ଯେତେବେଳେ ବହୁତ ଦୁଃଖିତ ଥିବେ, ସେତେବେଳେ ଏ କାହାଣୀଟିକୁ ନିଶ୍ଚୟ ଶୁଣନ୍ତୁ, ଜୀବନ ବଦଳିଯିବ (Motivational Story) 

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଏମିତି ଏକ ସମୟ ଆସିଥାଏ ଯେତେବେଳେ ତା ଚାରିପାଖରେ କେବଳ ତାଙ୍କ ଖରାପ ଗୁଣ ଗାନ ହେଉଥାଏ । ଲୋକେ ତାଙ୍କୁ ମହତ୍ଵ ଦେବା ବନ୍ଦ କରିଦେଇଥାନ୍ତି । ତାଙ୍କ ଗୋଡ ଟାଣିବା ଆରମ୍ଭ କରିଦିଅନ୍ତି । କୌଣସି କାର୍ଯ୍ୟରେ ଆଗକୁ ବଢିବା ପାଇଁ ଚେଷ୍ଟା କଲେ ତାଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରନ୍ତି । ସେତେବେଳେ ମଣିଷ ନିଜ ଜୀବନରେ ହାରିଯାଇଛି ଭାବି ବହୁତ ଦୁଃଖିତ ହୋଇଥାଏ ।

ଯଦି ଆପଣଙ୍କୁ ଏହଭଳି ଅନୁଭବ ହେଉଥାଏ ତେବେ ଆପଣଙ୍କ ଜୀବନରେ ପୁଣି ଥରେ ଉତ୍ସାହ ଭାରି ଦେବା ପାଇଁ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ । ଆପଣ ମାନଙ୍କୁ ଜୀବନର ଦୁଃଖ ସମ୍ପକରେ ବିସ୍ତାର ଭାବରେ ଜଣାଇବା ପାଇଁ ଆଜି ଆମେ ଆପଣଙ୍କୁ ଏକ କାହାଣୀଟିଏ ଜଣାଇବା ପାଇଁ ଯାଉଛୁ । କାହାଣୀଟି ହେଉଛି ଗୋଟିଏ ଛୋଟ ପିଲାଟିର । ସେହି ପିଲାଟି ସବୁବେଳେ କିଛି ନା କିଛି କଥାକୁ ନେଇ ବାପା ମାଆ ସାମ୍ନାରେ ଅଳି କରିଥାଏ । ଗୋଟିଏ ଦିନ ପିଲାଟି ତାର ଜୋତା ଥାଇ ମଧ୍ୟ ଆଉ ଏକ ଭଲ ଜୋତା ପାଇଁ ଜିଦି କଲା ଆଉ ତାକୁ ଘରେ ମନା କରିବାରୁ ।

ମନ ଦୁଃଖ କରି ସ୍କୁଲ ଯାଉଥିଲା । ବାଟରେ ଜଣେ ବ୍ୟକ୍ତି ତାକୁ ଦେଖିଲେ ଆଉ କହିଲେ କାହିଁକି ମନ ଦୁଃଖ କରିଛୁ । ଏହାପରେ ସେ କାରଣ କହିଲା । ଏହାର ସମାଧାନ ପାଇଁ ବ୍ୟକ୍ତି ଜଣଙ୍କ ପିଲାଟିକୁ କହିଲେ ତୁ ଆଜି ଦିନ ସାରା ଯାହାକୁ ବି ଦେଖିବୁ ତାଙ୍କ ସହ କଥା ହେବୁ ଆଉ ମତେ ଆସି ସନ୍ଧ୍ୟାରେ କହିବୁ । ପିଲାଟି ଗଲା ବାଟରେ ଦେଖିଲା ଗୋଟିଏ ଝିଅଟି ଖାଲି ପାଦରେ ଯାଉଥିଲା ।

ତାକୁ ପିଲାଟି ପଚାରିବାରୁ ସେ ଉତ୍ତର ଦେଲା ଆମର ପଇସା ନାହି ଚପଲ କିଣିବା ପାଇଁ ସେଥିପାଇଁ ମୁଁ ଖାଲିପଦରେ ପଢିବାକୁ ଯାଉଛି । ଏହାପରେ ସ୍କୁଲର ଲଞ୍ଚ ଟାଇମରେ ସେ ଦେଖିଲା ତାର ଜଣେ ସାଙ୍ଗ ଦୁଇ ଟଙ୍କିଆ ଛୋଟ ବିସ୍କୁଟ ଟିଏ ଖାଉଛି ପିଲାଟି ପଚାରିଲା ତାକୁ ଆଉ ସେ ଉତ୍ତର ଦେଲା ଆମା ଘରେ ପଇସା ନାହିଁ ରୋଷେଇ କରିବା ପାଇଁ ତ ମୁଁ ଏହି ବିସ୍କୁଟ ଖାଉଛି ।

ସ୍କୁଲଲ ଛୁଟି ହେବା ପରେ ବାଟରେ ଦେଖିଲା ତାରି ବୟସର ଏକ ପିଲା ଗ୍ୟାରେଜରେ କାମ କରୁଛି । ତାକୁ ପଚାରିବାରୁ ସେ ଉତ୍ତର ଦେଲା ମୋ ବାପା ମାଆ ନାହାନ୍ତି ତେଣୁ ବଞ୍ଚିବା ପାଇଁ ମତେ କିଛି ତ କରିବାକୁ ପଡିବ । ଏହିସବୁ କଥା ଯାଇ ସେ ବ୍ୟକ୍ତି ଜଣଙ୍କୁ କହିଲା ଆଉ ସେ ପିଲାଟିକୁ ବୁଝାଇଲେ କହିଲେ ଦେଖ ତୋ ପାଖରେ ଖାଇବା ପିନ୍ଧିବା ପାଇଁ ଥାଇ ମଧ୍ୟ ତୁ ଅଳି କରୁଛୁ ।

ହେଲେ ସେମାନଙ୍କ ପାଖରେ ତ ସେତିକି ମଧ୍ୟ ନାହିଁ ତଥାପି ସେମାନେ ମନ ଖରାପ ନକରି ସଂଘର୍ଷ କରିବା ପାଇଁ ବାହାରିପଡିଛନ୍ତି । ଏବଂ ନିଜ ଜୀବନରେ ଏକ ଭଲ ସମୟ ଆଣିବାର ପ୍ରୟାସରେ ଅଛନ୍ତି । ତେଣୁ କେଉଁ ବି ପରିସ୍ଥିତିରେ ନ ଭାଙ୍ଗି ଆପଣଙ୍କ ଠାରୁ କଷ୍ଟରେ ଥିବା ଲୋକଙ୍କ କଥା  ସର୍ବଦା ଭାବି ସାହସ ଏବଂ ଉତ୍ସାହର ସହ ଆଗକୁ ବଢିବା ଉଚିତ ।

Leave a Reply

Your email address will not be published. Required fields are marked *