ନିଜ ମା’କୁ ଭଲ ପାଉଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…(Odia Motivational Story)

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ଭଗବାନ ଙ୍କର ସନ୍ତାନ । ଭଗବାନ କେବେ ମଧ୍ୟ ନିଜ ସନ୍ତାନ କୁ ଅସୁବିଧା ରେ ଦେଖି ଶାନ୍ତି ରେ ରହି ନଥାନ୍ତି । କିନ୍ତୁ ଏତେ ବଡ ବିଶାଳ ସଂସାର ରେ ଭଗବାନ ସବୁ ସମୟ ରେ ପ୍ରତ୍ୟେକ୍ଷ ରୁପରେ ସବୁ ସ୍ଥାନ ରେ ପ୍ରତ୍ୟେକ ଘରେ ସମସ୍ତଙ୍କ ପାଖରେ ଉପସ୍ଥିତ ରହିବ ଟିକେ କଷ୍ଟ ଲାଗିଥିଲା ଏହି କାରଣରୁ ଈଶ୍ୱର ପ୍ରତ୍ୟେକ ଘରେ ଏକ ମା କୁ ନିଜ ସ୍ୱରୂପ ରେ ରଖିଛନ୍ତି ।

ମାଆ ସିଏ ଅଟେ ଯିଏ ନିଜ କଥା ପରେ ଆଉ ଆଗେ ନିଜ ସନ୍ତାନ ବିଷୟ ରେ ଚିନ୍ତା କରେ । ନିଜେ ଭୋକ୍ରେ ରହି ମଧ୍ୟ ସନ୍ତାନର ଭୋକ ମେଣ୍ଟାଇ ଥାଏ । ବନ୍ଧୁଗଣ ଆଜି ଏକ ସୁନ୍ଦର ସତ୍ୟ ଘଟଣା ଉପରେ ଆଧାରିତ ଏକ ଏପରି ଗଳ୍ପ ନେଇ ଆସିଛୁ ଯାହାକୁ ପଢ଼ି ଆପଣ ଆଖିରୁ ଲୁହ ବାହାରି ଆସିବ ।

ଏକ ଗାଁ ରେ ଏକ ଅନ୍ଧ ବୁଢ଼ୀ ମା ଟିଏ ତାର ପୁଅ ସହ ରହୁଥିଲେ । ସେମାନଙ୍କର ପରିସ୍ଥିତି ସେତେ ଭଲ ନଥିଲା । ତଥାପି ଅନ୍ଧ ମା ପୁଅ କୁ ପାଠ ପଢ଼ାଉଥିଲେ । ଏପରି ରେ କିନ୍ତୁ ସେ ପୁଅ କୁ ତାର ମା ର ଆଖି ନଥିବା କଥା ଭଲ ଲାଗେ ନାହିଁ । ସେ ଏହା ପାଇଁ ଅନ୍ୟ ଙ୍କ ସମ୍ମୁଖ ନିଜକୁ ଲଜ୍ଜ୍ୟାବୋଧ ଅନୁଭବ କରେ ।

ଦିନେ ଏହା ପାଇଁ ସେ ତା ମାଆ କୁ ଅନେକ କଥା କହି ଘରୁ ଅନେକ ଦୂରକୁ ଚାଲିଗଲା । ବିଚାର ଅନ୍ଧ ବୁଢ଼ୀ ମା ଏହାକୁ ପୁଅ ର ଅଜ୍ଞାନତା ଓ ପାଗଳାମୀ ଭାବି ଚୁପ୍ ରହିଗଲା ଓ ତାକୁ କିଛି କହିଲା ନାହିଁ । ଏପରି ରେ ଅନେକ ଦିନ ବିତି ଗଲା । ପୁଅ ଟି ବିବାହ କରି ସହର ରେ ନିଜ ସ୍ତ୍ରୀ ଓ ଝିଅ କୁ ନେଇ ରହିଥାଏ । କିନ୍ତୁ କେବେ ଗାଁ କୁ ଆସି ମା କୁ ଦେଖା କରେ ନାହିଁ ।

କିନ୍ତୁ ବନ୍ଧୁଗଣ ଭାଗ୍ୟର କିଛି ଏପରି ବିଡମ୍ବନା ଥିଲା କି ତା ଝିଅ ଏକ ପ୍ରତିଯୋଗିତା ତାଙ୍କରି ଗାଁ ରେ ହେବାକୁ ଯାଉଥାଏ । ଯାହା କାରଣ ରୁ ସେ ତା ଝିଅ କୁ ଆଣି ଗାଁ କୁ ଆସିଲା । ଏ କଥା ବୁଢ଼ୀ ମା ଯେତେବେଳେ ଶୁଣିବାକୁ ପାଇଲା କି ତା ପୁଅ ଗାଁ କୁ ଆସିଚି ସେ ଅନ୍ୟ କାହା ହାତ ରେ ପୁଅ କୁ ଡକାଇ ପଠାଇଲା ।

କିନ୍ତୁ ପୁଅ ଜଣକ ତଥାପି ମା ପାଖକୁ ଗଲା ନାହିଁ । କିଛି ଦିନ ବିତି ଗଲା ପରେ ବୁଢ଼ୀ ମାଆ ଏ ବିଶାଳ ଦୁନିଆ ଛାଡି ଏପାରି ରୁ ସେ ପରି କୁ ଚାଲିଗଲା । ଏଥର କିନ୍ତୁ ପୁଅ ତା ମାଆ ପାଖକୁ ଗଲା । ସେ ଯେତେବେଳେ ଯାଇ ଦେଖେ ତା ମାଆ ହାତ ରେ ଏକ ଚିଠି ଟିଏ ରହିଛି । ପୁଅ ଚିଠି ଟି ଖୋଲି ଦେଖିଲା ସେଥିରେ ଲେଖା ହୋଇଛି ଟି ଛୋଟ ଥିବା ଅବସ୍ଥାରେ ଦିନେ ଏକ୍ସିଡେଣ୍ଟ ରେ ତୁ ତୋ ଆଖି ହରାଇ ଦେଇଥିଲୁ ।

ଡାକ୍ତର କହିଲେ ତୋର ଯଦି କେହି ତୋତେ ତା ଆଖି ଦିଏ ତେବେ ତୁ ଏ ଦୁନିଆ ଦେଖି ପାରିବୁ । ତେଣୁ ମୁଁ ମୋ ଆଖି ଦୁଇଟି ତତେ ଦେଇ ଦେଇଥିଲି । କିନ୍ତୁ ତୋତେ କେବେ ଏହା କହି ନଥିଲି ହେଲେ ମୋର ଏହି ଆଖି ନଥିବା ହିଁ ଦିନେ ତୋ ପାଇଁ ଲଜ୍ୟା r ek ବିଷୟ ପାଲଟି ଯାଇଥିଲା ।

ଏବେ ମୁଁ ଯାଉଛି ଟି ଖୁସି ରେ ରହ୍ । ଏହା ପଢି ପୁଅ ଟିର ଗୋଡ ତଳୁ ମାଟି ଖସି ଯାଇଥିଲା । କିନ୍ତୁ ବନ୍ଧୁଗଣ ଏବେ ଆଉ ଦୁଃଖ ପ୍ରକାଶ କରି ଲାଭ ବା କଣ । ଦେଖିଲେ ତ ଏକ ମା r nij ସନ୍ତାନ ପ୍ରତି ତାର ଏକ ଅଦ୍ଭୁତ ତ୍ୟାଗ କିପରି ଥିଲା । ତେବେ ଯଦି ଆପଣ ଆପଙ୍କର ମା କୁ ଭଲ ପାଉଥାନ୍ତି ତେବେ ଏହି ମା ଟି ପାଇଁ ଏହି ପୋଷ୍ଟ କି ନିଶ୍ଚୟ ଏକ ଲୋକେ କରି ଯାଆନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *