ବନ୍ଧୁଗଣ, କୋଲେଷ୍ଟ୍ରୋଲ ଏହା ଏଭଳି ମହମ ଭଳି ତତ୍ଵ ଅଟେ ଯାହା ରକ୍ତରେ ରହିଥିବା ଫ୍ୟାଟ ରେ ମିଳିଥାଏ । ମନୁଷ୍ୟ ଶରୀରକୁ କୋଲେଷ୍ଟ୍ରୋଲ ଅତ୍ୟନ୍ତ ଆବଶ୍ୟକ ରହିଅଛି କାରଣ ସେ ହେଲ୍ଦି ସେଲ୍ସ ର ନିର୍ମାଣ କରିପାରିବ ।
ମାତ୍ର ଯେତେବେଳେ ଏହି କୋଲେଷ୍ଟ୍ରୋଲ ବଢିଯାଇଥାଏ ତେବେ ଏହା ଏକ ରୋଗର କାରକ ବନିଯାଇଥାଏ । ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ବଢିଯାଇଥାଏ ତେବେ ଆପଣଙ୍କ ରକ୍ତରେ ପ୍ୟାଟ ର ଡିପୋଜିଟ ହେବା ଆରମ୍ଭ ହୋଇଯାଇଥାଏ । ଡିପୋଜିଟ ହେବା ଦ୍ଵାରା ଆପଣଙ୍କ ରକ୍ତ ନଳିକା ପତଳା ହେବାକୁ ଲାଗିଥାଏ । ଏହା ଦ୍ଵାରା ଅକ୍ସିଜେନ ସହିତ ବ୍ଲଡ଼ ଆପଣଙ୍କ ଶରୀରରେ ପ୍ରବାହ କରି ପାରି ନଥାଏ । ଏହା ଫଳରେ ହାର୍ଟ ଆଟାକ ହେବାର ସମ୍ଭାବନା ବଢିଯାଇଥାଏ ।
ଆଜି ଆମ୍ଭେ କିଛି ବିଶେଷ ଖାଦ୍ୟ ପଦାର୍ଥ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଖାଇବା ଦ୍ଵାରା ଆପଣଙ୍କ କୋଲେଷ୍ଟ୍ରୋଲ ଅଧିକ ମାତ୍ରାରେ କମିବାକୁ ଲାଗିବ ।
୧- ରଶୁଣ;- ଏହା କୋଲେଷ୍ଟ୍ରୋଲ କମ କରିବାକୁ ବହୁତ ମାତ୍ରାରେ ସାହାର୍ଯ୍ୟ କରିଥାଏ । ରଶୁଣ ରେ ଏଲିସିନ ନାମକ ପଦାର୍ଥ ରହିଥାଏ । ଏଥିପାଇଁ ଏହା କୋଲେଷ୍ଟ୍ରୋଲ କମ କରିଥାଏ । ଏହା ସହିତ ବ୍ଲଡ଼ ପ୍ରେସର ମଧ୍ୟ କମ ହୋଇଥାଏ । ଯଦି ଆପଣ ସକାଳୁ ଉଠି ଗୋଟିଏ ରଶୁଣ ର କୋଲ ପାଣି ସହିତ ସେବନ କରନ୍ତି ତେବେ ଆପଣଙ୍କୁ ବହୁତ ଲାଭ ମିଳିବ ।
୨- ଓଟ୍ସ;- ଏଥିରେ ଅଧିକ ମିନାରାଲ, ଅଧିକ ଭିଟାମିନ ରହିଥାଏ ।, ମାତ୍ର ଯେଉଁ ଜିନିଷ ସବୁଠାରୁ ଅଧିକ ଜରୁରୀ ହୋଇଥାଏ ତାହା ହେଉଛି ଫାଇଭର । ଏଥିପାଇଁ ଏହା କୋଲେଷ୍ଟ୍ରୋଲ କୁ ବହୁତ ଧୃତ ଗତିରେ ହ୍ରାସ କରାଇଥାଏ । ଯଦି ଆପଣ ସକାଳୁ ଓଟ୍ସ ଜଳଖିଆ ଭାବରେ ଗ୍ରହଣ କରନ୍ତି ତେବେ ଏହା ବହୁତ ଲାଭ ଦାଯକ ହେବ ।
୩- ପିସ୍ତା ବାଦାମ ଏବଂ ଅଖରୋଟ;- ଏଥିରେ ଓମେଗା-3 ଫ୍ୟାଟି ଏସିଡ ପ୍ଳାଣ୍ଟ ରହିଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଲାଭଦାୟକ ହୋଇଥାଏ । ଏହା କୋଲେଷ୍ଟ୍ରୋଲ କୁ ବହୁତ କମ କରିଥାଏ । ଯଦି ଆପଣ ପ୍ରତିଦିନ ଏହାକୁ ଖାଇବେ ତେବେ ହୃଦୟ ଜନିତ ସମସ୍ୟା ଆପଣଙ୍କର ସଂପୂର୍ଣ୍ଣ ରୂପେ କମ ହୋଇଯିବ ।
୪- ପାଳଙ୍ଗ ଶାଗ;- ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରରୁ କୋଲେଷ୍ଟ୍ରୋଲ କୁ ଅଧିକ ରୁ ଅଧିକ ମାତ୍ରା ରେ ଏହା ବାହାର କରିଥାଏ । ଯଦି ଆପଣ ନୀତିଦିନ ପାଳଙ୍ଗ ଖାଇବେ ତେବେ କୋଲେଷ୍ଟ୍ରୋଲ ବହୁତ ମାତ୍ରାରେ କମ ହୋଇଯିବ ।
୫- Olive Oil;- ଏହା କୋଲେଷ୍ଟ୍ରୋଲ କୁ କମ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହି ତେଲ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ହାର୍ଟ ଆଟାକ ତଥା ବ୍ରେନ ଷ୍ଟ୍ରୋକ ହେବାର ଚାନ୍ସ ବହୁତ କମିଯାଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଏହିଭଳି ଭାବରେ ନିୟମ ମାନି ଏହାକୁ ପିନ୍ଧିଲେ ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହୋଇଥାଏ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।