କେମିତି ଜାଣିବେ ? ଶରୀରରେ ଅଛି Calcium ର ଅଭାବ ? ଜାଣନ୍ତୁ ଲକ୍ଷଣ (Dr V. K. Mishra)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ପାଇଁ କ୍ୟାଲସିୟମର ଭୂମିକା ଅତ୍ୟନ୍ତ ହିଁ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଆମର ଦାନ୍ତ, ନଖ ଓ ହାଡର ଗଠନ ପାଇଁ କ୍ୟାଲସିୟମର ସର୍ବଶ୍ରେଷ୍ଟ ଭୂମିକା ରହିଅଛି । କ୍ୟାଲସିୟମର ଅଭାବ ଶରୀରରେ ହୋଇଲେ । ଶରୀର ଆମକୁ କୌଣସି ନା କୌଣସି ଅଙ୍ଗ ପ୍ରତ୍ଯେଙ୍ଗ ମାଧମରେ ଆମକୁ ସୂଚନା ଦେଇଥାଏ । ଯାହାକୁ ଦେଖି ଆମେ ଜାଣି ପାରିଥାଉ ।

ଶରୀରରେ କ୍ୟାଲସିୟମ ହୋଇଛି କି ନାହିଁ । କ୍ୟାଲସିୟମର ଡେଫିସିଏନସି କାରଣରୁ ଅଷ୍ଟିୟପିନିଆ ପ୍ରୋବ୍ଲେମ ବହୁତ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଯାହା ଦ୍ଵାରା ଶରୀରରେ କ୍ୟାଲସିୟମର ପରିମାଣ  କମ୍ ହୋଇବା ଦ୍ଵାରା ହାଡ ଦୁର୍ବଳ ହୋଇଯାଇଥାଏ । ଯାହା ଦ୍ଵାରା ସାମାନ୍ୟତମ ଆଘାତରୁ ହାଡ ଉପରେ ପ୍ରେସର ପଡିଲେ ।

ହାଡ ସଙ୍ଗେ ସଙ୍ଗେ ଭାଙ୍ଗିଯିବାର ସମ୍ଭାବନା ରହିଥାଏ । ନଚେତ ହାଡରେ କିଛି ମାଡ ହୋଇ ଦୁର୍ଘଟଣା ହେବା ଦ୍ଵାରା ହାଡ ଫାକ୍ଚର ହେବା ସହ ବହୁତ ଶୀଘ୍ର ହାଡ ପୂର୍ବ ଅବସ୍ତାକୁ ଆସିବାକୁ ସମୟ ଲଗାଇଥାଏ । ଶରୀରରେ କ୍ୟାଲସିୟମର ଅଭାବ ହୋଇଲେ । ନଖ ଗୁଡିକ ଦୁର୍ବଳ ହୋଯାଇଥାନ୍ତି । ଯେଉଁ କାରଣରୁ ନଖ ଗୁଡିକ ଶୀଘ୍ର ଭାଙ୍ଗି ଯାଇଥାନ୍ତି ।

ନଖ ଉପରେ ଧଳା ଧଳା ଚିହ୍ନ ହୋଇଯାଇଥାଏ । ଶରୀରରେ କ୍ୟାଲସିୟମର ଅଭାବରେ ସଂପୂର୍ଣ୍ଣ ଶରୀରରେ ବ୍ୟଥା ଆରମ୍ଭ ହୋଇଯାଇଥାଏ । ଶରୀର ବହୁତ ଶୀଘ୍ର କୌଣସି କାମ କରିବା ଦ୍ଵାରା ଦୁର୍ବଳ ହୋଇଯାଇଥାଏ । ଯାହା ଦ୍ଵାରା ଚକର ଆସିଥାଏ । ରାତିରେ ଭଲ ଭାବରେ ନିଦ ଆସିନଥାଏ । କାର୍ଯ୍ୟ କରିବା ସମୟରେ ଚିନ୍ତନ ପକ୍ରିୟା ଧୀର ହୋଇଯାଇଥାଏ ।

ଅଣ୍ଟା, ପିଠି, ଗୋଡ, ହାତ ଓ ବେକ ସବୁ ଜାଗାରେ ଦରଜ ବିନ୍ଧା ହୋଇଥାଏ । କ୍ୟାଲସିୟମର ଅଭାବରେ ହାର୍ଟ ପ୍ରତି ମଧ୍ୟ କ୍ଷତି ହେବାର ଭୟ ରହିଥାଏ ।  ଶରୀରର ଚର୍ମରେ ଶୁସ୍ଖତା ଆସିଯାଇଥାଏ । ଏହା ସହିତ ସଂପୂର୍ଣ୍ଣ ସ୍କିନରେ ଡ୍ରାଏନେସ୍ ଦେଖିବାକୁ ମିଳିଥାଏ । ଯେଉଁ କାରଣରୁ ସୋରିଆସୀସ ଭଳି ବିଭିନ୍ନ ପ୍ରକାର ସ୍କିନ ଡିଜିଜ୍ ସ୍କିନରେ ଦେଖିବାକୁ ମିଳିଥାଏ । କ୍ୟାଲସିୟମର ଅଭାବ ଯୋଗୁ କେଶରେ ବିଭିନ୍ନ ପ୍ରକାର ସମସ୍ଯା ଆସିବା ଆରମ୍ଭ ହୋଇଯାଇଥାଏ ।

ମହିଳା ମାନଙ୍କର ପିରିଅଡ୍ ହେବା ପୂର୍ବରୁ ଯେଉଁ ସବୁ ସମସ୍ଯା ଅଧିକ ପରିମାଣରେ ପ୍ରକାଶ ପାଇଥାଏ । ସେଥିମଧ୍ୟରୁ କ୍ୟାଲସିୟମର ଅଭାବ ଯୋଗୁ ମଧ୍ୟ କିଛି ହୋଇଥାଏ । କ୍ୟାଲସିୟମର ଅଭାବରେ ଶରୀରେ ଏହି ସବୁ ଲକ୍ଷଣମାନ ଦେଖାଯାଇଥାଏ । ଯାହା ଆଗକୁ ଯାଇ ଅଧିକ ଖରାପ ପରିସ୍ଥିତି ମଧ୍ୟ ଶରୀରରେ ଆଣିପାରେ ।

ତେଣୁ ନିଜ ଖାଦ୍ୟରେ କ୍ୟାଲସିୟମ ଯୁକ୍ତ ଖାଦ୍ୟର ଆଡ୍ କରିବା ନିହାତି ଭାବେ ଜରୁରୀ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜ୍ କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *