Health Care: କଣ ଆପଣଙ୍କ ଗଣ୍ଠି ବିନ୍ଧାର କାରଣ Uric Acid ତ ନୁହେଁ ? ଜାଣନ୍ତୁ ଏହା କଣ ? କିପରି ଏଥିରୁ ପାଇବେ ମୁକ୍ତି

ମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ଖାଉଥିବା ଖାଦ୍ୟରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ଵ ଶରୀରକୁ ମିଳିଥାଏ । ଏପରି କିଛି ଖାଦ୍ୟ ପଦାର୍ଥ ଅଛି । ଯେଉଁ ଥିରେ ପ୍ୟୁରିନ ନାମକ ତତ୍ଵ ମିଳିଥାଏ । ଏହି ଖାଦ୍ୟ ଖାଇବା ଦ୍ଵାରା ଶରୀରେ ଯେତେବେଳେ ଖାଦ୍ୟର ପଚନ କ୍ରିୟା ହୋଇଥାଏ । ସେତେବେଳେ ସେହି ପ୍ୟୁରିନ ନାମକ ପୋଷକ ତତ୍ଵରୁ ୟୁରିକ ଏସିଡ୍ ତିଆରି ହୋଇଯାଇଥାଏ ।

ଆମ ଶରୀରର କିଡ୍ନୀ ୟୁରିକ ଏସିଡକୁ ଛାଣି ଶରୀରର ମୁତ୍ର ନିଷ୍କାସନ ପକ୍ରିୟା ଦ୍ଵାରା ଶରୀରରୁ ୟୁରିକ ଏସିଡ କାଢିଦେଇଥାଏ । ଯେଉଁ ଲୋକ ପ୍ୟୁରିନଯୁକ୍ତ ଖାଦ୍ୟକୁ ବହୁ ବହୁ ପରିମାଣରେ ସେବନ କରିଥାନ୍ତି । ତେବେ ଶରୀରରେ ୟୁରିକ୍ ଏସିଡର ପରିମାଣ ବଢିଯାଇଥାଏ । ଯାହାକୁ ହାଇପରୟୁରିକମିଆ ବୋଲି କୁହାଯାଇଥାଏ । ଯାହା ସହଜରେ ମୁତ୍ର ଦ୍ଵାରା ନିଷ୍କାସିତ ହୋଇନପାରି ଶରୀରର ଟିସୁ ତଥା ଶରୀରର ଜଏଣ୍ଟ ସ୍ଥାନରେ ରହିଜାଇଥାଏ ।

ଯେତେବେଳେ ବହୁ ସମୟ ଧରି ଜଏଣ୍ଟ ସ୍ଥାନ ମାନଙ୍କରେ ୟୁରିକ ଏସିଡ ଜମା ହୋଇ ରହିଜାଇଥାଏ । ସେତେବେଳେ ବ୍ୟକ୍ତି ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ପୀଡିତ ହୋଇଯାଇଥାଏ । ଯାହାକୁ ସାଧାରଣତଃ ଗାଉଟ ବୋଲି କୁହାଯାଇଥାଏ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପ୍ରାୟତଃ ୪୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଲୋକଙ୍କୁ ହୋଇଥାଏ ।

ଏହା ବ୍ଯତୀତ ୟୁରିକ ଶରୀରରେ ବଢିଯାଇ କିଡ୍ନୀ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ମଟର ଛୁଇଁ, ପାଳଙ୍ଗ, ଛତୁ, ମାଛ, ମଟନ, ଫୁଲକୋବି, ରାଜମା, ଭଳି ଏହି ଭଳି ଖାଦ୍ୟ ପଦାର୍ଥରେ ପ୍ୟୁରିନ ନାମକ ପୋଷକ ତତ୍ଵ ବହୁ ପରିମାଣରେ ରହିଥାଏ । ତେଣୁ ଏହି ସବୁ ଖାଦ୍ୟକୁ ଆବଶ୍ୟକରୁ ଅଧିକ ଖାଇବା ଦ୍ଵାରା ଶରୀରରେ ୟୁରିକ ଏସିଡର ମାତ୍ରା ବଢିଯାଇଥାଏ ।

ଶରୀରରେ ୟୁରିକ ଏସିଡ ବଢିଯିବା ଦ୍ଵାରା ଅନେକଙ୍କ ଶରୀରରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ । ଯେପରି ଆଣ୍ଠୁ ଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ହେବା, ବାରମ୍ବାର ପରିସ୍ରା ଲାଗିବା, ହାତ ଗୋଡରେ ଛୁଞ୍ଚି ଫୋଡି ହେଲା ପରି ଲାଗିବା ସହିତ ଦରଜ ଅନୁଭବ ହେବା ଓ ଅଣ୍ଟା ପିଠିରେ ଦରଜ ବିନ୍ଧା ହେବା ଭଳି ସମସ୍ଯାମାନ ଦେଖାଯାଇଥାଏ । ଶରୀରରେ ୟୁରିକ ଏସିଡର ବଢିବା କାରଣ ରକ୍ତ ପରୀକ୍ଷା ଦ୍ଵାରା କରାଯାଇପାରିବ ।

ୟୁରିକ ଏସିଡ ଶରୀରରେ ନିୟନ୍ତ୍ରିତ ରଖିବାକୁ ହେଲେ ନିଜ ଖାଦ୍ୟ ଉପରେ ବେଶି ଗୁରୁତ୍ଵ ଦେବା ଆବଶ୍ୟକ ହୋଇଥାଏ । ତେଲ ମସଲା ଜାତୀୟ ଖାଦ୍ୟର ଅଳ୍ପ ସେବନ କରିବା ଓ ଯେଉଁ ସବୁ ଖାଦ୍ୟ ପଦାର୍ଥରେ ପ୍ୟୁରିନ ରହୁଅଛି । ତାହାକୁ ଖାଇବାର ପରିମାଣ କମାଇଦେବା ଉଚିତ ।

ଏହା ସହିତ ପ୍ରଚୁର ପରିମାଣରେ ପାଣି ପିଇବା । କାରଣ ପ୍ରଚୁର ପରିମାଣରେ ପାଣିର ସେବନ ଦ୍ଵାରା ଶରୀରରେ ଥିବା ସମସ୍ତ ଅଦରକାରୀ ବର୍ଜ୍ୟବସ୍ତୁ ଶରୀରରୁ ବାହାରି ଚାଲିଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *