ନମସ୍କାର ବନ୍ଧୁଗଣ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ ।
ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ ।
ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବା । ପ୍ରଥମେ ଆପଣ କ୍ୟାଲେରି ଯୁକ୍ତ ଖାଦ୍ୟ କୁ ଖାଇବା ବନ୍ଦ କରନ୍ତୁ । ନିଜ ଡାଏଟ ଅର୍ଥାତ ଖାଦ୍ୟ ପେୟ ର ସଠିକ ଭାବେ ଯତ୍ନ ନେବା ଉଚିତ । ନିଜ ଖାଦ୍ୟ ରେ ତେଲ ମସଲା ଜାତୀୟ ଖାଦ୍ୟ ଏବଂ ବାହାର ଖାଦ୍ୟ କୁ କମ ଖାଆନ୍ତୁ ଏବଂ ସବୁଜ ପନି ପରିବା ତଥା ଫଳ ଏବଂ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।
ଏହା ସହ ଆମକୁ ଶାରୀରିକ ପରିଶ୍ରମ ମଧ୍ୟ କରିବା ଉଚିତ ଆଜିକାଲି ଲୋକମାନେ ଶାରୀରିକ ପରିଶ୍ରମ ଆଦୌ କରିବା ପସନ୍ଦ କରୁ ନାହାନ୍ତି । ଏହା ଦ୍ୱାରା ଆମ ମେଟାପୋଲିସମ ବିଗିଡି ଯାଏ ଏବଂ ଚର୍ବି ଆସିଯାଏ । ଏହା ଛଡା ଆମ ଶରୀର କୁ ସୁସ୍ଥ ରଖିବା ପାଇଁ କିମ୍ବା ଓଜନ କମେଇବା ପାଇଁ ଏବଂ ଶରୀର ର ଅନ୍ୟ ସବୁ କାର୍ଯ୍ୟ ସୁଚାରୁ ରୁପେ ହେବା ପାଇଁ ପ୍ରଚୁର ପରିମାଣରେ ଜଳ ପିଇବା ଉଚିତ ।
ଓଜନ କମେଇବା ପାଇଁ ଜଳ ବହୁତ ଲାଭଦାୟକ । ଦିନରେ ୩ ରୁ ୪ ଲିଟର ପାଣି ନିଶ୍ଚିତ ପିଇବା ଉଚିତ । ଆବଶ୍ୟକତା ଅନୁଯାୟୀ ଯଦି ଆମେ ପାଣି ନ ପିଇବା ତେବେ ଆମ ଶରୀର ସନ୍ତୁଳନ ହୋଇ ପାରେ ନାହିଁ ଏବଂ ଅନେକ ପ୍ରକାରର ଅସୁବିଧା ଦେଖିବାକୁ ମିଳିଥାଏ ଏବଂ ଓଜନ ମଧ୍ୟ ବଢିଥାଏ । ଆପଣ ଖାଇବାର କିଛି ସମୟ ପୂର୍ବରୁ ପାଣି ପିଇବା ଆବଶ୍ୟକ ଏହା ଦ୍ୱାରା ଓଜନ କମିଥାଏ । ଏପରି କରିବା ଦ୍ୱାରା ଆବଶ୍ୟକତା ରୁ ଅଧିକ ଖାଦ୍ୟ ଖାଇ ନଥାଉ ।
କିମ୍ବା ସକାଳେ ଆପଣ ଖାଲି ପେଟ ରେ ଗରମ ପାଣି ପିଇବେ । ଖାଲି ପେଟରେ ଗରମ ପାଣି ପିଇବା ଦ୍ୱାରା ଆମର ଅନାବଶ୍ୟକ ଚର୍ବି କମିଥାଏ ଏବଂ ଓଜନ ମଧ୍ୟ କମିବାରେ ଲାଗେ । ଏହା ସବୁଠାରୁ ସହଜ ଉପାୟ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଓଜନ କମିଥାଏ । ଲେମ୍ବୁ ଏବଂ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଆମ ଓଜନ କମିଥାଏ । ତେଣୁ ଦିନରେ ଥରେ ଏହି ପାଣି ପିଇବା ଆବଶ୍ୟକ ।
ଏହା ଛଡା ତେଲ ମସଲା ଜାତୀୟ ଖାଦ୍ୟ ରୁ ଦୁରେଇ ରୁହନ୍ତୁ ସର୍ଵଦା ପୋଷ୍ଟିକ ଖାଦ୍ୟ ଖାଇବା ଏବଂ ପ୍ରଚୁର ପରିମାଣରେ ଜଳ ପିଇବା ଆବଶ୍ୟକ ଏବଂ ଏହା ସହିତ ଯୋଗ ବ୍ୟାୟାମ ମଧ୍ୟ ଅଭ୍ୟାସ କରିବା ଆବଶ୍ୟକ ଏହା ଦ୍ୱାରା ଓଜନ ଶୀଘ୍ର କମିଥାଏ । ତେଣୁ ଆପଣ ମାନେ ମଧ୍ୟ ପ୍ରଚୁର ପରିମାଣରେ ଜଳ ପିଇ ନିଜ ଓଜନ କମାନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।