ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଯାଦୁ ଏବଂ କାଛୁ କୁଣ୍ଡିଆ ଭଳି ସମସ୍ୟା ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହି ରୋଗର ଆରମ୍ଭ ରେ ପ୍ରଥମେ କେବଳ କୁଣ୍ଡେଇ ହୋଇଥାଏ ଏବଂ ପରେ ଯଦି ଏହାକୁ ଆମେ ଅଣଦେଖା କରିଥାଉ ତେବେ ତାହା ବହୁତ ମାତ୍ରା ରେ ବଢି ଯାଇଥାଏ ଏବଂ ସ୍କିନ ଇଂଫେକ୍ସନ ଭଳି ସମସ୍ୟା ଦେଖା ଯାଇଥାଏ । ଶରୀରର ଯେ କୌଣସି ଅଙ୍ଗରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଗୁ-ପ୍ତା-ଙ୍ଗ ରେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ ।
ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କୁ ଏହି ସମସ୍ୟା ରୁ ତୁରନ୍ତ ମୁକ୍ତି ମିଳିବ ଏବଂ ସ୍କିନ ଇଂଫେକ୍ସନ ଭଳି ସମସ୍ୟା ଦେଖାଯିବ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ଘରୋଇ ସାମଗ୍ରୀ ଦ୍ଵାରା ଏହି ଉପଚାର ବନାଇବା ଏବଂ କିପରି ଏହାର ପ୍ରୟୋଗ କରିବା ।
ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ, ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ପଡ଼ିବ ତାହା ହେଉଛି, କନିଅର ପତ୍ର । ଏହି ପତ୍ର ଆୟୁର୍ବେଦ ଗୁଣ ରେ ଭରପୁର ହୋଇ ରହିଥାଏ । କାଛୁ କୁଣ୍ଡିଆ ଭଳି ସମସ୍ୟା କୁ ଦୂର କରିବା ପାଇଁ ଏହି ପତ୍ର ରାମବାଣ ଭଳି କାର୍ଯ୍ୟ କରିଥାଏ । ଆପଣ ଗ୍ୟାସ ବା ଚୁଲା ଉପରେ ଲୁହା ର କରେଇ କୁ ବସାନ୍ତୁ ଏବଂ ଏହାକୁ ଗରମ ହେବା ପାଇଁ ଛାଡ଼ି ଦିଅନ୍ତୁ । କରେଇ ଗରମ ହେବା ପରେ ଏଥିରେ ଅଧ ଲିଟର କରଞ୍ଜ ତେଲ ପକାନ୍ତୁ ।
ଯଦି ଆପଣଙ୍କ ଘରେ କରଞ୍ଜ ତେଲ ନାହିଁ ତେବେ ଆପଣ ଏହା ବଦଳରେ ଖସା ତେଲ ର ବ୍ୟବହାର ମଧ୍ୟ କରି ପାରିବେ । ଏହା ପରେ ଆପଣ ତେଲ ଗରମ ହେବା ପରେ ସେଥିରେ ୨୧ ଟି କନିଅର ପତ୍ର ପକାନ୍ତୁ । ଏହକୁ ଆପଣ ସମ୍ପୂର୍ଣ୍ଣ ଜଳିବାକୁ ଦିଅନ୍ତୁ । ଏହାପରେ ପୁଣି ଆଉ ୨୧ ଟି ପତ୍ର ପକାନ୍ତୁ । ଏହି ପ୍ରୋସେସ ରେ ଆପଣଙ୍କୁ ୮୪ ଟି କନିଅର ପତ୍ର ପକାଇ ଫୁଟାଇ ସମ୍ପୂର୍ଣ୍ଣ ଭାବରେ ଜାଳିବାକୁ ହେବ । ଆପଣ ଦେଖିବେ ତେଲ ର ରଙ୍ଗ କିଛି ଭିନ୍ନ ଦେଖାଯିବ । ଏହା ଏକ ମଲମ ରୂପରେ ପ୍ରସ୍ତୁତ ହୋଇଯିବ ।
ତେଲ ଥଣ୍ଡା ହୋଇଯିବା ପରେ ଆପଣ ଏହି ତେଲ କୁ କରେଇ ର କାଢ଼ି ଏକ ସଫା କପଡ଼ା ଦ୍ୱାରା ଭଲ ଭାବରେ ଛାଣି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହି ତେଲ କୁ ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ଯେଉଁ ସ୍ଥାନରେ କାଛୁ କୁ-ଣ୍ଡି-ଆ ହୋଇଛି ସେହି ସ୍ଥାନରେ ଲଗାଇ ଶୋଇ ପଡ଼ନ୍ତୁ । ଏହା ପରେ ସକାଳୁ ଉଠିବା ପରେ ପାଣି ରେ ଧୋଇ ଦିଅନ୍ତୁ ।
ଏହିପରି ୩ ରୁ ୪ ଦିନ ପ୍ରୟୋଗ କରିବା ପରେ ଆପଣ ଦେଖିବେ ଆପଣଙ୍କ ସ୍କିନ ରେ ହୋଇଥିବା କାଛୁ କୁଣ୍ଡିଆ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ । ତେଣୁ ଆପଣ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ଚମତ୍କାରୀ ଲାଭ ପ୍ରାପ୍ତ ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।