କୋଟିଏ ଟଙ୍କାର ଔଷଧ ହଳଦୀ ! ଜାଣନ୍ତୁ କିପରି ବ୍ୟବହାର କଲେ ମିଳିଥାଏ କେଉଁ ଫାଇଦା

ନମସ୍କାର ବନ୍ଧୁଗଣ, ଚର୍ମ ରୋଗ ହେଉ ବା ଅନ୍ୟ କୌଣସି ରୋଗ ଆୟୁର୍ବେଦିକ ଭାବରେ ହଳଦୀ ଏକ ସର୍ବ ପ୍ରଥମ ଘରୋଇ ନିବାରକ ଅଟେ । ହଲଦିର ଅନେକ ବିଶେଷତା ରହିଛି । ହଳଦୀ କୀଟାଣୁଙ୍କୁ ମାରିବାର ଏକ ଭଲ ଉପାୟ ଅଟେ । ଆଗକାଳରେ ନା ଥିଲା ମେଡିକାଲ ନା ଥିଲା କୌଣସି ଔଷଧ ସେତେବେଳର ଲୋକେ ଏହି ହଳଦୀ ସାହାର୍ଯ୍ୟରେ ଅନେକ ରୋଗରୁ ମୁକ୍ତି ପାଉଥିଲେ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ହଳଦୀ ଠାରୁ ମିଳୁଥିବା ସମସ୍ତ ଉପକାରିତା ସମ୍ପର୍କରେ । ଆଉ ଡେରି ନକରି ଆସନ୍ତୁ ଜାଣିବା । ବର୍ଣ ପାଇଁ ହଲଦିକୁ ସର୍ବ ପ୍ରଥମ ଲୋଡା ହୋଇଥାଏ । ହଳଦୀ ପ୍ରଥମେ ଚର୍ମ ସହ ଜଡିତ ଥିବା ସମସ୍ତ ସମସ୍ୟା ପାଇଁ ଏକ ବହୁତ ଭଲ ଉପକାରୀ ଉପାୟ ଅଟେ । ଚର୍ମର ଯତ୍ନ ନେବା ପାଇଁ ଆପଣ ହଳଦୀକୁ ଦୁଇ ପ୍ରକାରରେ ବ୍ୟବହାର କରିପାରିବେ ।

ଆପଣ ହଳଦୀକୁ ଇଣ୍ଟରନାଲି ଏବଂ ଏକ୍ସଟ୍ରନାଲି ବ୍ୟବହାର କରିପାରିବେ । ଇଣ୍ଟର୍ନାଲ ଭାବରେ ଆପଣଙ୍କୁ ହଲଦିକୁ ନିୟମିତ ବ୍ୟବହାର କରିବା ପାଇଁ ପଡିବ । ଆପଣ ଖାଲି ପେଟରେ ହଳଦୀ ଖାଇବା ବହୁତ ଉପକାରୀ ହୋଇଥାଏ । ହଳଦୀର ଭଲ ଉପକାରିତା ଆପଣଙ୍କୁ ପାଇବା ପାଇଁ ହେଲେ ଖାଲି ପେଟରେ ଆପଣ ଶୀଳରେ ବଟା ଯାଇଥିବା ହଲଦିକୁ ଗରମ ପାଣିରେ ମିଶାଇ ପିଇପାରିବେ କିମ୍ବା ଅନ୍ୟ କୌଣସି ଖାଇବା ସହ ମଧ୍ୟ ଆପଣ ମିଶାଇ ନେଇପାରିବେ ।

ଆପଣ ହଲଦିକୁ ମହୁ ସହ କିମ୍ବା କୌଣସି ଜୁସ ସହ ମଧ୍ୟ ମିଶାଇ ନେଇପାରିବେ । ଚାରି ପାଞ୍ଚ ବର୍ଷର ପିଲାଙ୍କୁ ଆପଣ 1 ରୁ 2 ଗ୍ରାମ ହଳଦୀ ଦେଇପାରିବେ ଖାଲି ପେଟରେ । ଆପଣଙ୍କ ଘରେ ଯଦି ଶିଳ ନଥିବ ତେବେ ଆପଣ ଗ୍ରାଇଣ୍ଡରରେ ମଧ୍ୟ ହଲଦିକୁ ପେଶୀ ନେଇପାରିବେ । ଯଦି ଆପଣ ନିଜ ତ୍ଵାଚାକୁ ଚମକାଇବା ପାଇଁ ଚାହୁଁଥାନ୍ତି ତେବେ ଆପଣ ଆଲୋଭେରା ଜେଲ, ନିମ୍ବ ପେଷ୍ଟ ଏବଂ ଚନ୍ଦନ ସହ ହଲଦିକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ସେଥିରେ କିଛି ଗୋଲାପ ଜଳ ମିଶାଇ ଦିଅନ୍ତୁ ।

ଆପଣ ଏହି ମିଶ୍ରଣକି ରାତି ସାରା ଲଗାଇ ପାରିବେ କିମ୍ବା ଦିନ ବେଳା ଆପଣ ଏକ ଘଣ୍ଟା କି ଦୁଇ ଘଣ୍ଟା ଆପଣଙ୍କ ମୁହଁରେ ରଖି ତାହାକୁ ଧୋଇପାରିବେ । ଚୁଟି ସହ ଜଡିତ ଥିବା ସମସ୍ୟା ପାଇଁ ଆପଣ ନଡିଆ ତେଲରେ ହଳଦୀ ପେଷ୍ଟକୁ ମିଶାଇ ଦିଅନ୍ତୁ ଏବଂ ଯଦି ସମ୍ବମ୍ଭ ସେଥିରେ ଆପଣ କିଛି ଲିମ୍ବ ରସ ମଧ୍ୟ ମିଶାଇ ପାରିବେ ।

ଏହାପରେ ଆପଣ ଏହାକୁ ସାତ ଦିନ ପର୍ଯ୍ୟନ୍ତ ଆପଣଙ୍କ ଚୁଟିରେ ଲଗାଇବା ଫଳରେ ଆପଣଙ୍କ ମୁଣ୍ଡରେ ଉଙ୍କୁଣି, ରୂପୀ ଚୁଟି ଝଡିବା ଆଦି ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *