ମହାଦେବ କେବେବି ସେହି ଲୋକକୁ କ୍ଷମା କରନ୍ତି ନାହିଁ, ଯିଏ ସର୍ବଦା ଏହି ପାପ କର୍ମରେ ଲୀପ୍ତ ରହିଥାଏ…Baya Gita Tips

ଏହି 6 ଟି ପାପ କାର୍ଯ୍ୟ କରିଲେ ମହାଦେବ କେବେବି କ୍ଷମା କରିବେ ନାହିଁ ! ବନ୍ଧୁଗଣ ତ୍ରୀଦେବଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଅଟନ୍ତି ଭଗବାନ ମହାଦେବ । ଭଗବାନ ମହାଦେବ ବହୁତ ଭୋଳା ଅଟନ୍ତି । ସେଥିପାଇଁ ତାଙ୍କୁ ଭୋଳାନାଥ ବୋଲି କୁହାଯାଇଥାଏ । କାରଣ ଯେତେବେଳେ ପ୍ରଭୁ ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି । ସେତେବେଳେ ସେ ଭକ୍ତ ଉପରେ ବିଶେଷ କୃପାବୃଷ୍ଟି କରିଥାନ୍ତି ।

ହେଲେ ଯଦି କୌଣସି ବ୍ୟକ୍ତିର କାର୍ଯ୍ୟ ମହାଦେବଙ୍କୁ ଭଲ ଲାଗିନଥାଏ । ତେବେ ସେହି ବ୍ୟକ୍ତି ଉପରେ ମହାଦେବ ବହୁତ କ୍ରୋଧିତ ହୋଇଯାଇଥାନ୍ତି । ଯାହା ଫଳରେ ସେହି ବ୍ୟକ୍ତିର ଜୀବନରେ ମହା ପ୍ରଳୟ ଆସିଯାଇଥାଏ । ତେବେ କଣ ସେହି 6 ଟି କାର୍ଯ୍ୟ ଯାହାକୁ ଯେଉଁ ବ୍ୟକ୍ତି କରିଥାଏ । ସେହି ବ୍ୟକ୍ତିକୁ ମହାଦେବ କେବେବି କ୍ଷମା କରନ୍ତି ନାହିଁ ।

1- ଅନ୍ୟର ସ୍ଵାମୀ କି ସ୍ତ୍ରୀ କୁ ଖରାପ ନଜର ରେ ଦେଖିବା ବହୁତ ବଡ ପାପ କାର୍ଯ୍ୟ ହୋଇଥାଏ । ଏହି କାର୍ଯ୍ୟକୁ ଶାସ୍ତ୍ରରେ ମହାପାପ ବୋଲି କୁହାଯାଇଥାଏ । ତେଣୁ ଏଭଳି କୁତ୍ସିତ ଚିନ୍ତାଧାରା ଥିବା ବ୍ୟକ୍ତି ଉପରେ ଭଗବାନ ମହାଦେବ କେବେବି ପ୍ରସନ୍ନ ନଥାନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ମହାଦେବ ତାଙ୍କ ଉପରେ କ୍ରୋଧିତ ହୋଇ ରହିଥାନ୍ତି ।

2- ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିର ଧନ, ସମ୍ପତ୍ତି ଉପରେ ଲୋଭ କରିଥାଏ । ଅନ୍ୟର ଧନ ହରଣ କରିନେବା ପାଇଁ ଚାହିଁଥାଏ । ଏହା ମଧ୍ୟ ଏକ ପାପ କାର୍ଯ୍ୟ ହୋଇଥାଏ । ତେଣୁ ଏଭଳି ବ୍ୟକ୍ତି ଭଗବାନ ମହାଦେବଙ୍କ ନଜରରେ ସବୁବେଳେ ଦୋଷୀ ହୋଇ ରହିଥାନ୍ତି ।

3- କୌଣସି ନିର୍ଦ୍ଧୋଶ କିମ୍ବା ଦୁର୍ବଳ ବ୍ୟକ୍ତିର ମଜା ଉଡାଇବା ବା ତାହାକୁ କଷ୍ଟ ପହଞ୍ଚାଇବାକୁ ଚେଷ୍ଟା କରିବା ବହୁତ ବଡ ଭୁଲ କାର୍ଯ୍ୟ ଅଟେ । ତେଣୁ ଏଭଳି କାର୍ଯ୍ୟରୁ ସର୍ବଦା ନିଜକୁ ନିବୃତ୍ତ କରି ରଖିବା ଉଚିତ ।

4- ଭଲ ରାସ୍ତା ଛାଡି ଖରାପ ରାସ୍ତାରେ ପାଦ ଦେବା ପାପ ସହ ସମାନ ଅଟେ । ତେଣୁ ଏଭଳି ଖରାପ ମାର୍ଗରେ ଚାଲୁଥିବା ବ୍ୟକ୍ତିଙ୍କୁ ଭଗବାନ ମହାଦେବ କ୍ଷମା କରନ୍ତି ନାହିଁ ।

5- ବାପା, ମାଆ ତଥା ଗୁରୁଜନଙ୍କୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ଜୀବନରେ ଯେତେ ରୋଜଗାର କରିଲେ ବି ସେ କେବେ ଭଲ ବ୍ୟକ୍ତି ହୋଇପାରିନଥାଏ । ତେଣୁ ଏହିଭଳି ଲୋକଙ୍କ ଉପରେ ମହାଦେବ ସବୁବେଳେ କ୍ରୋଧିତ ହୋଇ ରହିଥାନ୍ତି ।

ବନ୍ଧୁଗଣ ଉପୋରୋକ୍ତ ଏହି ସବୁ ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ଭଗବାନ ଭୋଳାଶଙ୍କର କେବେବି ପସନ୍ଦ କରିନଥାନ୍ତି । ତେଣୁ ଏଭଳି କାର୍ଯ୍ୟରୁ ନିଜକୁ ସବୁବେଳେ ଦୂରେଇ ରଖିବା ଉଚିତ । ଆଶା କରୁଛି । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟିକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *