ବନ୍ଧୁଗଣ, ଆଜିକାଲି ସମସ୍ତେ ଏହି କଇଁଛ ମୁଦି ପିନ୍ଧୁଥିବାର ଆପଣ ମାନେ ନିଶ୍ଚିତ ଦେଖୁଥିବେ । ମାତ୍ର ଅନେକ ବ୍ୟକ୍ତି ଙ୍କୁ ଏହା ଜଣା ନଥାଏ ଯେ ଏହାକୁ କିପରି ପିନ୍ଧିବେ, କେଉଁ ଧାତୁର ଅଥବା କେଉଁ ଦିନ ପିନ୍ଧିବେ ?
ଏହି କଇଁଛ ର ମୁଦି କୁ କେଉଁ ରାଶିର ବ୍ୟଥୀ ପିନ୍ଧିବା ଦ୍ଵାରା ଲାଭବାନ ହୋଇଥାଏ ? ଏବଂ କେଉଁ ରାଶିର ବ୍ୟକ୍ତି ଏହାକୁ ପିନ୍ଧିବା ଦ୍ଵାରା କ୍ଷତି ମଧ୍ୟ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ବିଶେଷ ବିବରଣୀ ଦେବାକୁ ଯାଉଅଛୁ । ପୁରାଣ ଶାସ୍ତ୍ର ଅନୁଯାୟୀ ଏହି କଇଁଛ ଭଗବାନ ବିଷ୍ଣୁ ଙ୍କର ରୂପାସ୍ଵରୂପ ଅଟେ । ମାତା ଲକ୍ଷ୍ମୀ ମଧ୍ୟ ଭଗବାନ ବିଷ୍ଣୁ ଙ୍କ ସହିତ ଜଳ ସାଗରରେ ବିରାଜିତ । ଏଣୁ ଶ୍ରୀ ହରୀ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଅପାର କୃପା ଏହି କଇଁଛ ମଧ୍ୟରେ ରହିଅଛି ।
ଯଦି ଆପଣ କଇଁଛ ର ମୁଦି ପିନ୍ଧୁଛନ୍ତି ତେବେ ତାହା ରୂପା ର ହେବା ଆବଶ୍ୟକ । କାରଣ ଏହା ଜଳତତ୍ଵ ର ଅଟେ । ଏଣୁ ରୂପା ଅଥବା ଚଣ୍ଡୀ ର ମୁଦି ପିନ୍ଧିବା ଆବଶ୍ୟକ । ମାତ୍ର ଆପଣଙ୍କ ରାଶି ଅନୁଯାୟୀ ଆପଣ ଧାତୁ ଚୟନ କରି ପାରିବେ । ଏହି କଇଁଛ ର ମୁଦି କୁ କେବଳ ଦକ୍ଷିଣ ହସ୍ତ ଅଥବା ଡାହାଣ ହାତ ରେ ପିନ୍ଧି ପାରିବେ । ନାରୀ ହୁଅନ୍ତୁ ଅଥବା ପୁରୁଷ ଏହି କଇଁଛର ମୁଦିକୁ କେବଳ ଡାହାଣ ହାତରେ ପିନ୍ଧି ପାରିବେ ।
ଏହି କଇଁଛ ର ମୁଦି କୁ କେବେ ମଧ୍ୟ କନିଷ୍ଠ ଆଙ୍ଗୁଳି, ବୃଦ୍ଧା ଆଙ୍ଗୁଳି ଅଥବା ତର୍ଜନୀ ଆଙ୍ଗୁଳି ରେ ପିନ୍ଧିବା ଆଦୌ ଉଚିତ ନୁହେଁ । ଏହାକୁ କେବଳ ମଧ୍ୟମା ଅଥବା ଅନାମିକା ଅଙ୍ଗୁଳିରେ ପିନ୍ଧି ପାରିବେ । ଏହାଛଡା ମେଷ ରାଶି, ସିଂହ ରାଶି, ଧନୁ ରାଶି ଆଦି ରାଶିର ଲୋକେ ପିନ୍ଧିବା ଦ୍ଵାରା ବହୁତ ଲାଭବାନ ହୋଇଥାନ୍ତି । ମାତ୍ର କନ୍ୟା ରାଶି, ବିଛା ରାଶି, ମୀନ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ନିମନ୍ତେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ।
ଏମାନଙ୍କ ବ୍ୟତୀତ ଅନ୍ୟ ରାଶି ମାନଙ୍କ ନିମନ୍ତେ ଏହା ସମଫଳ ଦାୟକ ହୋଇଥାଏ । ଏହି କଇଁଛ ମୁଦି କୁ ଶୁକ୍ରବାର ଦିନ କିଣିବା ତଥା ଶୁକ୍ରବାର ଦିନ ପିନ୍ଧିବାର ବିଧି ରହିଅଛି । ଦିନ ବେଳା ଅଥବା ସୂର୍ଯ୍ୟାସ୍ତ ସମୟରେ ଏହାକୁ ପିନ୍ଧିବାର ନିୟମ ମଧ୍ୟ ରହିଅଛି । ଏହା ବ୍ୟତୀତ ଆହୁରି ଅନେକ ନିୟମ ମାନ ରହିଅଛି । ଏହି କଇଁଛ ମୁଦି କୁ ପିନ୍ଧିବା ପୂର୍ବରୁ ଏହାକୁ ଗଙ୍ଗା ଜଳରେ ଭଲ ଭାବେ ଧୋଇ ଦିଅନ୍ତୁ ।
ଏହାପରେ ପଞ୍ଚାମୃତ ଛିଞ୍ଚନ କରି ନିଅନ୍ତୁ । ଏହି କଇଁଛ ମୁଦି କୁ ପିନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣ ଙ୍କ ନିକଟରେ ପ୍ରଥମେ ପୂଜା କରି ନିଅନ୍ତୁ । ବନ୍ଧୁଗଣ ଏହିଭଳି ଭାବରେ ନିୟମ ମାନି ଏହାକୁ ପିନ୍ଧିଲେ ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହୋଇଥାଏ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।