ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପାଦ ଛୁଇଁବା ସମୟ ରେ କେଉଁ ଭୁଲ କରିବା ଉଚିତ ହୋଇନଥାଏ । ଅର୍ଥାତ କେଉଁ ମାନଙ୍କ ପାଦ ଛୁଇଁବା ଉଚିତ ହୋଇନଥାଏ ।
କାରଣ ଏହି ଭୁଲ ଦ୍ୱାରା ଆପଣଙ୍କ ଲାଭ ହେବା ବଦଳରେ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତି ଭଗବାନ ଏବଂ ନିଜ ଠାରୁ ବଡ଼ ତଥା ଗୁରୁଜନ ଙ୍କ ପାଦ ଛୁଇଁ ଥାଏ ସେହି ବ୍ୟକ୍ତି ର ଭାଗ୍ୟ ରେ ଉନ୍ନତି ସାଧନ ହୋଇଥାଏ । ସେମାନଙ୍କୁ ଦୈବ କୃପା ପ୍ରାପ୍ତ ହୋଇଥାଏ । ତେଣୁ ପ୍ରତିଦିନ ଗୁରୁଜନ ମାନଙ୍କ ପାଦ ଛୁଇଁ ପ୍ରଣାମ କରିବା ଉଚିତ ।
୨. ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଆମ ଠାରୁ କିଛି ବ୍ୟକ୍ତି ଏଭଳି ଥାଆନ୍ତି ଯେଉଁମାନେ ଆମ ଠାରୁ ବୟସ ଓ ଜାତି ରେ ବଡ଼ ହୋଇଥାନ୍ତି । କିନ୍ତୁ ସେମାନଙ୍କ ପାଦ ଛୁଇଁ ପ୍ରଣାମ କରିବା ଉଚିତ ନୁହେଁ । କାରଣ ସେମାନେ ଏଭଳି ନୀଚ କର୍ମ କରିଥାନ୍ତି । ଯାହାର ପ୍ରଭାବ ଆମ ଉପରେ ପଡ଼ିଥାଏ । ଉଦାହରଣ ସ୍ୱରୂପ ଯଦି କୌଣସି ବ୍ୟକ୍ତି ଆମ ଠାରୁ ବଡ଼ ହୋଇଥାଏ, କିନ୍ତୁ ମଦ ଓ ମାଂସ ଭକ୍ଷଣ କରିଥାଏ ସେହି ବ୍ୟକ୍ତି ଙ୍କ ପାଦ କେବେବି ଛୁଇଁବା ଉଚିତ ନୁହେଁ ।
୩. କେବେବି ଗୁରୁ ଓ ବ୍ରାହ୍ମଣ ଙ୍କ ପାଦ ଛୁଇଁ ପ୍ରଣାମ କରିବା ଉଚିତ ନୁହେଁ । କାରଣ ଏମାନେ ଯଦି କ୍ରୋଧ କରିଥାନ୍ତି ତେବେ ଏମାନଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ । ତେଣୁ ଏପରି ଭୁଲ କରନ୍ତୁ ନାହିଁ । କିନ୍ତୁ ସେମାନଙ୍କୁ ଭକ୍ତି ଓ ଆଦର କରନ୍ତୁ ।
୪. ଗୋଟିଏ କଥା ସର୍ବଦା ମନେ ରଖନ୍ତୁ ଯେ, କେବେବି କୁଆଁରୀ ଓ ବାଳକ ମାନଙ୍କ ପାଦ ଛୁଅନ୍ତୁ ନାହିଁ । କାରଣ ଏମାନେ ସ୍ୱୟଂ ଭଗବାନ ଙ୍କ ଅଂଶ ହୋଇଥାନ୍ତି । ବିଶେଷ କରି ଯେଉଁମାନେ ପୂଜନୀୟ ହୋଇଥାନ୍ତି ସେମାନଙ୍କ ପାଦ ଛୁଇଁବା ଅନୁଚିତ ହୋଇଥାଏ । ପ୍ରଣାମ କରିବା ସମୟରେ ଆପଣ ପାଦ ଠାରୁ ଅଳ୍ପ ଦୂର ରେ ମାଟି ଛୁଇଁ ପ୍ରଣାମ କରିବା ଉଚିତ ।