ପେଟ କମାଇବା ପାଇଁ କଣ ଖାଇବେ ଓ କଣ ଖାଇବେ ନାହିଁ ? ଜାଣନ୍ତୁ ପୁରା Diet Plan ଡାଏଟିସିଆନ Niharika ଙ୍କ ଠାରୁ…

ବନ୍ଧୁଗଣ ଆଜିର ସମୟରେ ଆମର କାର୍ଯ୍ୟ ଶୈଳୀ ଏମିତି ଥାଏ କି ଆମକୁ ବସିକି କାମ କରିବାକୁ ପଡିଥାଏ । ସେମାନଙ୍କ କ୍ଷେତ୍ରରେ ମୋଟାପଣ ଅଧିକ ଦେଖାଯାଏ । ଆଜିର ସମୟରେ ଆମେ ମାନେ ବହୁତ ଅଳସୁଆ ହୋଇ ଯାଉଛି । ସମୟ ମିଳୁ ନାହି ୱାର୍କ ଆଉଟ କରିବା ପାଇଁ । ଆମକୁ ସମୟ ମିଳୁ ନାହି ଖାଦ୍ଯ ଖାଇବା ପାଇଁ । କିନ୍ତୁ ଯେବେ ସମୟ ମିଳିଥାଏ ଆମେ ଯାହା ଇଚ୍ଛା ତାହା ଖାଇ ଦେଇଥାଉ ।

ବେଳେବେଳେ ଆମ ଶରୀରକୁ ଯେତିକି ପରିମାଣ ନ୍ୟୁଟ୍ରସନ ଦରାକର ତା ଠାରୁ ଅଧିକ ଖାଇଲେ ମୋଟାପା ସମସ୍ଯା ଦେଖାଯାଏ । ଆଜି ଆମେ ଆପଣଙ୍କୁ କହିବୁ ପେଟ କମାଇବା ପାଇଁ କେମିତି ଡାଏଟ କରିବାକୁ ହୋଇଥାଏ । ଯେଉଁ ମାନେ ବସିକି କାମ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ମୋଟାପା ସମସ୍ଯା ଅଧିକ ଦେଖାଯାଏ । ଏହି କ୍ଷେତ୍ରରେ ବେଲି ଫ୍ୟାତ ଏକ୍ସସାଇଜ କରିବା ନିହାତି ଜରୁରୀ ଅଟେ ।

ଏହା ସହ ଯୋଗ, ସୂର୍ଯ୍ୟ ନମସ୍କାର ମଧ୍ୟ କରିପାରିବେ । ପ୍ରତେକ ଦିନ 30ରୁ 40 ମିନିଟ ଚାଲିବା ଉଚିତ । ଚାଲିବା ଦ୍ଵାରା ଶରୀରରେ ମେଟାବୋଲିଜିମ କମ ହୋଇଥାଏ । କେବେ ବି ଖାଇବାର କ୍ଵାନ୍ଟିଟି ବଢାନ୍ତୁ ନାହି । ଯେତିକି ଦରକାର ସେତିକି ଖାଇବା ଖାଆନ୍ତୁ । ସୁସ୍ଥ ଲାଇଫ ଷ୍ଟାଇଲ ପାଇଁ ଡାଏଟ ମେଣ୍ଟେନ କରିବା ଉଚିତ । ଅନେକ ସମୟରେ ବସିବା ବେଳେ ମଧ୍ୟ ବେଲି ଫ୍ୟାଟ କାରଣରୁ ଅସୁବିଧା ହୋଇଥାଏ ।

ଯଦି ଆପଣ ଅଫିସରେ ବସୁଛନ୍ତି ତେବେ ଲଞ୍ଚ ସମୟରେ ଖାଇବା ପରେ ଟାଇମ ମିଳିଲେ ଏପଟ ସେପଟ ଚାଲନ୍ତୁ । ଯଦି ଟାଇମ ମିଳୁ ନାହି ତେବେ ଲାଇଟ ଖାଦ୍ୟ ଖାଆନ୍ତୁ । ସକାଳର ଆରମ୍ଭ କୌଣସି  ଲିକ୍ୟୁଡ ଖାଦ୍ଯ ଖାଇବା ଉଚିତ । ଯେମିତିକି ଆପଣ ଉଷୁମ ପାଣି ସହ ମେଥି, ଚିଆ ସିଡ ନେଇପାରିବେ । ବ୍ୟାୟାମ ପୂର୍ବରୁ କିଛି ଖାଇବା ଉଚିତ । ଆପଣ ବ୍ରେଡ ଖାଇକି ଏକ୍ସସାଇଜ ଖାଇପାରିବେ । ବ୍ରେକଫାଷ୍ଟ ରେ ଓଟ୍ସ, ଛତୁଆ, ରାଗି ଇଡଲି, ଘର ତିଆରି ଜୁସ ନେଇପାରିବେ ।

ଯଦି ଆପଣ ଅଫିସ ଯାଉଛନ୍ତି ତେବେ ମିଡ ଡେ ରେ କାକୁଡି, ଫଳ, ୱାଲନଟ, ଆଲମଣ୍ଡ ଆଦି ଖାଇପାରିବେ । ଲଞ୍ଚ ସମୟରେ ରୁଟି ଓ ଭାତ ମିଶାଇକି ଖାଇବେ ନାହି । ଯଦି ଖାଉଛନ୍ତି ରୁଟି ନ ହେଲେ ଭାତ ଖାଆନ୍ତୁ । ଭାତର ପରିମାଣ ଅଧିକ ଥିବାରୁ ଏହାକୁ ଅଫିସ ୱାର୍କ କରୁଥିବା ଲୋକେ କମ ଖାଇବା ଉଚିତ ।

ଡାଲି, ସାଲାଟ, ଦହି ଖାଆନ୍ତୁ । ସନ୍ଧ୍ୟାରେ ଗ୍ରୀନଟି, ଅଣ୍ଡା, ଛେନା ଓ ଫଳ ଖାଇପାରିବେ । ରାତିରେ ସବୁଠାରୁ ହାଲକା ମିଲ ଖାଇବା ଉଚିତ । ସଂତୁଳା, ଭଜା, ଡାଲି, ଡାଲମା, ଚିକେନ, ଅଣ୍ଡା ଆମଲେଟ, ମାଛ ତରକାରୀ ଖାଇପାରିବେ । ରାତିରେ ଖାଇବା ପରେ ସାଙ୍ଗେ ସାଙ୍ଗେ ଶୁଅନ୍ତୁ ନାହି । କିଛି ସମୟ ଚାଲିବା ପରେ ଶୁଅନ୍ତୁ । ଏହା ସହ ପ୍ରତିଦିନ ସଫିସେଣ୍ଟ ପାଣି ପିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *