ପେଟରେ ଗ୍ଯାସ କିପରି ମୂଳରୁ ହେବ ଶେଷ ? ଜାଣନ୍ତୁ ଏହାର କାରଣ ଓ ନିରାକରଣ ! Dr V.K. Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପେଟ ଜନିତ ଅନେକ ସମସ୍ୟାମାନ ରହିଥାଏ । ସେଥି ମଧ୍ୟରୁ ସବୁଠାରୁ ସାଧାରଣ ଓ ପ୍ରାୟତଃ ଲୋକଙ୍କ ପାଖରେ ଦେଖାଯାଉଥିବା ସମସ୍ଯା ହେଉଛି ଗ୍ଯାସ ବା ଏସିଡିଟି । ପେଟରେ ଗ୍ଯାସ ହେବାର ଅନେକ କାରଣ ରହିଛି । ଯେଉଁ କାରଣ ସବୁ ପେଟରେ ଗ୍ଯାସ ହୋଇଥାଏ । ସେହି ସବୁ କାରଣ ଓ ନିରାକରଣ ବିଷୟରେ ଆଲୋଚନା କରିବା ।

ପ୍ରଥମତଃ ଗ୍ଯାସ ହେବାର ମୁଖ୍ୟ କାରଣ ହେଉଛି ତେଲ ମସଲା ଜାତୀୟ ଖାଦ୍ଯର ବହୁଳ ସେବନ କରିବା । ଦିତୀୟରେ ବହୁତ ଅଧିକ ମାତ୍ରାରେ ଖାଦ୍ୟ ସେବନ କରିଦେବା । ତୃତୀୟରେ ଯଦି ଏପରି କିଛି ଖାଦ୍ୟର ଆମେ ସେବନ କରିଥାଉ । ଯାହାକୁ ଆମେ ଖାଇବା ଦ୍ଵାରା ସେଥିରି ଯେଉଁ କାର୍ବୋହାଇଡ୍ରେଟ ଶରୀରକୁ ମିଳିଥାଏ । ତାହାକୁ ଭଲ ଭାବରେ ପଚନ କରିବା ଶରୀରରେ ଏନଯାଇମ୍ ର ଅଭାବ ରହିଥାଏ । ଯାହା ଦ୍ଵାରା ମଧ୍ୟ ପେଟରେ ଗ୍ଯାସ ସୃଷ୍ଟି ହୋଇଥାଏ।

ଏପରି କେତେକ ଖାଦ୍ୟ ଅଛି ଯାହା ଶୀଘ୍ର ହଜମ ହେବାରେ ଅସୁବିଧା କରାଇଥାଏ । ଯେପରି ବ୍ରୋକଲି, ବିନ୍, ସୋଯାବିନ, ଗହମ, ରଶୁଣ, ପିଆଜ, ସେଓରୁ ପ୍ରସ୍ତୁତ ରସ । ଯଦି ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଆପଣକ ପେଟରେ ଗ୍ଯାସ ସୃଷ୍ଟି ହେଉଥାଏ । ତେବେ ଏହି ସବୁ ଖାଦ୍ୟକୁ ଅଳ୍ପ ପରିମାଣରେ ଖାଇବା ଉଚିତ ।

ଏହା ବ୍ଯତୀତ ପ୍ରାୟତଃ ବୟସ୍କ ବ୍ୟକ୍ତି ମାନଙ୍କର ଖାଦ୍ୟ ହଜମ ପ୍ରକ୍ରିୟା ଧୀରେ ଧୀରେ କରି ବୟସ ବଢିବା ସହିତ ଖାଦ୍ୟ ହଜମ କ୍ରିୟା ମଧ୍ୟ ଧୀର ହୋଇଯାଇଥାଏ । ଯାହା ଦ୍ଵାରା ମଧ୍ୟ ଖାଦ୍ୟ ଶୀଘ୍ର ହଜମ ନହୋଇ ପେଟରେ ଗ୍ଯାସ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଯେଉଁ ଲୋକ ମାନେ ବହୁତ ଶୀଘ୍ର ଶୀଘ୍ର ଖାଦ୍ୟ ସେବନ କରିଥାନ୍ତି, ଖାଇଲା ସମୟରେ ବହୁତ କଥାବାର୍ତ୍ତା ହୋଇ ଖାଇଥାନ୍ତି ।

ପାଣି କିମ୍ବା କୌଣସି ପାନୀୟ ଦ୍ରବ୍ୟ ସେବନ କରିବା ସମୟରେ ଷ୍ଟ୍ର ବ୍ୟବହାର କରି ସେବନ କରିଥାନ୍ତି । ପାଣି ପିଇବା ସମୟରେ ଠିଆ ହୋଇ ପାଣି ପିଇଥାନ୍ତି । ଏମାନଙ୍କ କ୍ଷେତ୍ରରେ ପେଟରେ ଅଧିକ ମାତ୍ରାରେ ଗ୍ଯାସ ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ପେଟରେ ଅଧିକ ମାତ୍ରାରେ ଗ୍ଯାସ ବୃଦ୍ଧି ହେବା କାରଣରୁ ପେଟର ଆକାର ବୃଦ୍ଧି ହେଲା ପରି ଦେଖାଯିବା ସହିତ ପେଟରେ ଅନକମଫରଟେବଲ ଅନୁଭବ ହୋଇଥାଏ ।

ପେଟରେ ଗ୍ଯାସ ସମସ୍ଯା ଲାଗିରହୁଥିବା ଲୋକଙ୍କୁ କ୍ଷୀର ତଥା କ୍ଷୀର ଜାତୀୟ ଖାଦ୍ୟ ଖାଇବାରୁ ନିଜକୁ ନିବୃତ୍ତ ରଖିବାକୁ ପଡିବ । ଆମେ ଆଲୋଚ୍ୟ କରୁଥିବା ଖାଦ୍ୟ ପଦାର୍ଥ ଖାଇଲା ବେଳେ ଯଦି ଖାଇବା ଅଳ୍ପ କରିବା ସହିତ ଖାଦ୍ୟକୁ ସଠିକ ଢଙ୍ଗରେ ଖାଇବା । ତେବେ ଗ୍ଯାସ ସମସ୍ଯାରୁ ମୁକ୍ତି ପାଇବା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *