ପାଠ ଶୀଘ୍ର ମନେ ରଖିବାର ସବୁଠୁ ସହଜ ଉପାୟ- Study Tips

ବନ୍ଧୁଗଣ, ଆଜିକାଲି ଛାତ୍ର ଛାତ୍ରୀ ମାନଙ୍କ ଉପରେ ପାଠ ପଢାର ଟେନସନ ବହୁତ ଅଧିକ ରହିଅଛି । ଏହି ଟେନସନ ରେ ଜଲ୍ଦି ପାଠ କୁ ମନେ କିପରି ରଖିବେ ? ଏହା ଚିନ୍ତା କରୁ କରୁ ପରୀକ୍ଷା ଆସିଯାଇଥାଏ । ଏହାର ପରିଣାମ ଏହା ହୋଇଥାଏ ଯେ ସେମାନେ ପରୀକ୍ଷାରେ ସଫଳ ହୋଇ ପାରିନଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଜଲ୍ଦି ମନେ ରଖିବାର ଉପାୟ । ଯାହା ଫଳରେ ଆପଣ ନିଜ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଉତ୍ତମ ଭାବରେ କରି ପାରିବେ ।

ସାଧାରଣତ ଆମ୍ଭେ ଜଲ୍ଦି ମନେ ରଖିବା କାରଣରୁ ମୁଖସ୍ଥ କରିଥାଉ । ମାତ୍ର ଏହା ସବୁଠାରୁ ବେକାର ଉପାୟ ହୋଇଥାଏ । ଜଲ୍ଦି ମନେ ରଖିବା ନିମନ୍ତେ ଯାହା ମଧ୍ୟ ଆମ୍ଭେ ମୁଖସ୍ଥ କରିଥାଉ, ତାହାକୁ ଆମ୍ଭେ ବହୁତ ଶୀଘ୍ର ଭୁଲି ମଧ୍ୟ ଯାଇଥାଉ । ଜଲ୍ଦି ମନେ ରଖିବାର ଉପାୟ ବହୁତ ଅଛି । ଆଜି ଆମ୍ଭେ ଆପଣ ମାନଙ୍କୁ ସଫଳ ତଥା ଜଲ୍ଦି ମନେ ରଖିବାର ସରଳ ଉପାୟ ମାନ କହିବାକୁ ଯାଉଅଛୁ ।

ସବୁଠାରୁ ପ୍ରଥମେ ଆପଣ ନିଜ ମନ ଭିତରୁ ଏହା କାଢି ନିଅନ୍ତୁ ଯେ, ଆପଣଙ୍କୁ ମୁଖସ୍ଥ କରିବାର ଅଛି । ଯଦି ଆପଣ ଏହା ଚିନ୍ତା କରି ଚାଲିବେ ଯେ ଏହି ବିଷୟ କୁ ଆପଣ ବହୁତ ସହଜରେ ମୁଖସ୍ଥ କରିନେବେ, ତେବେ ଆପଣ ଏହି ବିଷୟ ପ୍ରତି ଫୋକସ କରି ପାରିବେ ନାହିଁ । ଏବଂ ଏହି ବିଷୟ ଆପଣ ଅଳ୍ପ ସମୟ ମଧ୍ୟରେ ଭୁଲିଯିବେ ।

ଏଥି ନିମନ୍ତେ ମୁଖସ୍ଥ କରିବାର ଉପାୟ ସବୁଠାରୁ ବେକାର ଉପାୟ ଅଟେ । ଆପଣ ଯେଉଁ ବିଷୟ କୁ ମନେ ରଖିବାକୁ ଚାହୁଁଛନ୍ତି ସେଥିପ୍ରତି ନିଜର ସମୟ ଫୋକସ ସହିତ ଦିଅନ୍ତୁ । ଏହାଦ୍ଵାରା ଆପଣ ଯେକୌଣସି ଉପାୟ ଅତି ସହଜ ରେ ମନେ ରଖି ପାରିବେ । ଦ୍ଵିତୀୟ ରେ ଆପଣ କୌଣସି ବିଷୟ କୁ ମନେ ରଖିବା ପୂର୍ବରୁ ନିଜର ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ପୁରା କରି ନିଅନ୍ତୁ । ଯେପରି ଆପଣଙ୍କୁ ନିଜ ପାଠ ପଢା ମଝିରୁ ଉଠିବାକୁ ନ ପଡେ ।

ଯଦି ଆପଣ କୌଣସି କାର୍ଯ୍ୟ କୁ ସଂପୂର୍ଣ୍ଣ ନ କରି ପାଠ ପଢିବାକୁ ବସିବେ ତେବେ ସେହି କାର୍ଯ୍ୟ କୁ ମନେ ପକାଇ ଆପଣ ପାଠ ରେ ମନ ଲଗାଇ ପାରିବେ ନାହିଁ । ତୃତୀୟରେ ଆପଣ ନିଜ ବିଷୟ କୁ ଭଲ ଭାବରେ ୧ ରୁ ୨ ଥର ଭଲ ଭାବରେ ପଢନ୍ତୁ । ଏହାକୁ ନିଜର ସହଜ ଭାଷାରେ ଅନୁବାଦ କରି ବୁଝନ୍ତୁ । ଏଭଳି କରିବା ଦ୍ଵାରା ସେହି ବିଷୟ ଆପଣଙ୍କୁ ଭଲ ଭାବରେ ବୁଝି ହେବ । ଏହା ସହିତ ଆପଣ ଏହାକୁ ଅନ୍ୟ କାହାକୁ ମଧ୍ୟ ବୁଝାଇ ପାରିବେ ।

ଚତୁର୍ଥ ରେ ଆପଣ ଯେଉଁ ବିଷୟ ମନେ ରଖିବେ ତାହାକୁ ନ ଦେଖି ୨ ରୁ ୩ ଥର ଲେଖିବାକୁ ଚେଷ୍ଟା କରନ୍ତୁ । ଯେ ପର୍ଯ୍ୟନ୍ତ ଆପଣ ତାହାର ସଠିକ ଉତ୍ତର ଲେଖି ନାହାଁନ୍ତି, ସେ ପର୍ଯ୍ୟନ୍ତ ଆପଣ ମନେ ପକାଇ ଲେଖନ୍ତୁ । ପଞ୍ଚମରେ ସବୁଠାରୁ ମହତ୍ଵପୂର୍ଣ୍ଣ ହେଉଛି ରିଭିଜନ । ଯେବେ ଆପଣ କୌଣସି ବିଷୟ ପଢୁଛନ୍ତି, ତାହାର ଭଲ ଭାବରେ ଥରେ ରିଭିଜନ କରି ନିଅନ୍ତୁ । ଏହା କରିବା ଦ୍ଵାରା ଆପଣ ସେହି ବିଷୟ କୁ କେବେ ମଧ୍ୟ ଭୁଲିବେ ନାହିଁ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *