କିଡ୍ନୀ ଖରାପ ହେବାର 5 ଟି ବଡ଼ ସଂକେତ, ଭୁଲରେ ବି କରନ୍ତୁ ନାହିଁ ନଜର ଅନ୍ଦାଜ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନ ରେ କେତେବେଳେ ରୋଗ ଆସିଥାଏ ସେ ସ୍ୱୟଂ ମଧ୍ୟ ଜାଣିପାରି ନଥାଏ । ଏହାର ମୁଖ୍ୟ କାରଣ ହେଉଛି ନିୟମିତ ଖାଦ୍ୟପେୟ ନ କରିବା ଏବଂ ନିଜ ସ୍ୱାସ୍ଥ୍ୟ ର ସଠିକ ଭାବରେ ଯତ୍ନ ନ ନେବା ।

ଶରୀରରେ ପ୍ରତ୍ୟେକ ଅଙ୍ଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହିପରି କିଡ୍ନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । କିଡ୍ନୀ ରେ କୌଣସି ସମସ୍ୟା ଦେଖା ଯାଇଥିଲେ ଭବିଷ୍ୟତ ରେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ତେଣୁ ଯଦି ଆପଣଙ୍କ ମଧ୍ୟ କିଡ୍ନୀ ଜନିତ କୌଣସି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କିଡ୍ନୀ ଫେଲ ହେବା ପୂର୍ବରୁ ଦେଖା ଦେଇଥିବା କିଛି ସଂକେତ ସମ୍ବନ୍ଧରେ କହିବୁ ।

କିଡ୍ନୀ ଖରାପ ହେବାର ବହୁତ ଗୁଡ଼ିଏ ସଂକେତ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ସଂକେତ ବିଷୟରେ କହିବୁ ଯାହା ଆପଣ ସହଜରେ ଜାଣି ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ କିଡ୍ନୀ ଫେଲ ହେବାର ପ୍ରଥମ ଲକ୍ଷଣ ହେଉଛି, ପରିସ୍ରା ରେ ଫେଣ ପଡ଼ିବା । ଯଦି ଆପଣଙ୍କ ପରିସ୍ରା ରେ ମଧ୍ୟ ଫେଣ ପଡ଼ୁଛି ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ । ନଚେତ ଆପଣଂକୁ ଏହାର ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ।

୨. ବନ୍ଧୁଗଣ ଦ୍ଵିତୀୟ ଲକ୍ଷଣ ହେଉଛି, ଶରୀରର କୌଣସି ଅଙ୍ଗ ଫୁଲି ଯିବା । ବନ୍ଧୁଗଣ କୁହାଯାଏ ଯେ, କିଡ୍ନୀ ଫେଲ ହେବା ଦ୍ବାରା ସର୍ଵ ପ୍ରଥମେ ଶରୀରରେ ରକ୍ତ ଖରାପ ହୋଇଯାଏ ଯାହା ଫଳରେ ଶରୀର ଫୁଲିବାକୁ ଲାଗିଯାଏ । ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।

୩. ବନ୍ଧୁଗଣ ତୃତୀୟ ଲକ୍ଷଣ ହେଉଛି, ଶୀଘ୍ର ଥକିଯିବା । ବନ୍ଧୁଗଣ ଯଦି ଆପଣ କୌଣସି କାମ ନକରି ମଧ୍ୟ ବହୁତ ଥକି ଯାଉଛନ୍ତି ତେବେ ଏହାର ଅର୍ଥ ଆପଣ କୌଣସି ଏକ ବଡ଼ ରୋଗର ଶି-କା-ର ହେଉଛନ୍ତି । ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।

୪. ବନ୍ଧୁଗଣ ଚତୁର୍ଥ ଲକ୍ଷଣ ହେଉଛି, ଅଣ୍ଟା ଯନ୍ତ୍ରଣା । ଯଦି ଆପଣଙ୍କ କିଡ୍ନୀ ଖରାପ ହେବାକୁ ଲାଗେ ତେବେ ଆପଣଙ୍କୁ ଅହସ୍ୟ ଅଣ୍ଟା ଯନ୍ତ୍ରଣା ହେବ । ଆପଣଙ୍କୁ ଠିକ ଭାବରେ ରାତି ରେ ମଧ୍ୟ ନିଦ ହେବ ନାହିଁ ଏବଂ ସେହି ଅଣ୍ଟା ଯନ୍ତ୍ରଣା ଧୀରେ ଧୀରେ ଆପଣଙ୍କ କିଡ୍ନୀ ଉପରେ ପ୍ରଭାବ ପକାଇ ଥାଏ । ତେଣୁ ଯେତେ ଶୀଘ୍ର ସମ୍ଭବ ଏହାର ଚିକିତ୍ସା କରାନ୍ତୁ ।

୫. ବନ୍ଧୁଗଣ ପଞ୍ଚମ ଲକ୍ଷଣ ହେଉଛି, ଯଦି ଆପଣଙ୍କ କିଡ୍ନୀ ଖରାପ ହେବାରେ ଲାଗିଥାଏ ତେବେ ଆପଣଙ୍କ ଶରୀରର ଅଙ୍ଗ କୁଣ୍ଡେଇ ହୋଇଥାଏ । ଗୋଟିଏ ଗୋଟିଏ ସ୍ଥାନରେ ଏତେ ମାତ୍ରାରେ କୁଣ୍ଡେଇ ହୋଇଥାଏ ଯେ ଆପଣ ଲଗାତାର କୁଣ୍ଡେଇବା ପରେ ମଧ୍ୟ ତାହା କମି ନଥାଏ । ଏହା ସହିତ ଆପଣଙ୍କ ଶରୀର ଲାଲ ମଧ୍ୟ ପଡ଼ିଯାଏ । ତେବେ ଯଦି ଆପଣଙ୍କ ଶରୀର ରେ ମଧ୍ୟ ଏହି ସବୁ ଲକ୍ଷଣ ଦେଖା ଯାଉଛି ତେବେ ଆଦୋୖ ବିଳମ୍ବ କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *