Jyotish Shastra- ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ନେଇଥାନ୍ତି ଜୀବନର ଅସଲ ମଜା, ଏମାନଙ୍କୁ ବିବାହ କରିବା ମାତ୍ରେ ଖୋଲିଯାଏ ଭାଗ୍ୟର ତାଲା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେବେବି କୌଣସି ବ୍ୟକ୍ତି ର ଭବିଷ୍ୟତ ସମ୍ବନ୍ଧରେ ଜାଣିବାର ଥାଏ ସେତେବେଳେ ଆମେ ଜ୍ୟୋତିଷ ଶାସ୍ତ୍ର ର ସାହାଯ୍ୟ ନେଇଥାଉ । ଏହା ମାଧ୍ୟମରେ ଆମେ ବ୍ୟକ୍ତି ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ମଧ୍ୟ ଜାଣିଥାଉ ।

ଏହା ସହିତ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ବ୍ୟକ୍ତି ର ସ୍ଵଭାବ ମଧ୍ୟ ଜଣା ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଶାସ୍ତ୍ର ମଧ୍ୟ ଆପଣଙ୍କ ସମ୍ବନ୍ଧରେ କହିବାର କ୍ଷମତା ରଖିଥାଏ । ଯେପରି ଜ୍ୟୋତିଷ ରେ ୧୨ ଟି ରାଶି ଅଛନ୍ତି ସେହିପରି ଅଙ୍କଶାସ୍ତ୍ର ରେ ୧ ରୁ ୯ ନମ୍ବର ପର୍ଯ୍ୟନ୍ତ ଅଙ୍କ ରହିଥାଏ । ଏହି ଅଙ୍କ ଗୁଡ଼ିକୁ ମୁଲ୍ୟଙ୍କ କୁହାଯାଏ ।

ଉଦାହରଣ ସ୍ୱରୂପ ୬, ୨୪ ଓ ୧୫ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମୂଲ୍ୟାଙ୍କ ୬ ହେବ । ସେହିପରି ୭, ୧୬ ଓ ୨୫ ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମୂଲ୍ୟଙ୍କ ୭ ହେବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ ଟି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଜୀବନ ର ଭରପୁର ଆନନ୍ଦ ଉଠାଇ ଥାଆନ୍ତି ଏବଂ ଏମାନଙ୍କ ସ୍ଵଭାବ ଏମାନଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ ବନାଇ ଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ଏହି ବ୍ୟକ୍ତି ମାନଙ୍କ ବିଶେଷତା-

୧. ଏହି ବ୍ୟକ୍ତି ମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ କରିବା ଭଳି କାର୍ଯ୍ୟ କରିଥାନ୍ତି । ଏହି ବ୍ୟକ୍ତି ମାନଙ୍କ ସ୍ୱାମୀ ଗ୍ରହ ହେଉଛି ରାହୁ । ଏହି ବ୍ୟକ୍ତି ସର୍ବଦା ନିଜ କାମ କରନ୍ତି ଅନ୍ୟ ଙ୍କ କାମ ରେ ହସ୍ତକ୍ଷେପ କରନ୍ତି ନାହିଁ । ଏମାନେ ନିଜ ଗୁଣ ଦ୍ୱାରା ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି ।

୨. ଏହି ବ୍ୟକ୍ତି ମାନଙ୍କ ମଧ୍ୟରେ ସାହସ ଏବଂ ଆତ୍ମବିଶ୍ବାସ ଭରପୁର ହୋଇ ରହିଥାଏ । ଏମାନେ କେବେ କାହାକୁ ଡରନ୍ତି ନାହିଁ । ଏମାନେ ଯେଉଁ ସ୍ଥାନ କୁ ଯେ କୌଣସି କାର୍ଯ୍ୟ ନିମନ୍ତେ ଯାଆନ୍ତି ନିଜ ମନ ରେ ଆତ୍ମ ବିଶ୍ୱାସ ଭରି ରଖିଥାନ୍ତି ।

୩. ଏହି ବ୍ୟକ୍ତି ମାନେ ବହୁତ ଇମାନଦାର ହୋଇଥାନ୍ତି । ଏମାନେ କେବେବି କାହାକୁ ଧୋକା ଦିଅନ୍ତି ନାହିଁ । ଏହି କାରଣରୁ ଏମାନଙ୍କ ପ୍ରେମ ଜୀବନ ସୁଖମୟ ହୋଇଥାଏ । ଏମାନଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରାଯାଇ ପାରିବ । ଏମାନଙ୍କୁ ଯିଏ ବି ବିବାହ କରିଥାଏ ସେ ସର୍ବଦା ଖୁସି ରେ ରହିଥାଏ ।

୪. ଏମାନେ ଯେଉଁ ବି କାର୍ଯ୍ୟ ଆରମ୍ଭ କରିଥାନ୍ତି ତାକୁ ଯେ କୌଣସି ମାତ୍ରାରେ ପୂର୍ଣ୍ଣ କରିଥାନ୍ତି । ସମୟ ର ମୂଲ୍ୟ ଏମାନଙ୍କୁ ଖୁବ ଭଲ ଭାବରେ ଜଣା । ଏମାନେ ସମସ୍ତ କାର୍ଯ୍ୟ କୁ ସଠିକ ସମୟ ରେ ପୂରଣ କରନ୍ତି । ଏହି ବ୍ୟକ୍ତି ମାନଙ୍କୁ ସବୁ ଜିନିଷ ବିଷୟ ରେ ଜ୍ଞାନ ଥାଏ । ଯେଉଁ କାରଣରୁ ଏମାନେ ସ୍ୱୟଂ ସହଜ ରେ ନିଜ କାର୍ଯ୍ୟ କୁ ପୂର୍ଣ୍ଣ କରିପାରନ୍ତି ।

୫. ରାଜନୀତି ଏବଂ ବିଜ୍ଞାନ କ୍ଷେତ୍ରରେ ଏମାନଙ୍କ କ୍ୟାରିୟର ଭଲ ସାବ୍ୟସ୍ତ ହୋଇଥାଏ । ଏମାନେ ଜଣେ ଭଲ ନେତା ଓ ବୈଜ୍ଞାନିକ ହୋଇ ପାରନ୍ତି ।

୬. ଜୀବନ ରେ ଏମାନଙ୍କୁ ଆର୍ଥିକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ । କିନ୍ତୁ ଏମାନେ ନିଜକୁ ସମ୍ଭାଳି ନିଅନ୍ତି ।

୭. ଏହି ବ୍ୟକ୍ତି ମାନେ ଜଣେ ଭଲ ବନ୍ଧୁ ସାବ୍ୟସ୍ତ ହୋଇଥାନ୍ତି । ନିଜ ବନ୍ଧୁତା କୁ ବଜାୟ ରଖିବା ନିମନ୍ତେ ଏମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତି ।

୮. ଏହି ବ୍ୟକ୍ତି ମାନେ କ୍ରାନ୍ତିକାରୀ ଅଥବା ନେତୃତ୍ୱକର୍ତ୍ତା ବ୍ୟକ୍ତିତ୍ବ ର ମାଲିକ ଅଟନ୍ତି ।

ତେବେ ବନ୍ଧୁଗଣ ଏହି ସମସ୍ତ ବିଶେଷତା ଥିବା ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କ ଜନ୍ମ ତାରିଖ ହେଉଛି ୪, ୧୩ ଓ ୨୨ । ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମୂଲ୍ୟାଙ୍କ ହେଉଛି ୪ । ଏହି ବ୍ୟକ୍ତି ମାନେ ଜୀବନ ର ଭରପୁର ଆନନ୍ଦ ଉଠାଇ ଥାଆନ୍ତି । ଏମାନେ ବର୍ତ୍ତମାନ ରେ ବଞ୍ଚିବାକୁ ପସନ୍ଦ କରନ୍ତି ଏବଂ ଭବିଷ୍ୟତରେ କଣ ହେବ ସେଥିପାଇଁ କେବେବି ଚିନ୍ତା କରନ୍ତି ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *