ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିରିଅଡ୍ ହେଉଛି ଏକ ଶରୀରର ପ୍ରାକୃତିକ ପକ୍ରିୟା । ଯେତେବେଳେ ମହିଳା ମାନଙ୍କର ପିରିଅଡ୍ ହୋଇଥାଏ । ସେମାନେ ଅନ୍ୟ ଦିନ ତୁଳନାରେ ସେହି ଦିନ ମାନଙ୍କରେ ନିଜର ଭଜାଇନଲ୍ ଏରିଆକୁ ଭଲ ଭାବରେ କ୍ଳିନ କରି ରଖିବା ଉଚିତ । ପିରିଅଡ୍ ବେଳେ ପାଡ୍ ବ୍ୟବହାର କରିସାରିଲା ପରେ ହାତ ଧୁଆଯାଇଥାଏ । ଏହା ଜାଣି ରଖିବା ଉଚିତ ଯେ ପାଡ୍ ପିନ୍ଧିବା ପୂର୍ବରୁ ମଧ୍ୟ ହାତ ପାଣିରେ କ୍ଳିନ କରିବା ସହିତ ପାଡ୍ ପିନ୍ଧି ସାରିଲା ପରେ ବି ହାତକୁ ଭଲ ଭାବରେ ସଫା କରିବେ ।
ପୁରୁଷ ମାନଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ଅଧିକ ୟୁରିନାରୀ ଟ୍ରାକ ଇନଫେକସନ ହୋଇଥାଏ । ଯେହେତୁ ପରିସ୍ରା ବାହାରୁଥିବା ଜାଗା ଓ ପିରିଅଡ୍ ସମୟରେ ବ୍ଲଡ୍ ବ୍ଲିଡିଙ୍ଗ ହେଉଥିବା ଜାଗା ପାଖାପାଖି ରହିଥାନ୍ତି । ତେଣୁ ୟୁରିନାରୀ ଟ୍ରାକ ଇନଫେକସନ ହୋଇଲେ ଜେନେଟଲ ଟ୍ରାକରେ ମଧ୍ୟ ଇନଫେକସନ ହୋଇଥାଏ । ଯଦି ବାରମ୍ବାର ଜେନେଟଲ ଟ୍ରାକରେ ଇନଫେକସନ ହୋଇଥାଏ । ତେବେ ବୟସ ବଢିବା ସହିତ ସରଭାଇକାଲ୍ କାନସର ହେବାର ଚାନ୍ସ ମଧ୍ୟ ବଢିଯାଇଥାଏ ।
ପିରିଅଡ୍ ରେ ପାଡ୍ ୟୁଜ କରିସାରିଲା ପରେ ତାକୁ ଏଠିସେଠି ଖୋଲା କରି ଫିଙ୍ଗିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ପରିବେଶ ଦୂଷିତ ହେବା ସହ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ । ପିରିଅଡ୍ ସମୟରେ ମହିଳା ମାନେ କିଛି ବିଶେଷ ଧ୍ୟାନ ନିଜର ନେବା ଉଚିତ । ଯେପରି ସେମାନେ ପ୍ଲାଷ୍ଟିକ ବିହୀନ ପାଡ୍ ପିନ୍ଧିବେ । ପିରିଅଡରେ ବ୍ଲଡ୍ ର ଫ୍ଲୋ ଦେଖିକି ୪ ରୁ ୬ ଘଣ୍ଟା ମଧ୍ୟରେ ପାଡ୍ ବଦଳାଇ ଦେବାକୁ ହେବ ।
ପିରିଅଡ୍ ସମୟରେ ୟୁଜ କରୁଥିବା ଅଣ୍ଡରଗାରମେଣ୍ଟକୁ ଗୋଟିଏ ଦିନରେ ଥରେ କିମ୍ବା ୨ ଥର ବଦଳାଇ ପିନ୍ଧିବା ଉଚିତ । ଭଯାଇନାଲ ଏରିଆକୁ ଶୁଖିଲା ରଖିବାକୁ ଚେଷ୍ଟା କରିବେ । ସେହି ସ୍ଥାନରେ ସାବୁନ ଦ୍ଵାରା ସଫା କରିବେ ନାହିଁ କିମ୍ବା କୌଣସି ପ୍ରକାର ସେଣ୍ଟ ପ୍ରୟୋଗ କରିବେ ନାହିଁ । ପିରିଅଡ୍ ଚାଲୁଥିବା ସମୟରେ ମହିଳା ମାନେ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ।
ଏହା ଦ୍ଵାରା ପୁରୁଷଙ୍କ ଠାରୁ ମହିଳା ଶରୀରକୁ ଭଯାଇନାଲ ଏରିଆ ଦେଇ ଇନଫେକସନ ଆସିପାରେ । ଯଦିଓ ଫିଜିକାଲ୍ ରିଲେସନ ରଖୁଛନ୍ତି । ତେବେ ପ୍ରୋଟେକ୍ସନ ବ୍ୟବହାର କରିବା ଉଚିତ । ପିରିଅଡ୍ ସମୟରେ କପଡାର ବ୍ୟବହାର ନକରି ସବୁବେଳେ ସାନିଟାରି ପାଡ୍ ବ୍ୟବହାର କରିବା ଭଲ ହୋଇଥାଏ ।
ଏହା ଦ୍ଵାରା ଇନଫେକସନ ହେବାର ସମ୍ଭାବନା ନଥାଏ । ଏହି ସବୁ ନିୟମ ମାନି ଚାଲିବା ଦ୍ଵାରା ପିରିଅଡ ଜନିତ କିଛି ମଧ୍ୟ ଇନଫେକସନ ନହୋଇବା ସହ ସ୍ଵାସ୍ଥ ଜନିତ ସମସ୍ଯା ମଧ୍ୟ ଆସିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।