ପେଟ କାହିଁକି ଫୁଲିଥାଏ ? ଜାଣନ୍ତୁ କାରଣ… (DR V. K. Mishra)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପେଟ ଜନିତ ବିଭିନ୍ନ ପ୍ରକାର ସମସ୍ଯା ରହିଥାଏ । ଯେପରି ପେଟରେ ଗ୍ଯାସ ହେବା, ପେଟ ଦରଜ ରହିବା, ଖାଦ୍ୟ ବହୁତ ଶୀଘ୍ର ହଜମ ନହୋଇ ଭୋକ ଲାଗିବା, ପେଟରେ ଗ୍ଯାସ ହୋଇ ପେଟ ଫୁଲିକି ରହିବା ।  ଏହି ସବୁ ଲକ୍ଷଣମାନ ପ୍ରକାଶ ପାଇବା ଓ ପେଟ ଫୁଲିଯିବାର ଅନେକ କାରଣ ରହିଛି । ଯେପରି ଅଧିକ ପରିମାଣରେ ଖାଦ୍ୟ ଖାଇବା, ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିବା, ତେଲ ମସଲା ଯୁକ୍ତ ଖାଦ୍ୟର ବହୁଳ ସେବନ କରିବା, ଏହା ସହିତ ଏପରି କିଛି ରୋଗ ରହିଛି ।

ଏପରି କିଛି ରୋଗ ରହିଛି । ଯାହା ଦ୍ଵାରା ମଧ୍ୟ ଅଳ୍ପ ଖାଇଲେ ମଧ୍ୟ ପେଟ ଫୁଲିଯାଇଥାଏ ।  ଆପଣଙ୍କୁ ପ୍ରଥମେ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ । ଏପରି କେତେକ ଖାଦ୍ୟ ପଦାର୍ଥ ଅଛି । ଯାହାକୁ ଗାସୀୟ ଖାଦ୍ୟ ପଦାର୍ଥ ଅଛି, ଯାହାକୁ ଖାଇବା ଦ୍ଵାରା ପେଟର ଆକାର ଫୁଲିକି ରହିଥାଏ । କାରଣ ସେଥିରେ ଗ୍ଯାସ ଅଧିକ ପରିମାଣରେ ରହିଥାଏ ।

ଯେପରି ବିନ୍, ରାଜମା, କୋବି, ମୂଳା, ବ୍ରୋକଲି, କ୍ଷୀର, ଦହି, ମହୁ ଏହିସବୁ ଖାଦ୍ୟକୁ ଅଧିକ ପରିମାଣରେ ଖାଇବା ଦ୍ଵାରା ପେଟରେ ଗ୍ଯାସର ପରିମାଣ ଅଧିକ ହୋଇଯାଇଥାଏ । ଯାହା କାରଣରୁ ପେଟ ଖାଇସାରିବାର ବହୁ ସମୟ ପର୍ଯ୍ୟନ୍ତ ଫୁଲିକି ରହିଥାଏ । ପ୍ରାୟତଃ କୋଲଡ୍ରିଂକ ସେବନ ଦ୍ଵାରା ପେଟରେ ଗ୍ଯାସର ମାତ୍ରା ବୃଦ୍ଧି ପାଇଥାଏ । ଏହିପରି କିଛି ବୀଅର, ଜୁଷ ଓ ସୋଡା ଏହାର ଅଳ୍ପ ସେବନ ହିଁ ଶରୀର ପକ୍ଷେ ଭଲ ହୋଇଥାଏ । ଖାଦ୍ୟରୁ ଆମକୁ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ଭଳି ପୋଷକ ତତ୍ଵ ମିଳିଥାଏ ।

ଏଥିମଧ୍ୟରୁ ଶ୍ଵେତସାର ଖାଦ୍ୟରୁ ବେଶି ପରିମାଣର ଖାଇଲେ ପେଟ ଫୁଲିବାର ସମ୍ଭାବନା ଅଧିକ ରହିଥାଏ । ବେଶି ପରିମାଣର ମଇଦାରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ଵାରା ପେଟରେ ଗ୍ଯାସ ହେବା ସହିତ ପେଟ ବହୁତ ସମୟ ଫୁଲିକି ରହିଥାଏ । ତେଣୁ ଏହି ସବୁ ଖାଦ୍ୟ ପଦାର୍ଥରୁ ନିଜକୁ ନିବୃତ୍ତ ରଖିବା ଉଚିତ । ଅଧିକ ପରିମାଣରେ ଫାଟ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ପେଟରେ ମଧ୍ୟ ଗ୍ଯାସ ହେବା ସହିତ ଚର୍ବି ବୃଦ୍ଧି ହୋଇଥାଏ ।

ଏହାପରେ ଫାଟ ଜନିତ ବିଭିନ୍ନ  ପ୍ରକାର ସମସ୍ଯା ପେଟରେ ଦେଖିବାକୁ ମିଳିଥାଏ । ସମସ୍ତ ପ୍ରକାର ଖାଦ୍ୟକୁ ଅଳ୍ପ ଅଳ୍ପ ମିଶାଇ ଖାଦ୍ୟ ସେବନ କରିବା ଦ୍ଵାରା ସମସ୍ତ ଖାଦ୍ୟରୁ ଆମ ଶରୀରକୁ ପୋଷକ ମିଳିପାରିଥାଏ । ବେଶି ବା କମ୍ କୌଣସି ପ୍ରକାର ଖାଦ୍ୟକୁ ଖାଇବା ଉଚିତ ନୁହେଁ । ଯଦି ଆପଣ ପନିପରିବା ଓ ସ୍ଵାସ୍ଥକର ଖାଦ୍ୟ ଖାଇବା ଉପରେ ବେଶି ଗୁରୁତ୍ଵ ଦେବେ ।

ତେବେ ପେଟ ଜନିତ କୌଣସି ସମସ୍ଯା ଦେଖିବାକୁ ମିଳିବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *