Beauty Tips- ନଡିଆ ତେଲରେ ମିଶାଇ ଲଗାନ୍ତୁ କେବଳ ଏହି ଗୋଟିଏ ଜିନିଷ, ପତଳା ଚୁଟିକୁ ଲମ୍ବା କଳା ଓ ଘନ ବନାନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ ।

ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ । ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଓ ଲମ୍ବା ହୋଇଯିବ ।

ଏହି ଉପଚାର ରେ ଆଵଶ୍ୟକ ସାମଗ୍ରୀ ଆପଣଙ୍କୁ ଅତି ସହଜରେ ମିଳିଯିବ ଏବଂ ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ । ତେବେ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ, ଯେଉଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ନଡ଼ିଆ ତେଲ । ନଡ଼ିଆ ତେଲ ସମସ୍ତଙ୍କ ଘରେ ଅତି ସହଜରେ ମିଳିଯିବ । କାରଣ ପ୍ରାୟତଃ ଘରେ ନଡ଼ିଆ ତେଲ ବ୍ୟବହୃତ ହୋଇଥାଏ । ଏହାକୁ କେଶରେ ଲଗାଇବା ଦ୍ଵାରା ଏଥିରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ଆମ କେଶକୁ ମିଳିଥାଏ ଏବଂ କେଶ ଘନ ଓ ମୋଟା ହୋଇଥାଏ ।

ତେବେ ଆପଣ ଏକ ପାତ୍ରରେ ଆପଣଙ୍କ କେଶର ଲେଙ୍ଗଥ ଅନୁସାରେ ନଡ଼ିଆ ତେଲ ନିଅନ୍ତୁ । ଏହାପରେ ଆମକୁ ଯେଉଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି, ସୋରିଷ ତେଲ । ସୋରିଷ ତେଲ କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ନିମନ୍ତେ ବ୍ୟବହାର କରାଯାଇ ନଥାଏ । ଏହାକୁ କେଶରେ ପ୍ରୟୋଗ କରିବା ଦ୍ୱାରା କେଶ ଲମ୍ବା ଓ ଘନ ହୋଇଥାଏ ଏବଂ ଏହାସହିତ କେଶ ମୂଳରୁ ମଜବୁତ ହୋଇଥାଏ ।

ଆପଣ ଯେତେ ମାତ୍ରା ରେ ନଡ଼ିଆ ତେଲ ନେଇଛନ୍ତି ସେତିକି ମାତ୍ରାରେ ସୋରିଷ ତେଲ ମଧ୍ୟ ନିଅନ୍ତୁ । ଏହାପରେ ଭଲ ଭାବରେ ଏହି ଦୁଇଟି ତେଲକୁ ମିଶାଇ ଏହାର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଏହି ମିଶ୍ରଣ କୁ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ କେଶ ମୂଳରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାକୁ ଆପଣ ରାତି ସାରା ଲଗାଇ ମଧ୍ୟ ରଖି ପାରିବେ ।

ଏହି ତେଲକୁ ଭଲ ଭାବରେ ନିଜ କେଶ ମୂଳରେ ଲଗାଇ ରାତିରେ ଶୁଅନ୍ତୁ ଏବଂ ସକାଳୁ ଉଠିବା ପରେ ନିଜ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣ ମାନେ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ତୁରନ୍ତ ଦୁର ହୋଇଯିବ ଏବଂ ପ୍ରାକୃତିକ ଉପାୟରେ ଆପଣଙ୍କ କେଶ ଘନ ଓ ଲମ୍ବା ମଧ୍ୟ ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *