ମାସିକ ଋତୁସ୍ରାବ ବା ପିରିଅଡ୍ ଠିକ ସମୟରେ ହେଉ ନାହିଁ ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନଙ୍କର ଋତୁସ୍ରାବ ହେବା ଏକ ସାଧାରଣ ପକ୍ରିୟା । ଝିଅଟିଏ ଯୌବନାବସ୍ତାରେ ପାଦ ଦେଲା ପରେ ଋତୁସ୍ରାବ ବା ପିରିଅଡ୍ ହୋଇଥାଏ । ଏହା ଯୋଗୁ ଝିଅ ମାନେ ମାଚ୍ୟୁରୀଟି ପାଇଥାନ୍ତି । ଝିଅ ମାନଙ୍କର ଏହା ହେବା ପରେ ଶରୀରରେ କେତେ ପ୍ରକାରର ହରମୋନର ପରିବର୍ତ୍ତନ ହୋଇଥାଏ । ଯେଉଁ କାରଣ ସେମାନଙ୍କ ଠାରେ ଶାରୀରିକ କ୍ଷେତ୍ରରେ ଅନେକ ଚେଞ୍ଜସ୍ ଆସିଥାଏ ।

ଯଦି ମାସକୁ ମାସ ଠିକ ସମୟରେ ପିରିଅଡ୍ ହେଉଥାଏ । ତେବେ ଏହା ଝିଅର ସ୍ଵାସ୍ଥ ପାଇଁ ବହୁତ ଉତ୍ତମ କଥା ହୋଇଥାଏ । ଯଦି ପିରିଅଡ୍ ହେବାରେ ଅନିୟମିତତା ଦେଖା ଯାଇଥାଏ । ତେବେ ଏହାକୁ ଅଣଦେଖା କରିବା ଜମାରୁ ଉଚିତ ହୋଇନଥାଏ । ପିରିଅଡ୍ ଅନିୟମିତ ହେବାର କେତେକ ସାଧାରଣ କାରଣ ରହିଥାଏ । ଯଦି ଏହି ସବୁ କାରଣ ଗୁଡିକ ଯୋଗୁ ପିରିଅଡ୍ ଇରେଗୁଲାର ହୋଇଥାଏ ।

ତେବେ ଏଥିପ୍ରତି ଅତ୍ୟଧିକ ଚିନ୍ତିତ ହେବାର କୌଣସି ଆବଶ୍ୟକ ନାହିଁ । ସେହି ସବୁ କାରଣ ଗୁଡିକ ହେଉଛି । ଯେପରି ପ୍ରଥମେ ପ୍ରଥମେ ଗୋଟେ ଝିଅର ଯେତେବେଳେ ପିରିଅଡ୍ ହୋଇଥାଏ । ତେବେ କେତେକ ଝିଅଙ୍କ ଠାରେ ପିରିଅଡ୍ ରେ ଅନିୟମିତତା ଦେଖାଯାଇଥାଏ । କାରଣ ପ୍ରଥମେ ପିରିଅଡ୍ ହୋଇଥିବାରୁ ଶରୀରରେ ଅନେକ ପ୍ରକାର ହର୍ମୋନାଲ ଇମବାଲାନ୍ସ ଦେଖାଯାଇଥାଏ ।

ଯେଉଁ କାରଣରୁ ତାଙ୍କ ଶରୀରରେ ସବୁ କିଛି ଆଡଜେଷ୍ଟ ହୋଇ ନିୟମିତ ଭାବେ ପିରିଅଡ୍ ହେବାରେ କିଛି ଦିନ ସମୟ ଲାଗିଥାଏ । ତେବେ ଯଦି ପ୍ରଥମେ ପ୍ରଥମେ ପିରିଅଡ୍ ହେବା ପରେ ପିରିଅଡ୍ ଅନିୟମିତ ହେଉଛି । ତେବେ ଏଥିପ୍ରତି ଚିନ୍ତିତ ନହୋଇ ନିଜର ଖାଦ୍ୟକୁ ସନ୍ତୁଳିତ କରି ଖାଇବା ଦ୍ଵାରା ନିଜର ଯତ୍ନ ନେଲେ ସବୁ କିଛି ଠିକ ହୋଇଯିବ ।

ଦିତୀୟରେ ଯେଉଁ ମହିଳା ମାନେ ବିବାହ ପରେ ଚାଇଲ୍ଡ ପାଇଁ ପ୍ଳାନ କରୁଛନ୍ତି । ତେବେ ସେତେବେଳେ ପିରିଅଡ୍ ଟାଇମ ଗଡିଯାଉଛି । ତେବେ ଚିନ୍ତିତ ନହୋଇ କିଟ୍ ଦ୍ଵାରା ପ୍ରେଗନେନସୀ ଟେଷ୍ଟ କରିଦେବା ଉଚିତ । ତୃତୀୟରେ ଯଦି ମହିଳାର ବୟସ ୪୦ ବର୍ଷ ଟପିଗଲାଣି । ତେବେ ସେହି ମହିଳା ମାନଙ୍କ କ୍ଷେତ୍ରରେ ପିରିଅଡ୍ ଠିକ ସମୟରେ ନହେବା ଏକ ସାଧାରଣ କଥା ହୋଇଥାଏ ।

କାରଣ ଏହିପରି ଅନିୟମିତ ଭାବେ ପିରିଅଡ୍ ହୋଇକରି କିଛି ଦିନ ଭିତରେ ପିରିଅଡ୍ ବନ୍ଦ ହୋଇଯାଇଥାଏ । ଚତୁର୍ଥରେ ଯେଉଁ ମହିଳା ମାନଙ୍କର ସନ୍ତାନ ଜନ୍ମ ହୋଇ ମା’ ଟି ପିଲାକୁ ସ୍ତନ୍ୟପାନ କରାଉଥାଏ । ତେବେ ସେହି ମହିଳାଙ୍କର ଶରୀରରେ ପ୍ରୋଲାକଟିନ ନାମକ ହରମୋନ ଅଧିକ ପରିମାଣରେ ତିଆରି ହୋଇଥାଏ । ଯାହା କିଛି ପାଇଁ ମହିଳା ମାନଙ୍କର ପିରିଅଡ୍ ରେ ଅନିୟମିତତା ଦେଖା ଯାଇଥାଏ ।

ତାହାପରେ ସମୟ ଅନୁସାରେ ସବୁ ଠିକ ହୋଇଯାଇଥାଏ । ଏହି କାରଣକୁ ଛାଡି ଯଦି ମହିଳାର ପିରିଅଡ୍ ରେ ଅନିୟମିତତା ଦେଖାଯାଉଥାଏ । ତେବେ ଏଥିପ୍ରତି ଅଣଦେଖା ନକରି ଡାକ୍ତରଙ୍କର ପରାମର୍ଶ ନେବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *