ମଶାଠୁ ମୁକ୍ତି ପାଇବା ପାଇଁ ୩ଟି ସହଜ ଉପାୟ ! ଘରୁ ସବୁ ମଶା ଏକା ଥରକେ ଗାୟବ…

ବନ୍ଧୁଗଣ ପ୍ରାୟତଃ ଲୋକମାନେ ଅସରପାକୁ ଦେଖି ଭୟ କରିଥାନ୍ତି । କିନ୍ତୁ ଏମାନଙ୍କ ଠାରୁ ସବୁଠାରୁ ମାରାତ୍ମକ ହେଉଛନ୍ତି ମଶା । ପ୍ରତେକ ବର୍ଷ ପୁରା ଦୁନିଆରେ 10 ଲକ୍ଷ ଲୋକଙ୍କର ମଶା କାମୁଡିବାରେ ମୃ-ତ୍ୟୁ ହୋଇଥାଏ । ମଶା ବିନା ଏମିତି କୌଣସି ଜୀବ ନାହାନ୍ତି ଯାହାଙ୍କ ଦ୍ଵାରା ଏତେ ମାତ୍ରାରେ ଲୋକେ ମୃତ୍ୟୁବରଣ ବା ରୋଗରେ ପଡିଥାନ୍ତି । ତେଣୁ ମଶାକୁ ସବୁଠାରୁ ମାରାତ୍ମକ ଜୀବ ବୋଲି କୁହାଯାଏ ।

ପୁରା ଦୁନିଆରେ ଅଧିକ ପ୍ରଜାତିର ମଶା ଦେଖା ଯାଇଥାନ୍ତି । ଏମାନେ ମୃତ୍ୟୁର କାରଣ ମଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ମଶା ଠାରୁ ମୁକ୍ତି ପାଇବାକୁ କିଛି ଉପାୟ ବିଷୟରେ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ତେବେ ମଶା ଦୂର କରିବା ପାଇଁ ଯେଉଁ ରେମେଡି ପ୍ରସ୍ତୁତ ହେବ ସେଥିପାଇଁ ଦରକାର ତେଜପତ୍ର, ନିମ ତେଲ ଓ କର୍ପୁର । ନିମ ତେଲରୁ ଆଣ୍ଟି ବ୍ୟାକ୍ଟେରିୟା ତତ୍ତ୍ଵ ମିଳିଥାଏ । ମଶାଙ୍କୁ ବାହାର କରିବା ସହ କାଛୁ କୁଣ୍ଡିଆ, ମୁହଁ ରେ ହେଉଥିବା ବ୍ରଣ ଭଳି ଅନେକ ପ୍ରକାରର ରୋଗକୁ ଦୂର କରିବା ପାଇଁ ଏହା ବହୁତ ଉପକାରୀ ଅଟେ ।

ତେବେ ନିମ ତେଲ ଆପଣଙ୍କୁ କୌଣସି ଆୟୁର୍ବେଦିକ ବା ମେଡ଼ିସିନ ଦୋକାନରୁ ମିଳିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ 100 ମିଲିଲିଟର ନିମ ତେଲ ରେ ଗୋଟେ ବଡ ଚାମଚ ତେଲ ଜଳାଉଥିବା କର୍ପୁର କୁ ଗୁଣ୍ଡ କରି ତାକୁ ମିଶାଇ ଦିଅନ୍ତୁ । ତିଆରି ହୋଇଥିବା ତେଲ କୁ ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି ରଖନ୍ତୁ ।

ତେବେ ଅନ୍ୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି 2ରୁ 3ଟି ତେଜପତ୍ର ସହ କର୍ପୁର ଓ ନିମ ତେଲ ରେ ମିଶ୍ରଣ ରେ ଲାଗାଇ ରଖିକି ସ୍ପ୍ରେ କରି ମଶା ଘରେ ଜଳାଇ ଦେବେ । ଏହା ଜଳିବା ଦ୍ଵାରା ବାହାରୁଥିବା ଧୂଆଁ ରୁ ଘରେ ଭିତରେ ଠୀବା ମଶା କୁ ମାତ୍ର 10ରୁ 15 ମିନିଟ ଭିତରେ ବାହାର କରି ଦେଇଥାଏ ।

ତେଜପତ୍ର କୁ ଜଳାଇବା ଦ୍ଵାରା ସେଥିରୁ ବାହାରୁଥିବା ଧୂଆଁ ଆମ ମନକୁ ସନତ ରଖିଥାଏ । ରାତିରେ ନିଦ ନ ଆସିବା, ମୁଣ୍ଡ ବିଧା, ମୁଣ୍ଡ ଓଜନ ଲଗାଇବା ସହ ମନ ଭିତରେ ଥିବା ସବୁ ଚିନ୍ତାକୁ ଦୂର କରି ଦେଇଥାଏ । ତେଜପତ୍ର ଜଳାଇଲେ ଭଲ ନିଦ ମଧ୍ୟ ହୋଇଥାଏ । ଏହାର ଧୂଆଁ ମାଇଗ୍ରେନ, ଆସ୍ଥାମ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।

ଏହାକୁ ଅଧିକ ସୁଗନ୍ଧିତ କରିବା ପାଇଁ ନିମ ତେଲ ସହ ପିପର ମେଣ୍ଟ ତେଲ ମଧ୍ୟ ମିଶାଜାଏ । ଆଉ ଏକ ଉପାୟ ହେଉଛି ନିୟମ ତେଲ ଓ କର୍ପୁର ର ମିଶ୍ରଣକୁ ଦୀପ ଜାଳି ଆପଣ ମାନେ ରାତି ସାରା ବିଛଣା ପାଖରେ ରଖିପାରିବେ । ଏଥିରୁ ବାହାରୁଥିବା ଧୂଆଁ ମଶା ଙ୍କୁ ଦୂରେଇବାରେ ସାହାଜ୍ୟ କରିବ । ଦୀପର ପ୍ରଭାବ ଅଳ୍ପ ଜାଗା ପାଇଁ ସୀମିତ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *