ଅଧିକ ଚିନ୍ତା କରିବା ଦ୍ଵାରା କଣ ହୋଇଥାଏ ? ସବୁବେଳେ ଚିନ୍ତା କରୁଥିବା ଲୋକ, ସବୁବେଳେ ଭାବୁଥିବା ଲୋକ ଏହାକୁ ନିଶ୍ଚୟ ଦେଖନ୍ତୁ (Motivational speech)

ନମସ୍କାର ବନ୍ଧୁଗଣ । ଚିନ୍ତା ଏକ ଏପରି ରୋଗ ଅଟେ ଯାହା ଆପ[ନ ଏନକେଆର ସମସ୍ତ ଖୁସି କୁ ନଷ୍ଟ କରି ଦେଇଥାଏ । ଅଧିକ ଚିନ୍ତା କରୁଥିବା ଲୋକ ଆପଣ ଙ୍କୁ କେବେ ଖୁସି ରେ ଦେଖି ପାରିବ ନାହିଁ । ସବୁବେଳେ ଚିନ୍ତା ରେ ବୁଡି ରହିଥିବା ବ୍ୟକ୍ତି କୁ କେବେ ମଧ୍ୟ କୌଣସି କଥା ରୁ ଖୁସି ମିଳି ନଥାଏ । ସବୁବେଳେ ଗୋଟିଏ କଥା କୁ ନେଇ ହିଁ ବୁଡି ରହିଥାନ୍ତି । ସେହି କଥା କୁ ହିଁ ବାରମ୍ବାର ବାରମ୍ବାର କରି ଚିନ୍ତା କରୁଥାନ୍ତି ।

କୌଣସି ଜିନିଷ ଏହି ଲୋକ ମାନଙ୍କୁ ଖୁସି ଦେଇ ପାରି ନଥାଏ । ଏମାନଙ୍କ ପାଇଁ ସେମାନଙ୍କର ବାତାବରଣ ମଧ୍ୟ କଳୁଷିତ ହୋଇ ଯାଇଥାଏ । ଏପରି ଘର ରେ କେହି ମଧ୍ୟ ଖୁସି ରେ ରହି ପାରି ନଥାନ୍ତି । ଯେଉଁ ଲୋକ ଅଧିକ ଚିନ୍ତା କରିଥାଏ ସେହି ଲୋକ କୁ ଧୀରେ ଧୀରେ କରି ସମସ୍ତ କଥାରେ ଚିଡ ଚିଡ଼ା ଲାଗିବା ଆରମ୍ଭ ହୋଇଯାଏ ।

ଏହାର କାରଣ ରୁ ସେମାନଙ୍କୁ ନିଦ ମଧ୍ୟ ଠିକ ଭାବରେ ହୋଇ ପାରି ନଥାଏ । ଧୀରେ ଧୀରେ କରି ସେମାନେ ଅନେକ ରୋଗ ବ୍ୟାଧିର ଶିକାର ମଧ୍ୟ ହୋଇ ଯାଇଥାନ୍ତି । କିନ୍ତୁ ବାସ୍ତବିକ ସତ୍ୟ ଏହାକି ଯେତେ ମାତ୍ରା ରେ କୌଣସି କଥା ଉପରେ ଏମାନେ ଚିନ୍ତା କରିଥାନ୍ତି ବାସ୍ତବରେ ସେହି ବିଷୟ ଏତେ ମଧ୍ୟ ଚିନ୍ତା ର ବିଷୟ ହୋଇ ନଥାଏ ।

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ଜ୍ଞାନ ଦେବା ସମୟରେ କହିଥିଲେ ମନୁଷ୍ୟ ସବୁବେଳେ ଅତୀତ ବା ଯାହା ହୋଇ ଯାଇଛି, ତାହା ବିଷୟ ରେ ହିଁ ଚିନ୍ତା କରିଥାଏ । ନଚେତ ଯାହା ହେବାକୁ ଯାଉଛି ବା ଯାହା ବିଷୟରେ ବାସ୍ତବରେ କିଛି ଜାଣି ନାହିଁ ତାହା ଉପରେ ହିଁ ଚିନ୍ତା କରିଥାଏ ।

ଯେପରି କି ଭବିଷ୍ୟତ । ବ୍ନାନ୍ଧୁଗଣ ଏହା ସତ୍ୟ ଭବିଷ୍ୟ ରେ କଣ ହେବ କେବେ ହେବ ଏହା ସମ୍ବନ୍ଧରେ କହିବା କାହା ପକ୍ଷରେ ମଧ୍ୟ ସମ୍ବବ ନୁହେଁ । ସମସ୍ତଙ୍କ ଜୀବନରେ ସବୁବେଳେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । କିନ୍ତୁ ଏପରି କୌଣସି ସମସ୍ଯା ନାହିଁ ଯାହାର କି ସମାଧାନ ନଥିବ ।

ପ୍ରତ୍ଯେକ ସମସ୍ଯା ତାହା ସହ ଏକ ସମାଧାନ ମଧ୍ୟ ନେଇ କରି ଆସି ଥାଏ । ମାତ୍ର ଆମେ ସମସ୍ଯା କୁ ନେଇ ଏତେ ଭୟଭୀତ ହୋଇ ଯାଇଥାଉ କି ତାର ସମାଧାନ ଦେଖିବା ପରିବର୍ତେ ସେହି ସମସ୍ୟାରେ ହିଁ ଜଡିହୋଇ ରହିଯାଉ ।

ଚିନ୍ତା ଏକ ଏପରି ବିଷ ଅଟେ, ଯାହା ଆପଣ ଙ୍କର ଭବିଷ୍ୟତ କେବେ ଉଜ୍ଜ୍ଵଳ କରିବ ନାହିଁ କିନ୍ତୁ ଏହା ଆପଣଙ୍କ ଆଜିକୁ ମଧ୍ୟ ନଷ୍ଟ କରି ଦେବ । ତେଣୁ ବନ୍ଧୁଗଣ ଚିନ୍ତାକୁ ଛାଡି ବର୍ତମାନ ସମୟରେ ରହି ଏହାର ଆନନ୍ଦ ନିଅନ୍ତୁ । ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *