ରାଶି ଅନୁସାରେ କେଉଁ ଦେବୀ ଦେବତା ଙ୍କୁ ପୂଜା କରିବା ଉଚିତ, ଜାଣନ୍ତୁ

ହିନ୍ଦୁ ଧର୍ମରେ ଦେବା ଦେବୀଙ୍କ ପୂଜାର ବହୁତ ମହତ୍ଵ ରହିଛି । ଏହା ପ୍ରାଚୀନ କାଳରୁ ଚାଲି ଆସିଛି । କୁହାଯାଏ କି ଯେଉଁ ଲୋକ ଦେବା ଦେବୀଙ୍କ ଆରାଧନା କରିଥାଏ, ତା’ ଜୀବନରେ ଥିବା ସବୁ ଦୁଃଖ ଦୂର ହୋଇଯାଇଥାଏ । ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାରର ଦେବା ଦେବୀ ଅଛନ୍ତି । ଆପଣମାନେ ମଧ୍ୟ ସମସ୍ତ ଦେବା ଦେବୀଙ୍କର ପୂଜା କରୁଥିବେ ।

ହେଲେ ଯଦି ଆପଣ ନିଜ ରାଶି ହିସାବରେ କିଛି ଦେବା ଦେବୀଙ୍କୁ ପୂଜା କରିବେ, ତେବେ ଆପଣଙ୍କୁ ବହୁତ ଫାଇଦା ମିଳିବ ।ସବୁ ରାଶିର ଲୋକମାନଙ୍କର କିଛି ଖାସ ସମସ୍ୟା ରହିଥାଏ । ତେଣୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ନିଜ ରାଶି ହିସାବରେ ଦେବା ଦେବୀଙ୍କୁ ପୂଜା କରିବା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମେଷ ରାଶି- ଏହି ରାଶିର ଜାତକମାନଙ୍କର ଭାଗ୍ୟ ଅଧିକାଂଶ ଖରାପ ରହିଥାଏ, ତେଣୁ ଏମାନଙ୍କୁ ଗଣେଶ ଭଗବାନଙ୍କ ଆରାଧନା କରିବା ଉଚିତ । ବୃଷ ରାଶି – ଏହି ରାଶିର ଜାତକଙ୍କୁ ଏକ ସଠିକ ମାର୍ଗ ଦର୍ଶନର ଆବଶ୍ୟକତା ରହିଥାଏ । ସେଥିପାଇଁ ଏମାନଙ୍କୁ ସବୁବେଳେ ସକାଳେ ଉଠିଲା ପରେ ଓ ରାତିରେ ଶୋଇବା ପୂର୍ବରୁ ରାମଙ୍କର ନାମ ଜପ କରିବା ଉଚିତ ।

ମିଥୁନ ରାଶି – ଏମାନଙ୍କର ପ୍ରାୟତଃ ଆର୍ଥିକ ପରିସ୍ଥିତି ଭଲ ନଥାଏ । ତେଣୁ ଏମାନେ ମା ଲକ୍ଷ୍ମୀଙ୍କୁ ଆରାଧନା କରିବା ଉଚିତ । କର୍କଟ ରାଶି – ଏହି ରାଶିର ଲୋକମାନଙ୍କ ଉପରେ ଶିବଙ୍କର କୃପା ରହିଥାଏ । ତେଣୁ ଏହି ରାଶିର ଜାତକମାନଙ୍କୁ ପ୍ରତି ସୋମବାର ଦିନ ଶିବଙ୍କୁ ଆରାଧନା କରିବା ଉଚିତ ।

ସିଂହ ରାଶି – ଏହି ରାଶିର ଜାତକଙ୍କ ପାଇଁ ବିଷ୍ଣୁ ଭଗବାନଙ୍କ ପୂଜା କରିବା ବହୁତ ଲାଭଦାୟକ ହୋଇଥାଏ । ଏହା ଦ୍ଵାରା ତାଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଆସିଥାଏ । କନ୍ୟା ରାଶି – ସବୁ ସଙ୍କଟରୁ ବଞ୍ଚିବା ପାଇଁ ଏହି ରାଶିର ଲୋକମାନଙ୍କୁ ସଙ୍କଟ ମୋଚନ ଶ୍ରୀ ହନୁମାନଙ୍କର ପୂଜା କରିବା ଉଚିତ ।

ମକର ରାଶି – ଏହି ରାଶିର ଜାତକମାନଙ୍କୁ ମା ସରସ୍ଵତୀଙ୍କ ଆରାଧନା କରିବା ଉଚିତ । ଏହା ଦ୍ଵାରା ଏମାନଙ୍କର ବୁଦ୍ଧିର ବିକାଶ ହେବ ଓ ଏମାନେ ଜୀବନରେ ସଫଳତା ହାସଲ କରିବେ । ତୁଳା ରାଶି – ହି ରାଶିର ଲୋକମାନଙ୍କୁ ଶନି ଦେବତାଙ୍କ ଆରାଧନା କରିବା ଉଚିତ । କାରଣ ଏହା ଦ୍ଵାରା ସେମାନେ ଶତୃ ଉପରେ ବିଜୟ ଲାଭ କରିବେ ।

ଧନୁ ରାଶି – ଏହି ଲୋକ ଶିବ ଓ କୃଷ୍ଣ ଭଗବାନଙ୍କର ପୂଜା ପାଠ କରିବା ଉଚିତ । ଏହା ଦ୍ଵାରା ଏମାନଙ୍କର ଜୀବନ ସୁଖମୟ ହୋଇଥାଏ । ବିଛା ରାଶି  – ଏମାନଙ୍କୁ ପ୍ରତି ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାଇବା ଉଚିତ । ଏହା ଦ୍ଵାରା ସେମାନଙ୍କର ଦୁର୍ଭାଗ୍ୟ ଦୂର ହେବା ସହ ସେମାନେ ସଫଳତା ପାଇବେ ।

କୁମ୍ଭ ରାଶି – ଏହି ରାଶିର ଜାତକଙ୍କୁ ମା’ ଦୂର୍ଗାଙ୍କର ପୂଜା କରିବା ଉଚିତ । ମା ଦୂର୍ଗାଙ୍କ ଆଶୀର୍ବାଦରେ ଆପଣ ବହୁତ ଶୀଘ୍ର ସଫଳତା ପାଇବେ । ମୀନ ରାଶି – ଏହି ରାଶିର ଜାତକଙ୍କୁ ଭଗବାନ ଗଣେଶ ଓ ଶିବଙ୍କର ପୂଜା କରିବା ଉଚିତ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *