ତକିଆ ତଳେ ରସୁଣ ରଖି ଶୋଇଲେ କେଉଁ ଲାଭ ମିଳିଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ, ଜୀବନରେ ସୁଖ ଶାନ୍ତିକୁ ଆଗମନ କରିବା ପାଇଁ ହେଲେ ଶାସ୍ତ୍ର ଅନୁଯାୟୀ ବହୁତ କିଛି ନୀତି ନିୟମ ରହିଛି ଯାହାକୁ ପାଳନ କରିବା ଦ୍ଵାରା ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ପୁରି ଉଠିଥାଏ । ଜୀବନରେ ଧନ ଅଭାବ ଥିଲେ ମଧ୍ୟ ତାହା ପୁରା ହୋଇଯାଇଥାଏ । ଯଦି ଆପଣ ତକିଆ ତଳେ ରସୁଣ ରଖି ଶୁଅନ୍ତି ତେବେ ଆପଣଙ୍କୁ କେଉଁ ଲାଭ ମିଳିଥାଏ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ସହ ଆହୁରି କିଛି ଅନୁଚିନ୍ତା ସମ୍ପର୍କରେ ଜଣାଇବୁ ଯାହା ଆପଣଙ୍କ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହେବ । ଆସନ୍ତୁ ଜାଣିବା ।

୧- ଯେଉଁ ପୁରୁଷ ମହିଳା ମାନଙ୍କର ସମ୍ମାନ କରିଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ । ୨- ଯେଉଁ ପୁରୁଷ ନିଜ ମୁହଁରେ ନିଜର ପ୍ରଶଂସା କରନ୍ତି ନାହିଁ ଏବଂ ମନରେ ଅହଂକାର ନଥାଏ ସେଭଳି ପୁରୁଷଙ୍କ ଉପରେ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ରହିଥାଏ । ୩- ଯେଉଁ ବ୍ୟକ୍ତିଙ୍କ ପାଦର ଦିତୀୟ ଆଙ୍ଗୁଠି ବଡ ହୋଇଥାଏ ସେମାନେ ଭାଗ୍ୟଶାଳୀ ଏବଂ ସହନଶୀଳ ହୋଇଥାନ୍ତି ।

୪- ଯେଉଁ ପୁରୁଷଙ୍କ ଆଖି କଳା ଏବଂ ସୁନ୍ଦର ହୋଇଥାଏ ଏହା ସହିତ ଆଖି ତଳେ କଳାଦାଗ ନଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ୫- ପୁରୁଷମାନେ ପ୍ରତ୍ୟକ ଦିନ ସ୍ଵଚ୍ଛ ରହିବା ସହିତ ଚନ୍ଦନ ଲଗାଇବା ଉଚିତ । ଏହାଦ୍ଵାରା ଆପଣଙ୍କର ଶୁଭ ଏବଂ ମଙ୍ଗଳ ହୋଇଥାଏ । ୬- ଭୋଜନ କରିସାରିବା ପରେ କେବେ ମଧ୍ୟ ଥାଳିରେ ହାତ ଧୋଇବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅନ୍ନର ଅପମାନ ମଧ୍ୟ ହୋଇଥାଏ ।

୭- ଏକାଦଶୀ ଦିନ ଆମିଷ ଖାଇବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହେବା ସଅହ ଅନର୍ଥର କାରଣ ହୋଇଥାଏ । ୮- କେବେ ମଧ୍ୟ ଭାଙ୍ଗିଯାଇଥିବା ବାସନ କିମ୍ବା ଭଲ ଭାବରେ ସଫା ହୋଇନନଥିବା ବାସନରେ ଖାଇବା ଉଚିତ ନୁହେଁ । ଏହାଦ୍ୱାରା ଆପଣଙ୍କ ଜୀବନରେ ଦାରିଦ୍ରତା ଆସିଥାଏ ।

୯- ତକିଆ ତଳେ ରସୁଣ ରଖି ଶୋଇବା ଦ୍ଵାରା ତାହା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ ଏବଂ ଏହା ସୌଭାଗ୍ୟ ପ୍ରାପ୍ତ ହେବାର ସାହାର୍ଯ୍ୟ କରିଥାଏ । ୧୦- ତକିଆ ତଳେ କୌଣସି ଲୁହାର ଜିନିଷ ଯେପରି ଚାବି ଇତ୍ୟାଦି ରଖିବା ଶୁଭ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟା ଦୂର ହୋଇଥାଏ ।

୧୧- ତକିଆ ତଳେ ପଇସା ରଖି ଶୋଇବା ଦ୍ଵାରା ଶୁଭ ହୋଇଥାଏ । ଏବଂ ସେହି ପଇସାକୁ ସକାଳୁ ଉଠି ଭିକାରିଙ୍କୁ ଦାନ କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଉଜ୍ଵଳ ହୋଇଥାଏ । ୧୨-  ତକିଆ ତଳେ ମୟୁର ପଙ୍ଖ ରଖିବା ଦ୍ଵାରା ଆପଣଙ୍କର ଶୁଭ ହୋଇଥାଏ । ଏବଂ ଆପଣଙ୍କ ଗ୍ରହ ଦୋଷ ମଧ୍ୟ ଦୂର ହୋଇଯାଇଥାଏ । ଉତ୍ତମ ଭାଗ୍ୟର ପ୍ରାପ୍ତି ମଧ୍ୟ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *