ଜୀବନରେ ଏହି ସବୁ ଲୋକକୁ କେବେବି କ୍ଷମା କରିବେ ନାହିଁ, Shree Krishna Vani

ବନ୍ଧୁଗଣ ଏହି ଜୀବନ ହେଉଛି ଅନେକ ସୁଖ ଓ ଦୁଃଖର ମିଶ୍ରଣ । କେତେବେଳେ ଜୀବନରେ ଦୁଃଖର କଳା ବାଦଲ ଘୋଟି ଆସିଥାଏ ତ ଅନ୍ୟ କେତେବେଳେ ଜୀବନକୁ ଖୁସିର ଲହରୀ ଆସିଥାଏ । ହେଲେ ଜୀବନର ଦୁଃଖ ପରିସ୍ଥିତିର ବ୍ୟକ୍ତି ଭାଙ୍ଗି ନପଡି ନିଜକୁ ସାହସ ଦେଇ ସମସ୍ଯାର ସାମ୍ନା କରିବା ଉଚିତ । ତେବେ ଜୀବନରେ ଆଗକୁ ବଢିବା ପାଇଁ କେତେକ ଭଲ ଭଲ ମୋଟିଭଏସନାଲ କଥା ଆପଣଙ୍କ ପାଇଁ ନେଇ ଆସିଛୁ ।

1- ଯେଉଁ ମଣିଷ ସମସ୍ତଙ୍କ ଖୁସି ଚାହିଁଥାଏ । ସବୁବେଳେ ସମସ୍ତଙ୍କ ବିଷୟରେ ଭଲ ଚିନ୍ତା କରିଥାଏ । ଆଉ ସମସ୍ତଙ୍କର ଯତ୍ନ ନେଇଥାଏ । ସେହି ମଣିଷ ହିଁ ଜୀବନରେ ଏକୁଟିଆ ହୋଇ ରହିଜାଏ । ଆଉ ତାହାର କାରଣ ହେଉଛି ସେହି ମଣିଷ ପରମାତ୍ମାଙ୍କ ବହୁତ ନିକଟ ତର ହୋଇଥାଏ । 2- ଯେଉଁ ମଣିଷ ନିଜର କଷ୍ଟ କହିନଥାଏ । ଏହାର ମାନେ ନୁହେଁ, ଯେ ତା ଜୀବନରେ ଦୁଃଖ, କଷ୍ଟ ନାହିଁ । ବଂର ସେ ମଣିଷ ନିଜ ଭିତରେ ଦୁଃଖ ଓ କଷ୍ଟକୁ ଲୁଚାଇ ବଞ୍ଚିବାକୁ ପସନ୍ଦ କରେ ।

3- ଯେବେ ଆପଣ କାହାକୁ ନିଜ ଠାରୁ ଅଧିକ ନିଜର ଭାବିଥାନ୍ତି । ଆପଣ ସେତେବେଳେ ଏତେ ଶସ୍ତା ହୋଇଯାଆନ୍ତି । ଯେ ତାଙ୍କୁ ମାଗଣାରେ ମିଳିଯାଇଥାନ୍ତି । 4- ଆଜିକାଲି ଧୋକା ନିଜ ଲୋକ ହିଁ ଦେଉଛନ୍ତି । ଆଉ ବାହାର ଲୋକ ସାନ୍ତ୍ଵନା ଦେଉଛନ୍ତି ।

5- ଦୁଃଖରେ ପଛେ ଭାଙ୍ଗି ପଡ । ହେଲେ ଗୋଟିଏ କଥା ମନେ ରଖିବାକୁ ପଡିବ । କାହା ପାଦ ତଳେ ପଡି କେବେବି ପ୍ରେମର ଭିକ୍ଷା ମାଗିବ ନାହିଁ । 6- ଅନ୍ୟର ଖରାପ ସମୟରେ ହସୁଥିବା ଲୋକ ଏ କଥା ମନେ ରଖିବ କି ସମୟ ଯେବେ ଶିକାର କରିଥାଏ । ଚତୁଃପାର୍ଶ୍ଵରୁ ପ୍ରହାର କରିଥାଏ ।

7- ବାପା, ମାଆଙ୍କ କଥା ସମସ୍ତଙ୍କୁ ଖରାପ ଲାଗିଥାଏ । କିନ୍ତୁ ବାପା, ମାଆଙ୍କ ସମ୍ପତ୍ତି ସମସ୍ତଙ୍କୁ ଭଲ ଲାଗିଥାଏ । 8- ଆଶା କେବେବି ଆମକୁ ଛାଡି ଯାଇ ନଥାଏ । ଖାଲି ଆମେ ହିଁ ତାଙ୍କୁ ଛାଡି ଦେଇଥାନ୍ତି । 9- ଏ ଦୁନିଆର ସବୁଠାରୁ ମୁସ୍କିଲ କାମରୁ ଗୋଟିଏ ହେଲା ବୁଦ୍ଧିମାନଙ୍କୁ ବୁଝିବା ।

10- ଲୋକ କେବେ ବଦଳି ନଥାନ୍ତି ତାଙ୍କ ମୁଖା ଖୋଲି ଯାଇଥାଏ । 11- କିଛି ଭୁଲକୁ କ୍ଷମା କରିବା ହିଁ ଆମର ସବୁଠୁ ବଡ ଭୁଲ ହୋଇଥାଏ । ବନ୍ଧୁଗଣ ଆଶା କରୁଛୁ । ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *