Vastu Tips- କେଉଁ ମାସରେ ଘର ତିଆରି କଲେ ବଢି ଚାଲେ ଧନ-ସମ୍ପତି ?

ନମସ୍କାର ବନ୍ଧୁଗଣ ସବୁ ମଣିଷ ର ସ୍ୱପ୍ନ ଏବଂ ଇଚ୍ଛା ଥାଏ ତାହାର ନିଜର ଏକ ଘର । ଯାହାକୁ ସେ ବହୁତ ସୁନ୍ଦର ଭାବେ ଗଢିବାକୁ ଚାହିଁଥାଏ । କିନ୍ତୁ ଯଦି ଘର ଠିକ ଭାବରେ ନ ହୋଇ ପାରେ କିମ୍ବା ଘର ହେବା ପରେ ସେଠି ସୁଖ ଶାନ୍ତି ରୁହେ ନାହିଁ ।

ନକରାତ୍ମକ ବାତାବରଣ ସହ ସର୍ଵଦା କଳି ଝଗଡା ଲାଗି ରହିଥାଏ ଏବଂ ପରିବାର ମାନଙ୍କ ଭିତରେ ପ୍ରେମ ସ୍ନେହ ମଧ୍ୟ ରୁହେ ନାହିଁ । ତେବେ ସେ ଘର ନର୍କ ସମାନ ହୋଇ ଯାଏ । ତେବେ ସର୍ଵଦା ଘର କରିବା ବେଳେ ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ମାସ ରେ ଏବଂ କେଉଁ ଦିନ କିମ୍ବା ଘରର କେଉଁ ଜିନିଷ କୁ କେଉଁଠାରେ ରଖିବା ଉଚିତ ଏବଂ ଶୁଭ ହେବ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ସବୁଠାରୁ ଜରୁରୀ ହେଉଛି କେଉଁ ମାସ ରେ ଘର କଲେ ତାହା ଶୁଭ ହୋଇଥାଏ ସକରାତ୍ମକ ଉର୍ଜା ସହ ଆମକୁ ଧନ ର ଲାଭ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା କି କେଉଁ ମାସ ରେ ଘର ତିଆରି କରିବା ଦ୍ୱାରା ଆମକୁ ଧନ ର ଲାଭ ହୋଇଥାଏ ।

ଆଜି କାଲିର ପିଲାମାନେ ବାସ୍ତୁ ଶାସ୍ତ୍ର କୁ ମାନନ୍ତି ନାହିଁ ଏବଂ ନିଜ ଇଚ୍ଛା ଅନୁସାରେ ଡିଜାଇନ ଆଦି ପ୍ରସ୍ତୁତ କରି ଦେଉଛନ୍ତି । ତେବେ ଯଦି ଆପଣ ଆଗକୁ କିଛି ଯୋଜନା ବନାଉ ଛନ୍ତି ଘର କରିବାର ତେବେ କିଛି ମାସ ରହିଛି ସେହି ମାସ ରେ ଘର ତିଆରି କରିବା ବହୁତ ଶୁଭ ଏବଂ ଲାଭ ଜନକ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଘରର ମୁଖ୍ୟ ଦ୍ୱାର । ଯଦି ଆପଣ ଘରର ମୁଖ୍ୟ ଦ୍ୱାର କୁ ସଠିକ ଦିଗ ରେ ରଖନ୍ତି ତେବେ ଆପଣ ବହୁ ସୁଖ ଶାନ୍ତି ରେ ରହି ପାରିବେ । ଘରର ମୁଖ୍ୟ ଦ୍ୱାର ପୂର୍ବ ଦିଗ କିମ୍ବା ଉତ୍ତର ଦିଗ ଏହି ଦୁଇଟି ଦିଗ ସବୁଠାରୁ ଉତ୍ତମ ଅଟେ । ତେବେ ବର୍ତ୍ତମାନ ଆସନ୍ତୁ ସେହି ଶୁଭ ମାସ ସମ୍ପର୍କରେ ଆଲୋଚନା କରି ନେବା ।

୧- ପ୍ରଥମ ମାସ ଟି ହେଉଛି ବୈଶାଖ ମାସ । ଯଦି ଆପଣ ବୈଶାଖ ମାସ ରେ ଘର ତିଆରି କରନ୍ତି ତେବେ ଧନ ରତ୍ନ ଲାଭ ସହ ଆପଣ ଙ୍କର ଅନେକ ଉନ୍ନତି ମଧ୍ୟ ହୋଇଥାଏ । ତେଣୁ ବୈଶାଖ ମାସ ଘର ତିଆରି ପାଇଁ ବହୁତ ଶୁଭ ଅଟେ ।

୨- ଦ୍ଵିତୀୟ ମାସ ଟି ହେଉଛି ଜ୍ୟୋଷ୍ଠ ମାସ । ଏହି ମାସ ରେ ଘର ଆରମ୍ଭ କରିବା ଦ୍ୱାରା କିଛି ବାଧା ବିଘ୍ନ ଆସିପାରେ । ତେଣୁ କେବେବି ନିଜର ଘର ର ଆରମ୍ଭ ଏହି ମାସ ରେ କରନ୍ତୁ ନାହିଁ । ଏହା ବହୁତ କ୍ଷତି ପହଞ୍ଚାଇ ଥାଏ ।

୩- ତୃତୀୟ ରେ ହେଉଛି ଆଷାଢ଼ ମାସ ଏହି ମାସ ରେ ଘର ପ୍ରସ୍ତୁତି ଆରମ୍ଭ କଲେ ଆପଣଙ୍କ ଧନ ରତ୍ନ ର ବୃଦ୍ଧି ସହ ଆପଣଙ୍କ ଗୃହପାଳିତ ପଶୁ ଙ୍କ ବୃଦ୍ଧି ମଧ୍ୟ ହେବ ।

୪- ଚତୁର୍ଥ ମାସ ହେଉଛି ଶ୍ରାବଣ ମାସ । ଏହି ମାସକୁ ପବିତ୍ର ମାସ ବୋଲି ମଧ୍ୟ କୁହାଯାଏ । ଏହି ମାସ ରେ ଘର ପ୍ରସ୍ତୁତ କଲେ ଶୁଭ ହେବ । ସକରାତ୍ମକ ଉର୍ଜା ର ବୃଦ୍ଧି ହେଁବ ଏବଂ ସମସ୍ତ କାମନା ସିଦ୍ଧି ହେବ ।

୫- ପଞ୍ଚମ ରେ ହେଉଛି ମାର୍ଗଶିର ମାସ ରେ ନିଜର ଘର ତିଆରି ଆରମ୍ଭ କରନ୍ତି ତେବେ ଏହା ବହୁତ ଶୁଭ ଏବଂ ଆପଣଙ୍କ ଘରେ ସର୍ଵଦା ଧନ ଧାନ୍ୟ ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

୬- ଷଷ୍ଠ ମାସ ହେଉଛି ମାଘ ମାସ ଏହି ମାସ ରେ ଯଦି ଆପଣ ଘର ବନାଉଛନ୍ତି ତେବେ ଆପଣ ଙ୍କୁ ସୁବର୍ଣ୍ଣ ମିଳିବାର ସମ୍ଭାବନା ରହିଛି ଏବଂ ଘରେ ସୁଖ ସମୃଦ୍ଧି ଏବଂ ଧନ ଧାନ୍ୟ ର ବୃଦ୍ଧି ମଧ୍ୟ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *