ବିନା ମାରି ମୂଷାଙ୍କୁ ଘରୁ ତଡିବାର ଜବରଦସ୍ତ ଉପାୟ ! ମୂଷା ଆପଣଙ୍କ ଘରର ରାସ୍ତା ଭୁଲିଯିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୂଷାଙ୍କୁ ଭଗବାନ ଗଣେଶଙ୍କର ବାହନ କୁହାଯାଇଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ମୂଷା ଦେଖିବାକୁ ମିଳିଥାଏ । ମୂଷା ଘରେ ରହିବା ଦ୍ଵାରା ଘରର ଅତ୍ୟାବଶ୍ୟକ ଜିନିଷ ଖାଇ ନଷ୍ଟ କରିଦେଇଥାନ୍ତି । ଯେପରି ମୂଷା ପୋଷାକପତ୍ର, ବହି ଖାତା ଓ ଘରର ଅନ୍ୟ ଜିନିଷ ମଧ୍ୟ କାଟି ଟିକି ଟିକି କରିଦେଇଥାନ୍ତି । ତେଣୁ ଯଦି ଆପଣ ମୁଷକୁ ନମାରି ଘରୁ ବିଦା କରିବା ପାଇଁ ଚାହୁଁଥାନ୍ତି ।

ତେବେ ଆପଣ ନିହାତି ଭାବେ ଘରେ ଏହି ଉପଚାରକୁ ପ୍ରସ୍ତୁତ କରି ମୁଷାକୁ ଖାଇବା ପାଇଁ ଦିଅନ୍ତୁ  । ଯାହା ଦ୍ଵାରା ମୂଷା ବିଚଳିତ ଅବସ୍ତାରେ ଘରୁ ପଳାୟନ କରିବ । ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ଗୁଟୁଖାର ଆବଶ୍ୟକତା ପଡିବ । ନିଶାଦ୍ରବ୍ୟ ସେବନ ସ୍ଵାସ୍ଥ ପାଇଁ ହାନିକରକ ହୋଇଥାଏ । ଆପଣ ଏହି ଗୁଟୁଖାର ଛୋଟ ପାକେଟ୍ ଆଣି ମୂଷା ପାଇଁ ଏହି ଖାଦ୍ୟ ପ୍ରସ୍ତୁତ କରିବାକୁ ହେବ । ଆପଣ ଗୁଟୁଖା ପାକେଟ୍ କୁ ଏକ ପାତ୍ରରେ ଓଜାଡି ଦେବେ ।

ସେହି ପାତ୍ରରେ କିଛି ବେସନ ରଖିବେ । ତାପରେ ଏକ ଚାମଚ ଶୁଦ୍ଧ ଘିଅ ପକାଇ ଭଲ ଭାବରେ ଗୋଳାଇ ତାକୁ ଚକଟି ଦିଅନ୍ତୁ । ତାପରେ ସେହି ଚକଟା ବେସନକୁ ଛୋଟ ଛୋଟ ଗୁଲା ପ୍ରସ୍ତୁତ ଲଡୁ କରି ରଖନ୍ତୁ । ଲଡୁ କରିସାରିଲା ପରେ ତା’ ର ଉପରେ ଆଉ ଟିକେ ଶୁଦ୍ଧ ଗାଈ ଘିଅ ଲଗାଇ ଦିଅନ୍ତୁ ।

କାରଣ ଗାଈ ଘିଅର ସୁଗନ୍ଧରେ ମୂଷା ଆକର୍ଷିତ ହୋଇ ଯେଉଁ ଜାଗାରେ ଖାଦ୍ୟ ରଖିଥିଲେ । ତାହା ପାଖକୁ ଧାଇଁ ଚାଲିଆସିବେ । ଆପଣଙ୍କ ଘରର ଯେଉଁ ସ୍ଥାନରେ ମୂଷା ଅତ୍ୟଧିକ ହେବାର ଦେଖୁଛନ୍ତି । ସେହି ଜାଗାରେ ହିଁ ନେଇ ପ୍ରସ୍ତୁତ କରିଥିବା ଲଡୁକୁ ରଖନ୍ତୁ । ଲଡୁ ରଖିବା ପରେ ଘରର କବାଟ ଝରକା ଖୋଲି ଦିଅନ୍ତୁ ।

କାରଣ ମୂଷା ଯେତେବେଳେ ଏହାକୁ ଖାଇବାକୁ ଲାଗିବେ । ତେବେ ସେହି ଗୁଟୁଖା ସେବନ କରିବା ଫଳରେ ନିଶାରେ ବିଚଳିତ ହୋଇ ଘରୁ ପଳାୟନ କରିବାକୁ ଲାଗିବେ । ଲଡୁ ପ୍ରସ୍ତୁତ କରି ସ୍ଥାନରେ ରଖିବାର ଅଳ୍ପ ସମୟ ମଧ୍ୟରେ ମୂଷା ଘିଅର ସୁଗନ୍ଧରେ ବାସ୍ନା ପାଇଁ ସେହି ସ୍ଥାନକୁ ଆସି ଲଡୁ ଖାଇବା ଆରମ୍ଭ କରିଦେବ ।

ଆପଣ ଏପରି କରିବା ଦ୍ଵାରା ମୂଷାର ମୃତ୍ୟୁ ମଧ୍ୟ ହେବନି । ଏହା ସହିତ ଜୀବ ହତ୍ୟାର ମଧ୍ୟ ଦୋଷ ଲାଗିବ ନାହିଁ । ସବୁଠାରୁ ମହତ୍ଵ କଥା ହେଉଛି ମୂଷାକୁ ନମାରି ମଧ୍ୟ ମୂଷାକୁ ଏହି ଉପାୟ ଅବଲମ୍ବନ କରି ଘରୁ ତଡିବାରେ ଆପଣ ସକ୍ଷମ ହୋଇପାରିବେ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *