ଆପଣ ସଜନା ( Moringa ) ଶାଗ ଖାଉଛନ୍ତି କି, ତେବେ ନିଶ୍ଚୟ ପଢନ୍ତୁ ଏହି ଖବର – Health Tips

ଓଡିଶା ର ଗ୍ରାମ ମାନଙ୍କ ରେ ଓ ଓଡିଶା ରେ ମଧ୍ୟ ଶାଗ ଭଜା ଓ ପଖାଳ ଭାତ ର  ମିଶ୍ରଣ ନିଆରା ଅଟେ। ତେବେ ଶାଗ ତ ବହୁତ ପ୍ରକାର ର ଅଛି ତନ୍ମଧ୍ୟରୁ ସଜନା ଶାଗ ଅନ୍ୟତମ । ସଜନା ଶାଗ କୁ ଅନେକ ଜାଗା ରେ ବିଭିନ୍ନ ନାମ ରେ ଜଣାଯାଏ। ଏହା ତରକାରୀ ରେ ବ୍ୟବହାର କରାଯାଏ ।  ଏହାର ଭଜା ବେଶି ସୁଆଦ ଲାଗିଥାଏ।

ସଜନା ଗଛ ର ପତ୍ର , ଫଳ , ଫୁଲ ଆଦି ଖାଦ୍ୟ ରେ ବ୍ୟବହାର କରାଯାଏ । ଏହାର ପତ୍ର , ଫୁଲ , ଫଳ ଆଦି ରେ ଆୟୁର୍ବେଦିକ ଔଷଧୀୟ ଗୁଣ ଲୁଚି ରହିଛି । ଏହା ମଧ୍ୟ ରେ ଅନେକ ପୋଷକ ତତ୍ୱ ଭରି ରହିଛି । ଯେପରି କୁହାଯାଇଛି ଯେ ୧୦୦ ଗ୍ରାମ ର ସଜନା ଶାଗ ରେ ୫ ଗ୍ଲାସ କ୍ଷୀର ପରି କ୍ୟାଲସିୟମ ଭରି ରହିଛି । ଗୋଟିଏ ଲେମ୍ବୁ ର ସମାନତା ରେ ସଜନା ଶାଗ ରେ ୫ ଗୁଣା ଅଧିକ ଭିଟାମିନ c ରହିଥାଏ ।

ସଜନା ଶାଗ ରେ ଅନେକ ଔଷଧୀୟ ଗୁଣ ରହିବା ସହ ଏଥିରେ ପ୍ରୋଟିନ ,  ପୋଟାସିୟମ , ଆଇରନ, ମ୍ୟାଗ୍ନେସିୟମ, ଫସଫରସ, ଭିଟାମିନ B12 ଆଦି ପୋଷକ ମଧ୍ୟ ଭରପୁର ମାତ୍ରା ରେ ଅଛି । ଯଦି ଆପଣଙ୍କୁ ହଇଜା, ଜଣ୍ଡିସ, ଆଦି ହୋଇଥାଏ ତେବେ ଏହି ପତ୍ର କୁ ପାଣି ରେ ଫୁଟାଇ ଏହାକୁ ପିଅନ୍ତୁ । ଯଦି ଆପଣଂକୁ ଥଣ୍ଡା ହୋଇ ଥାଏ ଓ ନିଶ୍ୱାସ ନେବା ରେ କଷ୍ଟ ହେଉ ଥାଏ

ତେବେ ଆପଣ ସଜନା ଶାଗ ଓ ଏହାର ଫଳ କୁ ପାଣି ରେ ଫୁଟାଇ, ସେହି ପାଣି ର ବାମ୍ଫ କୁ ନେବା ଦ୍ୱାରା ଥଣ୍ଡା କମିଥାଏ । ଚକ୍ଷୁ ଜନିତ ସମସ୍ୟା ଓ ଯେଉଁମାନେ ଚଷମା ବ୍ୟବହାର କରନ୍ତି ସେମାନଙ୍କ ପାଇଁ ସଜନା ଶାଗ ବହୁତ ଲାଭ ଦାୟକ । ଏହା ର ଭଜା ବା ତରକାରୀ ଭାବେ ଆପଣ ନିଜ ଖାଦ୍ୟ ରେ ଖାଇ ପାରିବେ । ପେଟ ଜନିତ ସମସ୍ୟା ଦୂର ପାଇଁ ମଧ୍ୟ ସଜନା ଶାଗ ଖାଇବା ବହୁତ ଭଲ ଅଟେ ।

ଯେଉଁମାନଙ୍କ ର ଉଚ୍ଚ ରକ୍ତଚାପ ଥାଏ ସେମାନେ ସଜନା ଶାଗ ଖାଇବା ନିହାତି ଜରୁରୀ ଅଟେ । ଏହା ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ । ଏହାକୁ ଡାକ୍ତର ମାନେ ମଧ୍ୟ ପରାମର୍ଶ କରି ଥାନ୍ତି । ସଜନା ଶାଗ ଆମ ପାଚନ କ୍ରିୟା ରେ ଭଲ  ସାହାର୍ଯ୍ୟ କରି ଥାଏ । ଯାହା ଦ୍ୱାରା ଖାଦ୍ୟ ହଜମ ଜଲ୍ଦି ହୋଇ ଥାଏ । କେଶ ପାଇଁ ମଧ୍ୟ ଶାଗ ଖାଇବା ଉଚିତ । ଯାହା ଫଳ ରେ ଲମ୍ବା,

ଘନ, କଳା କେଶ ହୋଇ ଥାଏ ।  ଯେଉଁ ଶିଶୁ ମାନେ କୁପୋଷଣ ରେ ପୀଡିତ ଥାଆନ୍ତି ସେମାନେ ସଜନା ଶାଗ ଖାଇବା ଦ୍ୱାରା ତାଙ୍କ ଶରୀରକୁ ପୋଷଣ ଯାଇଥାଏ ଓ କୁପୋଷଣ ରୁ ମୁକ୍ତି ପାଇ ଥାନ୍ତି । ଯେଉଁ ନାରୀ ମାନେ ଗର୍ଭବତୀ ଅଛନ୍ତି ବା ଯେଉଁ ନାରୀ ମାନେ ଶିଶୁ କୁ ସ୍ତନ ପାନ କରୁଥାନ୍ତି ସେମାନେ ସଜନା ଶାଗ ଖାଇବା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ରହିଥାଏ ଓ ଉଭୟ ମା ଓ ଶିଶୁ କୁ ପୋଷଣ ମିଳିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *