ଭଗବାନ କେଉଁ ଭଳି ଘରକୁ ଗୋଟିଏ ଝିଅ କୁ ଜନ୍ମ ଦେବା ପାଇଁ ବାଛିଥାନ୍ତି ? ଏହା ସହ ଜାଣନ୍ତୁ କେଉଁ ମାସରେ ଲକ୍ଷ୍ମୀ ସ୍ଵରୁପା କନ୍ୟା ଜନ୍ମ ହୋଇଥାନ୍ତି ?

ଝିଅ ଜନ୍ମ କେଉଁ ଘରେ ହୋଇଥାଏ । କାରଣ ପୁଅ ଜନ୍ମ କୁ ନେଇ ସମସ୍ତେ ଇଛା ମନ କାମନା କରିଥାନ୍ତି । କିନ୍ତୁ ଝିଅ ର ଜନ୍ମ ସେହି ଘରେ ହୋଇଥାଏ ଯେଉଁ ଘରେ ମା ‘ ଲକ୍ଷ୍ମୀ ଚାହାନ୍ତି । ଆଜିର ଜଗତରେ ଝିଅ ଜନ୍ମ କୁ ନେଇ ବହୁତ ପ୍ରତିବନ୍ଧକ ରହିଛି । ଲୋକେ ଝିଅ ଜନ୍ମ କୁ ଭୋଜ ବୋଲି ମାନି ଥାନ୍ତି । ଯଦି ଘରେ ପୁଅ ଟିଏ ଜନ୍ମ ହୋଇଥାଏ ତେବେ ଘରର ସମସ୍ତ ଲୋକ ଖୁସି ଆନନ୍ଦ ରେ ପାଳନ କରିଥାନ୍ତି , କିନ୍ତୁ ଯଦି ଝିଅ ଟିଏ ଜନ୍ମ ହୋଇଥାଏ ତାହା ପ୍ରତି ସେମାନେ ନିରାଶ ଦୁଖ ରେ ବାର୍ତ୍ତାବର୍ନ କରିଥାନ୍ତି ।

କିନ୍ତୁ ଅର୍ଜୁନ ଥରେ  ଭଗବାନ ଶ୍ରୀ କୃଷ୍ଣଙ୍କୁ ପଚାରିଲେ କେଉଁ ଭଳି ଧର୍ମ ପୁନ୍ୟ କରିବା ଦ୍ଵାରା ଝିଅ ଜନ୍ମ କରିଥାଏ , ସେତେ ବେଳେ ଭଗବାନ କୃଷ୍ଣ କହିଲେ ଯେଉ ଘରେ ପୁଅ ଜନ୍ମ ହୋଇଥାଏ ସେହି ପିତାମାତା ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ଯେଉଁ ଘରେ ଝିଅ ଜନ୍ମ ହୋଇଥାଏ ସେ ଘର ଶୋଭାଗ୍ୟଶାଳୀ ହୋଇଥାଏ ବୋଲି କହିଛନ୍ତି ।  ଝିଅ ସେହି ଘର ମାନଙ୍କରେ ଜନ୍ମ ଗ୍ରହଣ କରିଥାନ୍ତି ଯେଉଁ ମାନଙ୍କ ରେ ମା ‘ ଲକ୍ଷ୍ମୀ ଙ୍କର ଦୟା ରହିଥାଏ ବା ଯେଉଁ ଘରେ ମା ‘ ଲକ୍ଷ୍ମୀ ଚାହିଥାନ୍ତି ସେହି ଘରେ ଝିଅ କୁ ଜନ୍ମ କରିଥାନ୍ତି ।

ଭଗବାନ ଶ୍ରୀ କୃଷ୍ଣ ଆଉ ଏକ ସୁନ୍ଦର କଥା କହିଛନ୍ତି ନା ଯେଉଁ ପିତାମାତା ମାନେ ପୂର୍ବ ଜନ୍ମରେ ଅଧିକ ଧର୍ମ କର୍ମ କରି ପୂଣ୍ୟ ଅର୍ଜନ କରିଥାନ୍ତି ସେହି ଘରମାନଙ୍କରେ ଝିଅ ଜନ୍ମ ହୋଇଥାନ୍ତି । ଆମ ଶାସ୍ତ୍ର ଅନୁସାରେ ଭଗବାନ ଝିଅ ଜନ୍ମ ପାଇଁ ଏପରି ଘରକୁ ବାଛିଥାନ୍ତି କି ଯେଉଁ ମାନେ ଝିଅ ମାନଙ୍କୁ ପାଳିବାରେ ସାମର୍ଥ ରଖିଥାନ୍ତି । କାରଣ ନାରୀ ହିଁ ଏହି ସମଗ୍ର ସୃଷ୍ଟି କୁ ଚଳାଇ ଥାଏ ନାରୀ ବିନା ସଂସାର ହୋଇନଥାଏ ।

କୁହାଯାଇଛି ଯେ ପୁରୁଷ କେବଳ ଗୋଟିଏ କୁଳକୁ ବଛାଇଥାଏ କିନ୍ତୁ ନାରୀ ଦୁଇ ଟି କୁଳକୁ ବଞ୍ଚାଇଥାନ୍ତି । କାରଣ ବିବାହ ପୂର୍ବରୁ ଝିଅ ମା ‘ ବାପାଙ୍କ ଘରେ ରହି ତାଙ୍କ ଯତ୍ନ ନେଇ ଥାଏ ଓ ବିବାହ ପରେ ବୋହୂ ହୋଇ ଶାଶୁ ଘର କୁ ସମ୍ଭାଳି ଥାଏ । ଯଦି ମଣିଷ ମରଣ ପୂର୍ବରୁ କୋଣସି ପଶୁ ବା -ପକ୍ଷୀ କୁ ସ୍ମରଣ କରି ମୃତ୍ୟୁବର୍ନ କରିଥାଏ ତେବେ ସେ ଆର ଜନ୍ମରେ ସେ ଭଳି ଜନ୍ମ କରିଥାଏ । କିନ୍ତୁ ଯଦି ପୁରୁଷ ବା ସ୍ତ୍ରୀ ଙ୍କୁ ସ୍ମରଣ କରି ଆଖି ବୁଜିଥାଉ ତେବେ ଆର ଜନ୍ମରେ ସେହି ଭଳି ଜନ୍ମ କରିଥାଉ ।

ଏହି ଦୁନିଆରେ ସବୁ ଦାନରୁ ପାଞ୍ଚ ଟି ଦାନ ର ବିଶେଷ ରହିଛି ସେ ଗୁଡିକ ହେଉଛି ଅନ୍ନ ଦାନ , ଭୂମି ଦାନ , କନ୍ୟା ଦାନ , ବିଦ୍ୟା ଦାନ ଓ ଶେଷ ହେଛି ଗାଈ ଦାନ । ମୀନ ମାସରେ ପନ୍ଦର ଦିନଟାରୁ ଆରମ୍ଭ କରି ମେଷ ମାସ ର ପନ୍ଦର ଦିନ ମଧ୍ୟରେ ଯେଉଁ କନ୍ୟା ଜନ୍ମ ନିଏ ସେ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାଏ । ବୃଷ ମାସର ପନ୍ଦର ଦିନଠାରୁ ଆରମ୍ଭ କରି ମିଥୁନ ମାସ ର ପନ୍ଦର ଦିନ ମଧ୍ୟରେ ଜନ୍ମ କରିଥିବା କନ୍ୟା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାଏ ।

ଏହି ସଂଯୋଗରେ ଯେଉଁ କନ୍ୟା ଜନ୍ମ ନେଇ ଥାଏ ସେ ଦୁଇ କୁଳ ପାଇଁ ଶୁଭ ହୋଇଥାଏ ଏବଂ ଘରର ସମସ୍ତ ପରିବର୍ତ୍ତନ ହୋଇଯାଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *