Health Tips- ଯୋନି ରୁ ଦୁର୍ଗନ୍ଧ ସମସ୍ଯା ? ଜାଣନ୍ତୁ କିପରି ଦୂର କରିବେ ?

ନମସ୍କାର ବନ୍ଧୁଗଣ, ମହିଳା ମାନଙ୍କ ପାଇଁ ସବୁଠାରୁ ବଡ ଅସୁବିଧା ହୋଇଥାଏ ଯୌନୀରୁ ଦୁର୍ଗନ୍ଧ ବାହାରିବା । ଏହି ସମସ୍ୟା ଥିବା ମହିଳା ମାନେ ଏହି କଥା କାହାକୁ ଲାଜରେ କହିପାରନ୍ତି ନାହିଁ କିମ୍ବା ଲାଜରେ ଡାକ୍ତରଙ୍କ ପାଖକୁ ମଧ୍ୟ ଯାଇପାରନ୍ତି ନାହିଁ । ଆଉ ଯୌନୀର ଦୁର୍ଗନ୍ଧ ପାଇଁ ବହୁତ ଅଧିକ ଚିନ୍ତାରେ ପଡିଯାନ୍ତି । ସେମାନଙ୍କ ପାଇଁ ଆଜି ଆମେ କିଛି ଉପଚାର ନେଇ ଆସି ଯାଇଛୁ ଯାହାକୁ ଆପଣ ପ୍ରୟୋଗ କରିବା ଦ୍ଵାରା ଯୌନୀ ଦୁର୍ଗନ୍ଧରୁ ସମ୍ପୂର୍ଣ ମୁକ୍ତି ପାଇବେ ତେବେ ଆସନ୍ତୁ ଜାଣିବା ଏହା କାହିଁକି ହୋଇଥାଏ ଏବଂ ଏହାର ଉପଚାର ସମ୍ପର୍କରେ ।

ଯୌନୀ ଚାରିପାଖରେ କିଛି ଭଲ ବ୍ୟକ୍ଟେରିଆ ରହିଥାନ୍ତି ଯାହା ଯୌନୀର phକୁ ନିୟନ୍ତ୍ରଣ କରି ରଖିଥାନ୍ତି । Ph ଫଳରେ ଯୌନୀ ସୁସ୍ଥ ରହିଥାଏ । କିନ୍ତୁ ଯଦି ଆପଣ ଯେତେବେଳେ ପରିସ୍ରା କରିବେ ସେତେବେଳେ ଧୋଇହେବେ ତେବେ ଏହା ଦ୍ଵାରା ଯୌନୀରେ ଥିବା ଭଲ ବାକ୍ଟେରିଆ ଗୁଡିକ ଧୋଇ ହୋଇଯାଇଥାନ୍ତି ।

ଏଥିପାଇଁ ପାଇଁ ଯୌନୀର Ph ନିୟନ୍ତ୍ରଣ ରହିପାରେ ନାହିଁ ଏବଂ ଯୌନୀ ସହ ଜଡିତ ଅନେକ ପ୍ରକାର ଅସୁବିଧା ଆପଣଙ୍କୁ ଭୋଗ କରିବା ପାଇଁ ପଡିଥାଏ । ଭଲ, ଖରାପ ଉଭୟ ବାକ୍ଟେରିଆ ଯୌନୀରେ ରହିଥାଏ । ଯଦି ଭଲ ବ୍ୟକ୍ଟେରିଆ ନଷ୍ଟ ହୋଇଯାଏ ତେବେ ଖରାପ ବ୍ୟକ୍ଟେରିଆର ମାତ୍ରା ଅଧିକ ହୋଇ ଯାଇଥାଏ । ଏହି ଖରାପ ବ୍ୟକ୍ଟେରିଆ ବଢିଯିବା ଫଳରେ ଯୌନୀରୁ ଦୁର୍ଗନ୍ଧ ଆସିଥାଏ । ଏହାର ଉପଚାର ପାଇଁ ଆପଣ ଦହି ନିଅନ୍ତୁ ।

ଦହିକୁ ଆପଣ ନିଜର ଯୌନୀରେ ଲଗାନ୍ତୁ । ଏହାକୁ ଲଗାଇବା ବେଳେ ଧ୍ୟାନ ରଖିବେ ଆପଣ ଏହି ଦହିକୁ ଆପଣଙ୍କ ଯୌନୀର ଚାରି ପାଖରେ ଲାଗଇବେ ଭିତରେ ନୁହେଁ । ଆପଣ ଏହି ଦହିକୁ ଲଗାଇ ପାଞ୍ଚ ମିନିଟ ରଖିବେ । ଏହାପରେ ଆପଣ ଆପଣଙ୍କ ଯୌନୀ ଧୋଇଦେବେ । ଆପଣଙ୍କ ଯୌନୀର ଚାରିପାଖ ଓଦା ରହିବା ଉଚିତ ନୁହେଁ ।

ତେଣୁ ଆପଣଙ୍କୁ ଆପଣଙ୍କ ଯୌନୀର ଚାରିପାଖକୁ ସର୍ବଦା ଶୁଖିଲା ରଖିବା ଦରକାର । ପ୍ରଥମେ ଆପଣ ନିଜର ଯୌନୀକି ଭଲ ଭାବରେ ଶୁଖାଇବେ ତାହା ପରେ ଯାଇ ଆପଣ ପ୍ୟାଣ୍ଟ ପିନ୍ଧିବା ଜରୁରୀ । କାରଣ ଓଦା ଥିବା ସମୟରେ ପ୍ୟାଣ୍ଟ ପିନ୍ଧିବା ଦ୍ଵାରା ମଧ୍ୟ ଦୁର୍ଗନ୍ଧ ଆସିଥାଏ । ସବୁବେଳେ ଆପଣ କଟନ ପ୍ୟାନ୍ଟି ପିନ୍ଧନ୍ତୁ । ଆପଣ ଆପଲ ସାଇଡ ଭିନେଗାରକୁ ଏକ ମଗ ପାଣିରେ ଗୋଟିଏ ଠିପି ମିଶାନ୍ତୁ ।

ଆପଲ ସାଇଡ ଭିନେଗାରକୁ ଆପଣ ପାଣିରେ ଭଲ ଭାବରେ ମିଶାଇବା ପରେ । ଏହି ପାଣିରେ ହିଁ ଧୋଇ ହୁଅନ୍ତୁ । ଦେଖିବେ ଆପଣଙ୍କ ଯୌନୀ ଆସୁଥିବା ଦୁର୍ଗନ୍ଧକୁ ଏହା ସଙ୍ଗେ ସଙ୍ଗେ ଦୂରେଇ ଦେବ । ଆପଣ ଏହି ସବୁ କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଏବଂ ଏହି ଉପାୟ ଗୁଡିକୁ ପ୍ରୟୋଗ କରନ୍ତୁ ନିହାତି ଭାବରେ ଆପଣ ଏଥିରୁ ଫାଇଦା ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *