Chanakya Niti- ମରିଗଲେ ବି ସୋମବାର ଦିନ କରନ୍ତୁ ନାହିଁ ଏହି 3 ଟି କାମ, ପୁରା ପରିବାର ହେଇଯାଏ ବର୍ବାଦ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସପ୍ତାହ ରେ ସାତ ଦିନ ରହିଛି ଏବଂ ସାତ ଦିନ ଭିନ୍ନ ଭିନ୍ନ ଗ୍ରହ ସହ ଜଡ଼ିତ । ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତା ଙ୍କ ଦିନ ଅଟେ ।

ସେହି ଅନୁସାରେ ଦେବତା ମାନଙ୍କ ଆରାଧନା କରିବା ଉଚିତ । ସେହିଭଳି ସୋମବାର ହେଉଛି ମହାଦେବ ଙ୍କ ବାର । ତେଣୁ ସୋମବାର ଦିନ ମହାଦେବ ଙ୍କ ଆରାଧନା କରିବା ଆବଶ୍ୟକ ।

ଏହି ଦିନ ମହାଦେବ ଙ୍କ ମନ୍ଦିର ଯାଇ ଦର୍ଶନ କରି ଧଳା ରଙ୍ଗର ଫୁଲ ଏବଂ କ୍ଷୀର ଅର୍ପଣ କରିବା ଆବଶ୍ୟକ । ଏହି ଦିନ ପ୍ରତ୍ୟେକ ବ୍ୟକ୍ତି କୁ ମହଦେଵ ଙ୍କ ପ୍ରିୟ ରଙ୍ଗ ଧଳା ବସ୍ତ୍ର ପରିଧାନ କରିବା ଉଚିତ । ଏହା ସହିତ ସୋମବାର ହେଉଛି ଚନ୍ଦ୍ରମା ଗ୍ରହର ଦିନ । ତେଣୁ ସୋମବାର ଦିନ ସନ୍ଧ୍ୟା ସମୟରେ ଚନ୍ଦ୍ରମା କୁ ଅର୍ଘ୍ୟ ଅର୍ପଣ କରିବା ଉଚିତ ।

ସୋମବାର ଦିନ ଆପଣ ଯେ କୌଣସି କାର୍ଯ୍ୟ ନିମନ୍ତେ ଘରୁ ବାହାରକୁ ଯାଉଛନ୍ତି ତେବେ ଆଇନା ନିଶ୍ଚିତ ଭାବରେ ଦେଖନ୍ତୁ । ଏହାଦ୍ବାରା ଆପଣଙ୍କୁ କାର୍ଯ୍ୟ ରେ ଅଵଶ୍ୟ ସଫଳତା ହାସଲ ହେବ । ଆପଣ ଯଦି ସୋମବାର ଦିନ ଏହି ସମସ୍ତ କାର୍ଯ୍ୟ କରିବେ ତେବେ ଆପଣଙ୍କୁ ମହାଦେବ ଙ୍କ କୃପା ଅଵଶ୍ୟ ଲାଭ ହେବ ଏବଂ ଆପଣଙ୍କ ଜୀବନ ରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ ।

କିନ୍ତୁ ବନ୍ଧୁଗଣ ଶାସ୍ତ୍ର ରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରା ଯାଇଛି ଯାହା କୌଣସି ବ୍ୟକ୍ତି କୁ ସୋମବାର ଦିନ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ସୋମବାର ଦିନ କେବେବି ମାଛ ଓ ମାଂସ ର ସେବନ କରିନା ଅନୁଚିତ ହୋଇଥାଏ । ଏହାର ବିପରୀତ ଆପଣ ସୋମାବାର ଦିନ ମହାଦେବ ଙ୍କ ବ୍ରତ ରଖନ୍ତୁ ଏବଂ ମହାଦେବ ଙ୍କ ଆରାଧନା କରିବା ଉଚିତ । ସୋମବାର ଦିନ ସାତ୍ତ୍ଵିକ ଭୋଜନ ଓ ଫଳ ମୂଳ ର ସେବନ କରିବା ଉଚିତ ।

୨. ବନ୍ଧୁଗଣ ଦ୍ବିତୀୟତଃ, ସୋମବାର ଦିନ କେବେବି କଳା ରଙ୍ଗ ର ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ । ମହଦେଵ ଙ୍କ ମନ୍ଦିର କୁ ତ କଳା ରଙ୍ଗର ବସ୍ତ୍ର ପିନ୍ଧି ଆଦୋୖ ଯିବା ଉଚିତ ନୁହେଁ । ଏହା ସହିତ ସୋମବାର ଦିନ ମହିଳା ମାନଙ୍କୁ ମୁଣ୍ଡ ଧୋଇବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ଅମଙ୍ଗଳ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ସୋମବାର ଦିନ କେବେବି କୌଣସି ବ୍ୟକ୍ତି ର ଅପମାନ କରନ୍ତୁ ନାହିଁ । ଏହା ସହିତ ଅପ ଶବ୍ଦ ର ବ୍ୟବହାର କରିବା ଅନୁଚିତ ହୋଇଥାଏ । କୌଣସି ବ୍ୟକ୍ତି ଉପରେ କେବେବି ଅ-ତ୍ୟା-ଚା-ର କରିବା ଆଦୋୖ ଉଚିତ ନୁହେଁ । ବିଶେଷ କରି ସୋମବାର ଦିନ କୌଣସି ବ୍ୟକ୍ତି ଉପରେ ଯଦି ଆପଣ ଅ-ତ୍ୟା-ଚା-ର କରିବେ ତେବେ ଆପଣ ନିଶ୍ଚିତ ଭାବରେ ମହାଦେବ ଙ୍କ କ୍ରୋଧ ର ଶିକାର ହେବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *