ପତଳା ଶରୀର ପାଇଁ ଚିନ୍ତିତ ଅଛନ୍ତି କି ? କରନ୍ତି ଏହି 5 ଘରୋଇ ଉପଚାର, 1 ମାସ ଭିତରେ ହେଇଯିବେ ମୋଟା- Health Tips

ନମସ୍କାର ବନ୍ଧୁଗଣ ଆଜି ଆମେ କମ ସମୟରେ ଏବଂ ଘରୋଇ ଉପକରଣ ଦ୍ୱାରା କିପରି ଓଜନ କୁ ବୃଦ୍ଧି କରି ପାରିବା ସେ ବିଷୟରେ ଆଲୋଚନା କରିବା । ଅଧିକ ପତଳା ହେବା ଦ୍ୱାରା ତାହା ଆପଣଙ୍କ ବ୍ୟକ୍ତିତ୍ବ ଏବଂ ଆତ୍ମବିଶ୍ବାସ ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ ।

ଯଦି ଓ ବଜାର ରେ ଓଜନ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ମାନ ରହିଛି କିନ୍ତୁ ତାହାକୁ ସେବନ କରିବା ଦ୍ୱାରା ତାହା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ଥାଏ । ସେଥିପାଇଁ ସେହି ବଜାରର ଔଷଧ କୁ ସେବନ ନ କରି ଘରୋଇ ଉପକରଣ ରୁ ପ୍ରସ୍ତୁତ ଜିନିଷ କୁ ସେବନ କରିବା ଉଚିତ ଏହା ଦ୍ୱାରା ଆପଣଙ୍କ ଓଜନ ବଢିବା ସହ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇ ନଥାଏ ।

ଯେଉଁ ଭଳି ଓଜନ କମାଇବା କଷ୍ଟକର ହୋଇ ଥାଏ ସେହି ଭଳି ଓଜନ ବଢ଼ାଇବା ମଧ୍ୟ ବହୁତ କଷ୍ଟ ହୋଇ ଥାଏ । କିନ୍ତୁ ବ୍ୟକ୍ତି ର ନୀତିଦିନ ର ଜୀଵନ ଶୈଳୀ ଏବଂ ଖାଦ୍ୟ ପଦାର୍ଥ ର ପରିବର୍ତ୍ତନ ଦ୍ୱାରା ଏହା ସହଜ ହୋଇ ପାରି ଥାଏ । ବେଳେ ବେଳେ ଅଧିକ ଓଜନ ବଢ଼ାଇବା ପାଇଁ ଲୋକମାନେ ଅଧିକ ଖାଦ୍ୟ ଖାଇବା ଆରମ୍ଭ କରି ଦେଇଥାନ୍ତି । କିନ୍ତୁ ଓଜନ ବଢି ନ ଥାଏ । ଅଧିକାଂଶ ଲୋକମାନେ ନିଜର ଓଜନ ବଢ଼ାଇବା ପାଇଁ ବାହାରର ଜଙ୍କ ଫୁଡ଼ ଖାଇବା ଆରମ୍ଭ କରି ଦେଇଥାନ୍ତି ।

କିନ୍ତୁ ଏହା କେବଳ ଚର୍ବି ବଢ଼ାଇ ଥାଏ ଏବଂ ବିଭିନ୍ନ ରୋଗ ମଧ୍ୟ କରାଇ ଥାଏ । ସେଥିପାଇଁ ସର୍ଵଦା ପ୍ରୋଟିନ ଯୁକ୍ତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ ଏହା ଖାଇବା ଦ୍ୱାରା ଆମ ମାଂସ ପେଶୀୟ ସବଳ ରୁହେ ଏବଂ ଅଯଥା ଚର୍ବି ମଧ୍ୟ ବଢି ନଥାଏ । ଏବଂ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖା ଦେଇଥାଏ । ଚାଲନ୍ତୁ କିଛି ଘରୋଇ ଉପାୟ ବିଷୟରେ ଆଲୋଚନା କରି ନେବା ଯାହା ଦ୍ୱାରା ଆମର ଓଜନ ଶୀଘ୍ର ବୃଦ୍ଧି ହେବା ସହିତ ଏହାର ଅନ୍ୟ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ରହି ନଥିବ ତେବେ ଆସନ୍ରୁ ଜାଣିନେବା ।

ପ୍ରଥମ ଟି ହେଉଛି କଦଳୀ ର ସେକ । ନିଜର ଓଜନ ବଢ଼ାଇବା ପାଇଁ ପ୍ରତିଦିନ ଦୁଇ ଗିଲାସ କ୍ଷୀର ପିଇବା ଜରୁରୀ ହୋଇଥାଏ । ଏହା ସହିତ ପ୍ରତିଦିନ ଦୁଇଟା କଦଳୀ ଖାଇବା ଦରକାର । ଏହାକୁ ଅଲଗା ଅଲଗା ଖାଇବା ଅପେକ୍ଷା ଏହି ଦୁଇ ଜଣଙ୍କୁ ମିଶ୍ରଣ କରି ଅର୍ଥାତ ବାନାନା ସେକ କରି ପିଇବା ଉଚିତ ଏହା ଦ୍ୱାରା ଆମକୁ ଉପଯୁକ୍ତ କ୍ୟାଲସିୟମ, ପ୍ରୋଟିନ ଆଦି ପ୍ରାପ୍ତ ହୋଇଥାଏ ଏବଂ ଓଜନ ମଧ୍ୟ ବଢ଼ାଇ ଥାଏ ।

ଦ୍ଵିତୀୟ ଟି ହେଉଛି ଖଜୁରୀ ସେକ ର ସେବନ । ଓଜନ ବଢ଼ାଇବା ପାଇଁ ଖଜୁରୀ ସେକ ବହୁତ ସାହାଯ୍ୟ କରିଥାଏ । ଏହାକୁ ପ୍ରସ୍ତୁତ ଏହି ଭଳି ଭାବେ କରି ପାରିବେ ପ୍ରଥମେ ସକାଳେ ଏକ ଗିଲାସ ରେ କ୍ଷୀର ଆଣନ୍ତୁ ଏବଂ ସେଥିରେ ପାଞ୍ଚ ଟି ଖଜୁରୀ ପକାଇ ଦିଅନ୍ତୁ । ସେଥିରେ ଟିକେ ଗୁଜୁରାତି ଗୁଣ୍ଡ ମିଶାଇ ଦିଅନ୍ତୁ ଏବଂ ଟିକେ ଉଷୁମ କରି ସେବନ କରନ୍ତୁ ।

ଏହା ଛଡା ଆପଣ ଚିନା ବାଦାମ ର ସେବନ କରି ପାରିବେ ଏହା ମଧ୍ୟ ଲାଭପ୍ରଦ । ଅଣ୍ଡା ଖାଇ ପାରିବେ ଡାଲି ମଧ୍ୟ ସେବନ କରି ପାରିବେ । ଏବଂ କିଶମିଶ ର ସେବନ ମଧ୍ୟ କରି ପାରିବେ । ଏହି ସମସ୍ତ ଘରୋଇ ଉପଚାର କିମ୍ବା ଉପାୟ ଦ୍ୱାରା ଆପଣ ନିଜର ଓଜନ କୁ ବୃଦ୍ଧି କରାଇ ପାରିବେ ।ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *