ଯୋନିରେ ସଂକ୍ରମଣ ହେଲେ, କିଭଳି କରିବେ ଏଥିପାଇଁ ଉପଚାର ! ଜାଣନ୍ତୁ ଏହାର ସମସ୍ଯା ଓ ତାହାର ପ୍ରତିକାର ! Dr Shilpa Mishra

ଶରୀରରେ ଅନେକ ପ୍ରକାର ସମସ୍ଯାମାନ ରହିଛି । ତେବେ ସେହି ସବୁ ସମସ୍ଯା ମଧ୍ୟରୁ ମହିଳାଙ୍କ ଠାରେ ଭଯାଇନାଲ ସଂକ୍ରମଣ ମଧ୍ୟ ବହୁତ ଅଧିକ ଦେଖିବାକୁ ମିଳିଥାଏ । ଯେପରିକି ଯୋନୀ କୁଣ୍ଡାଇ ହେବା, ଯୋନୀରୁ ଦୁର୍ଗନ୍ଧ ବାହାରିବା, ସ୍ଥାନଟି ଲାଲ ପଡିଯିବା, ଭଳି ଏହିପରି କିଛି ସମସ୍ଯା ଦେଖାଦେଇଥାଏ । ତେବେ ଏଭଳି ସମସ୍ଯାର କିଭଳି ଭାବେ ସଠିକ ଉପଚାର କରିବା ସେହି ବିଷୟରେ ଚାଲନ୍ତୁ ଡାକ୍ତର ଶିଲ୍ପା ମିଶ୍ରଙ୍କ ମୁହଁରୁ ଜାଣିବାକୁ ପାଇବା ।

ତେବେ ଡାକ୍ତରଙ୍କ କହିବା ଅନୁଯାଇ ଭଯାଇନାଲ ପାର୍ଟଟିରେ ଯଦି କୁଣ୍ଡାଇ ହେଉଛି । ବା ସେହି ସ୍ଥାନରୁ ବହୁ ଅଧିକ ମାତ୍ରରେ ଦୁର୍ଗନ୍ଧ ବାହାରୁଛି । ଅଧିକ ମାତ୍ରାରେ ଡିସଚାର୍ଜ ହେଉଛି । ତେବେ ନିଜେ କୌଣସି ପ୍ରକାର ଉପଚାର ସେଥିପାଇଁ ନକରି ଡାକ୍ତରଙ୍କ ପରାମର୍ଶ କରାଇ ନେବା ଉଚିତ । ତେବେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ନିଜକୁ ପ୍ରଥମେ ମାନସିକ ରୂପେ ପ୍ରସ୍ତୁତ କରି ଯିବାକୁ ପଡିବ । କାରଣ ଡାକ୍ତର ସେହି ସମସ୍ଯା ବିଷୟରେ ସଠିକ ଭାବରେ ଜାଣିବା ପାଇଁ କିଛି ଟେଷ୍ଟ କରିବା ପାଇଁ କହିପାରନ୍ତି ।

ଯେପରିକି ଭଯାଇନାଲ ସମସ୍ଯାରେ ପୀଡିତ ମହିଳାଙ୍କୁ ସୁଗାର ଟେଷ୍ଟ କରିବା ପାଇଁ କହିଥାନ୍ତି । ଯଦି କୌଣସି ବ୍ୟାକେଟେରିଆ ପାଇଁ ସ୍ଥାନଟି ସଂକ୍ରମିତ ହୋଇଥାଏ । ତେବେ ସେଥିପାଇଁ ଡାକ୍ତର କିଛି ମେଡ଼ିସିନ ଖାଇବା ମଧ୍ୟ ଦେଇଥାନ୍ତି । ଏହା ଛଡା କ୍ଲିଣ୍ଡାମାଇସିନର ଜେଲ୍ ମଧ୍ୟ ସେହି ସ୍ଥାନରେ ଲଗାଇବା ପାଇଁ ଦିଆଯାଇଥାଏ ।

ତେବେ ଡାକ୍ତରଙ୍କ ପରାମର୍ଶ ପରେ ସମସ୍ଯା ଦେଖିକି ଡାକ୍ତର ଏଥିପାଇଁ ଟ୍ଯାବଲେଟ୍ ଖାଇବା ପାଇଁ ବା ଅଏଲମେଣ୍ଟ ଲଗାଇବା ପାଇଁ ଦେଇଥାନ୍ତି । ତେବେ ବାରମ୍ବାର ଯଦି ଭଯାଇନାଲ ଇନଫେକସନ ହେଉଥାଏ । ସେଥିପାଇଁ ପିନ୍ଧୁଥିବା ଅଣ୍ଡରଗାରମେଣ୍ଟ୍ସ ଗୁଡିକ ଭଲ ଭାବରେ ସଫା କରି ସାରିବା ପରେ 5 ରୁ 10 ମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ବୁଡାଇ ଧୋଇ ନେବା ଉଚିତ । ତାପରେ ତାହା ଭଲ ଭାବରେ ଶୁଖିଲା ପରେ ଯାଇ ଅଣ୍ଡରଗାରମେଣ୍ଟ୍ସ ଗୁଡିକ ପିନ୍ଧିବା ଉଚିତ ।

ଭଯାଇନାଲ ଏରିଆରେ କୌଣସି ପ୍ରକାର କେମିକାଲ ମିଶ୍ରୀତ ସାବୁନ ଲଗାଇ ସଫା କରିବେ ନାହିଁ । କି ଭଲ ସ୍ମେଳ ଆସିବା ପାଇଁ ସେଣ୍ଟ ୟୁଜ କରିବେ ନାହିଁ । ପିରିୟଡ୍ସ ସମୟରେ ନିଜର ଭଯାଇନାଲ ଏରିଆକୁ ଭଲ ଭାବରେ ପରିଷ୍କାର କରି ରଖିବେ । ଲୁଜ କଟନର ଅଣ୍ଡରଗାରମେଣ୍ଟ୍ସ ପିନ୍ଧିବାକୁ ବହୁ ସମୟରେ ଟ୍ରାଏ କରିବେ । ସଠିକ ମାତ୍ରାରେ ପାଣି ପିଇବା ସହ ବଟରମିଲ୍କ ଓ ଦହି ସେବନ କରନ୍ତୁ ।

ଏହା ଭଜାଇନାଲ ଏରିଆ ପାଇଁ ବହୁତ ଭଲ ହୋଇଥାଏ । ତେବେ ଏହିଭଳି କିଛି ନିୟମ ମାନି ଚଳିବା ସହ ଦରକାର ପଡିଲେ, ଡାକ୍ତରଙ୍କ ପରାମର୍ଶ ନେଇଯିବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *