Liver ଖରାପ ହେବା ପୂର୍ବରୁ ଦେଇଥାଏ ଏହି 5 ସଙ୍କେତ, ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ! Health Tips

ଲିଭର ଆମ ଶରୀରର ଏକ ପ୍ରମୁଖ ଅଙ୍ଗ। ଅଧିକ ତେଲ ଛଣା ଖାଦ୍ୟ ଖାଇବା, ମଦ୍ୟ ପାନ କରିବା ଆଦି ଯୋଗୁଁ ଲିଭରା ଖରାପ ହୋଇଥାଏ। ଲିଭର ଖରାପ ହେବା ଲକ୍ଷଣକୁ ଅଣଦେଖା କରିବା ଆମ ପାଇଁ ମୃତ୍ୟୁଜନକ ସାବ୍ୟସ୍ତ ହୋଇପାରେ।

ମାତ୍ର ଲିଭର ଖରାପ ହେବାର ଲକ୍ଷଣ ଅନେକ ଲୋକଙ୍କୁ ଜଣା ନ ଥାଏ। ତେବେ ଆଜି ଆମେ ଆପଣଙ୍କୁ ଲିଭର୍ ଖରାପ ହେବାର କେତୋଟି ଲକ୍ଷଣ ବା ସଙ୍କେତ ବିଷୟରେ ଆପଣଙ୍କୁ ଜଣାଇବୁ। ୧- ପାଟି ଗନ୍ଧ ହେବା- ଲିଭର୍ ସଠିକ୍ ଭାବେ କାର୍ଯ୍ୟ କରୁ ନ ଥିଲେ ଆପଣଙ୍କ ପାଟିରୁ ଗନ୍ଧ ବାହାରିବାକୁ ଲାଗେ। କାରଣ ଲିଭର୍ ଖରାପ ହେଲେ ମୁହଁରେ ଏମୋନିଆ ବଢିଯାଏ ଓ ଏହା ଯୋଗୁଁ ପାଟି ଗନ୍ଧ ହୋଇଥାଏ।

୨- ଅଧିକ ଥକାପଣ

ଲିଭର୍ ଖରାପ ହେବାକୁ ଲାଗିଲେ ବା ଫେଲ୍ ହେବା ଅବସ୍ଥାକୁ ଆସିଗଲେ ଆପଣଙ୍କ ମୁଣ୍ଡ ବୁଲେଇବା ପରି ଲାଗେ, ମାଂସପେଶୀ ତଥା ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗେ, ସ୍ମରଣ ଶକ୍ତି କମ୍ ହେବାକୁ ଲାଗେ, ଦ୍ଵନ୍ଦ ମଧ୍ୟ ବଢେ ଓ ସେଥିପାଇଁ ଆପଣ ଅଧିକ ଥକାପଣ ଅନୁଭବ କରିବାକୁ ଲାଗନ୍ତି। ଏହି ସବୁ ଲାଗୁଥିଲେ ଆପଣ ସମୟ ଥାଉ ଥାଉ ନିଜ ଲିଭର ଟେଷ୍ଟ କରି ଚିକିତ୍ସା ଆରମ୍ଭ କରି ଦେବା ଉଚିତ୍।

୩- ପେଟ ଫୁଲିବା

ଯେତେବେଳେ ଲିଭର୍ ବଡ଼ ହୋଇ ଯାଏ ପେଟ ଫୁଲିବା ଲାଗେ। ଏପରି ହେଲେ ଅନେକ ସମୟରେ ଆମେ ଭାବି ନେଇ ଥାଉ କି ଆମେ ମୋଟା ହୋଇ ଯାଉଛୁ। ମାତ୍ର ଏହା ମଧ୍ୟ ଏକ ଲିଭର୍ ରୋଗ ହୋଇ ଥାଇ ପାରେ। ଏହି ରୋଗରେ ଲିଭର୍ ଫୁଲି ଯାଏ ଓ ଶରୀର ମଧ୍ୟ ଫୁଲିବା ଲାଗେ। ତେଣୁ ଆପଣ ଯଦି ହଠାତ୍ ମୋଟା ହୋଇ ଯାଉଛନ୍ତି ତେବେ ଏହା ଆପଣଙ୍କ ଲିଭର୍ ଖରାପ ହେବାର ଲକ୍ଷଣ ହୋଇ ଥାଇ ପାରେ।

୪- ଆଖି ହଳଦିଆ ହେବା

ଯଦି ଆପଣଙ୍କ ଆଖିର ଧଳା ଅଂଶ ଧୀରେ ଧୀରେ ହଳଦିଆ ଦେଖା ଯିବାକୁ ଲାଗେ ଓ ନଖ ଏବଂ ତ୍ୱଚା ମଧ୍ୟ ହଳଦିଆ ହେବାକୁ ଲାଗେ ତେବେ ଏହା ମଧ୍ୟ ଜଣ୍ଡିସ ବା ଲିଭର୍ ଖରାପ ହେବାର ଲକ୍ଷଣ ଅଟେ। ଏପରି ଲକ୍ଷଣ ଦେଖା ଦେଉଥିଲେ ଆପଣ ଅତି ଶୀଘ୍ର ଲିଭର୍ ଟେଷ୍ଟ କରାଇ ନେବା ଉଚିତ୍।

୫- ଭୋକ ନ ଲାଗିବା

ଲିଭର୍ ଖରାପ ହେବା ହେତୁ ଏହା ସଠିକ୍ ଭାବେ କାର୍ଯ୍ୟ କରି ପାରି ନ ଥାଏ। ସେଥିପାଇଁ ଆପଣଙ୍କୁ ବହୁତ କମ୍ ଭୋକ ଲାଗିବାକୁ ଆରମ୍ଭ ହୋଇଥାଏ ଓ ଏହା ଯୋଗୁଁ ତୀବ୍ର ଭାବେ ଓଜନ ମଧ୍ୟ କମ୍ ହେବାକୁ ଲାଗେ। ସେଥିପାଇଁ ଆପଣଙ୍କୁ ଯଦି ଭୋକ ଲାଗିବା ବହୁତ କମି ଯାଉଛି ତେବେ ନିଶ୍ଚୟ ନିଜ ଲିଭର୍ ଟେଷ୍ଟ କରାଇ ନିଅନ୍ତୁ।

୬- ପାଚନକ୍ରିୟାରେ ସମସ୍ୟା

ଯଦି ଆପଣଙ୍କ ଖାଦ୍ୟ ସଠିକ୍ ଭାବେ ହଜମ ହେଉ ନାହିଁ ଓ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ଲିଭର୍ ଠିକ୍ ଭାବେ କାର୍ଯ୍ୟ କରି ପାରୁ ନାହିଁ। ପାଚନ ତନ୍ତ୍ର ସମ୍ବନ୍ଧିତ କୌଣସି ସମସ୍ୟା ଦେଖା ଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୭- କେଶ ଝଡ଼ିବା

ଲିଭର୍ ରେ ସମସ୍ୟା ଦେଖା ଦେଲେ ବା ଲିଭର୍ ସଠିକ୍ ଭାବେ କାର୍ଯ୍ୟ ନ କଲେ ଏହାର ପ୍ରଭାବ ଆପଣଙ୍କ କେଶ ଉପରେ ମଧ୍ୟ ପଡ଼ିଥାଏ। ଏପରି ହେଲେ ଆପଣଙ୍କ କେଶ ଅଧିକ ମାତ୍ରାରେ ଝଡିବାକୁ ଲାଗେ ଓ ଦୁର୍ବଳ ମଧ୍ୟ ହୋଇଯାଏ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *