ରୁପି ଦୂର ହେବ କିପରି ? ଜାଣନ୍ତୁ ଏ ନେଇ କଣ କୁହନ୍ତି Dr Diptiranjani Bisoyi

ନମସ୍କାର ବନ୍ଧୁଗଣ । ଉଭୟ ପୁରୁଷ ଓ ମହିଳା ଙ୍କ ଠାରେ ରୁପି ଏକ ସାଧାରଣ ସମସ୍ୟା ଭାବରେ ଦେଖିବାକୁ ମିଳିଥାଏ । ଏହି ସମସ୍ୟା କୁ ନେଇ ଅନେକ ଲୋକ ଚିନ୍ତିତ ମଧ୍ଯ ରହିଥାନ୍ତି । ରୁପି ସାଧାରଣତଃ ଶୀତ ଦିନ ରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହା କେଶ ରେ ଦେଖାଯିବାର କାରଣ ଭିନ୍ନ ଭିନ୍ନ ହୋଇଥାଏ । ଏହା କେଶ ରେ ହେଲେ କେଶ ମୂଳରେ ଧଳା ଧଳା ଦାନା ଦାନା ବା ପାଉଡର ଭଳି ଥିବାର ଦେଖାଯାଇଥାଏ ।

ରୁପି ଜନିତ ସମସ୍ୟା ଆରମ୍ଭ ହେଲେ କେଶର ମୂଳ ସହ ଏହା ଭୂରୁ ବା ଆଇବ୍ରୋ ମାନଙ୍କରେ ହାତ ର କାଖ ତଳେ ମଧ୍ୟ ହେବାର ଦେଖା ଯାଇଥାଏ । ରୁପି ହେଲେ ଏହା ଖୁବ୍ ଅଧିକ କୁଣ୍ଡାଇ ମଧ୍ୟ ହୋଇ ଥାଏ  । ଜେନେଟିକ କାରଣ ରୁ ମଧ୍ଯ ଏହା ହେବାର ଦେଖା ଯାଇଥାଏ । ତାହାଛଡା ଏହା ସମସ୍ତ ଙ୍କ ଠାରେ ମଧ୍ୟ ସମାନ ରୂପରେ ଦେଖା ଯାଇ ନଥାଏ ।

କିଛି ବ୍ୟକ୍ତି ଙ୍କ ଠାରେ ଅଧିକ ମାତ୍ରା ରେ ଦେଖା ଯିବା ସମୟ ରେ କିଛି ଲୋକ ଙ୍କ ଠାରେ ଏହା କମ ମାତ୍ରାରେ ହେବାର ମଧ୍ଯ ଦେଖା ଯାଇଥାଏ । ଏହା ସମୟ ଅନୁସାରେ କାମ ବେଶୀ ମାତ୍ରା ରେ ହେବାର ଦେଖା ଯାଇଥାଏ । ଯେପରିକି ଖରା ଦିନରେ କମ ମାତ୍ରାରେ ଦେଖା ଦେବ ସମୟ ରେ ଶୀତ ଦିନ ରେ ଅଧିକ ମାତ୍ରା ରେ ହେବାର ଦେଖା ଯାଇଥାଏ ।

ଯଦି ଆପଣ ଦେଖୁଛନ୍ତି କି ରୁପି ର ମାତ୍ରା ଅଧିକ ଭାବରେ ଦେଖିବାକୁ ମିଳୁଛି ବା ଅନେକ ଦିନ ଧରି ଲାଗି ରହୁଛି ତେବେ ଏହା ପାଇଁ ଆପଣ ଙ୍କୁ ଚିକିତ୍ସାଳୟ କୁ ଯାଇ କୌଣସି ଡର୍ମାଟୋଲୋଜିଷ୍ଟ ଙ୍କ ପାଖକୁ ଯାଇ ତାଙ୍କୁ ଦେଖାଇବା ଉଚିତ ।

ସାଧାରଣତଃ ଚୁଆ ମାନଙ୍କ ଠାରେ ଏହା ଦେଖିବାକୁ ମିଳିଥାଏ । ଏପରି ରେ ଅତ୍ୟାଧିକ ଭୟଭୀତ ନ ହୋଇ କେଶ ରେ ତେଲ ଲଗାଇ ଏହାରବିଶେଷ ଯତ୍ନ ନିଆ ଗଲେ ଏହା କିଛି ଦିନ ରେ ଚାଲି ଯାଇଥାଏ । କିନ୍ତୁ ଯଦି ଏହା ଅନେକ ଦିନ ଧରି ଲାଗି ରହିଥାଏ ତେବେ ଏହାକୁ ଡାକ୍ତର ଙ୍କୁ ନେଇ ଦେଖାଇବା ଉଚିତ । ଅନେକ ଥର ଦେଖିବାକୁ ମିଳିଥାଏ କି ଅନେକ ଲୋକ ଡାକ୍ତର ଙ୍କୁ ଦେଖାଇବା ପରେ କିଛି ଔଷଧ ଆଣି ତାର ସେବନ କରିଥାନ୍ତି ଓ ଏହା ଶୀଘ୍ର ଠିକ୍ ନ ହୋଇଥିଲେ ଅଧିକ ଅସ୍ତ ବ୍ୟସ୍ତ ହୋଇ ଯାଇଥାନ୍ତି ।

ଆପଣ ମାନଙ୍କୁ ଏହାର ଚିକିତ୍ସା କରିବା ସମୟ ରେ ଧର୍ଯ୍ୟ ର ସହ ପ୍ରତୀକ୍ଷା କରିବାକୁ ପଡ଼ିଥାଏ । କେଶ ମୂଳ ରେ ରୁପି ଦେଖା ଦେଲେ ଏହାର କାରଣ ରୁ କେଶ ଝଡ଼ିବା ଦେଖା ଦେଇଥାଏ । ଏହାର ପ୍ରତିକାର ରୂପରେ ପୌରାଣିକ ଉପାୟ ଅନୁସାରେ ଆପଣ କିଛି ଘରୋଇ ଉପଚାର ମାନ ମଧ୍ୟ ବ୍ୟବହାର କରି ପାରନ୍ତି । ତାହା ଛଡା କେଶର ସଫା ରଖିବା ଉଚିତ୍ ।

କେଶ ରେ ଅଳ୍ପ ତେଲ ର ବ୍ୟବହାର କରନ୍ତୁ । ତାହାସହ ବାହାର କୁ ଗଲା ସମୟରେ କେଶ କୁ ଘୋଡାଇ ବାହାରକୁ ଯାଆନ୍ତୁ । କେଶ ରେ ଅଧିକ ସମୟ ସୂର୍ଯ୍ୟ କିରଣ ମଧ୍ୟ ଲଗିବାକୁ ଦିଅନ୍ତୁ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *