଭଳି ଯେକୌଣସି ଏକ ତମ୍ବା ପାତ୍ର କିଣି ନିଅନ୍ତୁ । ସେଥିରେ ରାତି ସାରା ବା ୧୦ ରୁ ୧୨ ଘଣ୍ଟା ପାଣି ରଖନ୍ତୁ ଓ ସକାଳେ ଉଠିବା ମାତ୍ରେ ଖାଲି ପେଟରେ ପ୍ରଥମେ ସେହି ତମ୍ବା ପାତ୍ରରୁ ପାଣି ନେଇ ପିଅନ୍ତୁ । ସକାଳେ ଉଠିବା ପରେ କୁଳି ମଧ୍ୟ କରନ୍ତୁ ନାହିଁ, କାରଣ ଆମ ପାଟିରେ ଥିବା ଲାଳରେ ଗ୍ୟାସ ସମସ୍ୟା ଦୂର କରିବା ଭଳି ତତ୍ତ୍ଵ ରହିଥାଏ ।

ଆମ ପେଟ ବା ପାଚନ ତନ୍ତ୍ରରେ ଭାରି ମାତ୍ରାରେ ଏସିଡ ଉତ୍ପାଦ ହୋଇଥାଏ, ଯାହା ଆମେ କୁଳି ନ କରି ବାସି ପେଟରେ ପାଣି ପିଇବା ଦ୍ବାରା ସେହି ଲାଳ ଆମ ପେଟକୁ ଯାଇ ଏସିଡିଟିରୁ ରକ୍ଷା କରିଥାଏ । କୋଷ୍ଠକାଠିନ୍ୟ ହେଉ ବା ଅର୍ଶ ଏହିପରି ଆପଣଙ୍କୁ ଯେତେ ସମସ୍ୟା ଅଛି, କେବଳ ପାଣି ପିଇବା ଦ୍ବାରା ହିଁ ସେହି ସମସ୍ତ ଠିକ୍ ହୋଇ ଯାଇ ପାରେ ।

ତମ୍ବାରେ ରହିଥିବା ତତ୍ତ୍ଵ ଆମ ଆଖି ପାଇଁ ଖୁବ୍ ଉପଯୋଗୀ ଅଟେ । ସକାଳୁ ବାସି ମୁହଁରେ ତମ୍ବା ପାତ୍ର ପାଣି ପିଇବା ଦ୍ବାରା ଆପଣଙ୍କ ଦୃଷ୍ଟି ଶକ୍ତି ବୃଦ୍ଧି ପାଇବ । ଯେଉଁ ମାନଙ୍କର ବୟସ ନ ହେଉଣୁ କେଶ ଝଡ଼ିବା ସମସ୍ୟା ଦେଖା ଯାଉଛି, ସେମାନେ ମଧ୍ୟ ସକାଳୁ ଉଠି ତମ୍ବା ପାତ୍ରରେ ଥିବା ପାଣି ପାଇଲେ ଅନେକ ଲାଭବାନ ହୋଇ ପାରିବେ ।

ତମ୍ବା ପାତ୍ର ପାଣି ପିଇବା ଦ୍ବାରା ଆପଣଙ୍କୁ କେବେ ଜୀବନରେ ଏସିଡିଟି ଓ ପାଚନ ତନ୍ତ୍ର ସମସ୍ୟା ଦେଖା ଦେବ ନାହିଁ । ଯେଉଁମାନଙ୍କୁ ଅତ୍ୟଧିକ ଗ୍ଯାସ ପାସ୍ ହୁଏ, ଆମ୍ବିଳା ହାକୁଟି ହୁଏ, ହଜମ ଠିକ୍ ସେ ହୁଏ ନାହିଁ ଓ ଯାହାଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ହେଉଛି ଏପରି ଲୋକମାନେ ସକାଳୁ ବାସି ମୁହଁରେ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ ରହିଛି ।

ଅନେକ ସମୟରେ ଆମେ ପୁଷ୍ଟିକର ଖାଦ୍ୟ ଖାଇଲେ ମଧ୍ୟ ସେଥିରେ ଥିବା ପୋଷକ ତତ୍ତ୍ଵ ଆମ ରକ୍ତକୁ ଠିକ୍ ଭାବେ ଯାଇ ପାରେ ନାହିଁ । ସକାଳୁ ବାସି ମୁହଁରେ ତମ୍ବା ପାତ୍ର ପାଣି ପିଇବା ଦ୍ବାରା ଆପଣଙ୍କ ରକ୍ତ ଖୁବ୍ ଭଲ ଭାବେ ପୋଷକ ତତ୍ତ୍ଵ ଶୋଷଣ କରି ନେଇପାରେ । ତମ୍ବା ପାତ୍ରରେ ପାଣି ପିଇବାର ଏହାଠୁ ଅଧିକ ଲାଭଦାୟକ ବିଷୟ ଆଉ କିଛି ନାହିଁ । ଏହି ପାଣି ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧି କରିବାରେ ଖୁବ୍ ସହାୟକ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *