ମହିଳା ମାନେ ଘର ପୋଛିବା ସମୟରେ କେଉଁ ଭୁଲ କରିଥାନ୍ତି, ଯାହା ଘରକୁ ଦରିଦ୍ରତା ଆଣିଥାଏ… Vastu Tips

ଘରକୁ ପରିଷ୍କାର ଓ ପରିଚ୍ଛନ କରିବା ଦ୍ଵାରା ଘରକୁ ସମୃଦ୍ଧି ଆସିଥାଏ । ମା’ ଲକ୍ଷ୍ମୀ ମଧ୍ୟ ସେହି ଘରକୁ କେବେ ମଧ୍ୟ ତ୍ୟାଗ କରନ୍ତି ନାହିଁ । ଘର ଯେତେ ପରିଷ୍କାର ରହିବ । ଘର ମଧ୍ୟରେ ସେତେ ସକାରାତ୍ମକ ଊର୍ଜା ମଧ୍ୟ ବଢିବାକୁ ଲାଗିବ । ହେଲେ ଘରକୁ ଅପରିଷ୍କାର କରି ରଖିବା ଦ୍ଵାରା ଘରକୁ ଦରିଦ୍ରତାର ଆଗମନ ହୋଇଥାଏ । ସେଥିପାଇଁ ଘରର ଅଳିଆ ଆବର୍ଜନା ରଖୁଥିବା ସ୍ଥାନକୁ ଘର ଠାରୁ ଦୂରରେ ରଖିବା ଉଚିତ । ବନ୍ଧୁଗଣ ଘରକୁ ପରିଷ୍କାର ରଖିବା ପାଇଁ ଘରକୁ ଝାଡୁ ଦ୍ଵାରା ଓଳାଇଥାନ୍ତି ।

ଏଥିସହ ଘରକୁ ଓଦା କପଡାରେ ପୋଛା ମଧ୍ୟ ମାରିଥାନ୍ତି । ହେଲେ ଘରର ପୋଛା ସମୟରେ ମଧ୍ୟ ଆମକୁ କିଛି ନୀତି ନିୟମ ମାଣିବାକୁ ପଡିଥାଏ । ନଚେତ ଘର ପୋଛା ସମୟରେ ଯଦି କିଛି ବିଶେଷ କଥା ଉପରେ ଆପଣ ଧ୍ୟାନ ଦିଅନ୍ତି ନାହିଁ । ତେବେ ତାହାର କୁପରିଣାମ ସେହି ଘରର ବ୍ୟକ୍ତି ମାନଙ୍କୁ ଭୋଗିବାକୁ ପଡିଥାଏ । ତେଣୁ ଘର ପୋଛା ମାରିବା ସମୟରେ ଘରର ମହିଳା ମାନଙ୍କୁ ଏହି କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ପାଇଁ ପଡିବ ।

1-ଦିନ 12 ଟା ପରେ ଓ ସନ୍ଧ୍ୟା ସମୟରେ କେବେ ମଧ୍ୟ ଘର ପୋଛା ଲଗାନ୍ତୁ ନାହିଁ । ସବୁବେଳେ ସକାଳ ସମୟରେ ଘରକୁ ପୋଛିବା ପାଇଁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ଘରୁ ସମସ୍ତ ନକରାତ୍ମକ ଊର୍ଜା ଗୁଡିକ ଚାଲିଯାଇଥାଏ । 2- ଘରକୁ ଗୁରୁବାର ଦିନ ପୋଛିବା ଅନୁଚିତ । ଏପରି କରିବା ଦ୍ଵାରା ଘରକୁ ବାସ୍ତୁ ଦୋଷ ଲାଗିଥାଏ ।

3-ଭଙ୍ଗା ବାଲଟିର ପାଣି ନେଇ ଘରକୁ ପୋଛିବା ଅନୁଚିତ । ଏହା ବାସ୍ତୁ ଦ୍ରୁଷ୍ଟିରୁ ବହୁତ ଅଶୁଭ ମନା ଯାଇଥାଏ । 4-ଉତ୍ତର ଦିଗରୁ ନିଜର ପୋଛା କାର୍ଯ୍ୟ ଆରମ୍ଭ କରନ୍ତୁ । ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ । 5-ଘରୁ ନକରାତ୍ମକତା ଶକ୍ତି ଦୂର କରିବାକୁ ଚାହୁଁଥିଲେ । ଘରୁ ରୋଗ, ବେମାରୀ, ଦୁଃଖ, କ୍ଲେଶ ଆଦି ଦୂର କରିବାକୁ ଚାହୁଁଥିଲେ ।

ପୋଛା ମାରୁଥିବା ପାଣିରେ ନିମ ପତ୍ର ପକାଇ ସେହି ପାଣିରେ ଘରର ପୋଛା ମାରନ୍ତୁ । ଯଦି ପାଣିରେ ନିମପତ୍ର ପକାଇବାକୁ ଚାହୁଁନାହାନ୍ତି । ତେବେ ପାଣିରେ କିଛି ନିମପତ୍ର ସିଝାଇ ସେହି ନିମପାଣିକୁ ଏକ ବୋତଲରେ ଭର୍ତ୍ତି କରି ରଖନ୍ତୁ । ଏହାପରେ ଘର ପୋଛା ମାରିବା ଦିନ ପାଣିରେ ଆଗରୁ ରଖିଥିବା କିଛି ନିମପତ୍ର ପାଣି ଆଣି ମିଶାଇ ଘରକୁ ପୋଛନ୍ତୁ । ଏହା ଘର ପାଇଁ ବହୁତ ଲାଭଦାଯକ ହୋଇଥାଏ ।

ଘରୁ ଅଯଥା ରୋଗ, ବେମାରୀ ମଧ୍ୟ ନାଶ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *