Vastu Tips- ଯେଉଁ ଘରେ ଏହି 3 ଟି ଫଟୋ ନଥାଏ ସେଠି ମା’ ଲକ୍ଷ୍ମୀ ପାଦ ବି ରଖନ୍ତି ନାହିଁ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜିକାଲି ଦୁନିଆ ରେ ଭିନ୍ନ ଭିନ୍ନ ଧରଣର ବ୍ୟକ୍ତି ମାନେ ବାସ କରୁଛନ୍ତି। ସେମାନେ ନିଜ ଜୀବନକୁ ଆନନ୍ଦ ର ସହିତ ବିତାଉଛନ୍ତି। କିନ୍ତୁ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁ ମାନେ ବାସ୍ତୁ ଦୋଷ କାରଣରୁ ନିଜ ଜୀବନ କୁ ଆନନ୍ଦ ରେ ଅତିବାହିତ କରିପାରୁ ନାହାନ୍ତି।

ତେବେ ଯଦି ଆପଣ ବାସ୍ତୁ ଶାସ୍ତ୍ର କୁ ବିଶ୍ୱାସ ଅଥବା ଭରସା କରୁଥିବେ ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ତିନୋଟି ଫଟୋ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ଦୁର ହୋଇଥାଏ ଏବଂ ସେହି ଘରେ ସଦା ସର୍ବଦା ମାତାଲକ୍ଷ୍ମୀ ବାସ କରନ୍ତି।ଏହା ସହିତ ସେହି ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ଘଟି ସକରାତ୍ମକ ଶକ୍ତି ର ସୃଷ୍ଟି ହୋଇଥାଏ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା

୧. ବନ୍ଧୁଗଣ ପ୍ରଥମତଃ, ଭଗବାନ ଗଣେଶ ଙ୍କୁ ବିଘ୍ନ ହର୍ତା ବୋଲି କୁହାଯାଏ। ଯଦି ଆପଣ ନିଜ ଘରେ ଧନର ବୃଦ୍ଧି ଏବଂ ସୁଖ ସମୃଦ୍ଧି ପ୍ରାପ୍ତି ନିମନ୍ତେ ଭଗବାନ ଗଣେଶ ଙ୍କ ମୂର୍ତ୍ତି ତଥା ଫଟୋ କୁ ସ୍ଥାପନ କରିବେ ତେବେ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବ ଏବଂ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ। ଏଥିପାଇଁ ଆପଣ ଘରର ମୁଖ୍ୟ ଦ୍ୱାର ରେ ଭଗବାନ ଗଣେଶ ଙ୍କ ଫଟୋ ଲଗାନ୍ତୁ।

ଏହାଦ୍ବାରା ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଦୂର ହେବ ଓ ସକରାତ୍ମକ ଶକ୍ତି ର ଆଗମନ ହେବ। ଆପଣ କୌଣସି ଜରୁରୀ କାର୍ଯ୍ୟ ନିମନ୍ତେ ଯିବା ସମୟରେ ସେହି ଗଣେଶ ଭଗବାନ ଙ୍କ ଫଟୋ କୁ ଅଵଶ୍ୟ ଦର୍ଶନ କରି ଯାଆନ୍ତୁ। ଆପଣ ନିଶ୍ଚିତ ଭାବରେ କାର୍ଯ୍ୟ ରେ ସଫଳତା ହାସଲ କରିବେ।

୨. ବନ୍ଧୁଗଣ ଦ୍ବିତୀୟତଃ, ଆପଣ ନିଜ ଘରର ମୁଖ ଦ୍ୱାର ର ପଛ ପଟେ ଦକ୍ଷିଣ ପଶ୍ଚିମ ଦିଗରେ ପଞ୍ଚମୁଖୀ ହନୁମାନ ଙ୍କ ଫଟୋ ଅବଶ୍ୟ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ଥିବା ନକରାତ୍ମକ ଉର୍ଜା ର ଅନ୍ତ ଘଟିବ ଏବଂ ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଦୂର ହେବ। ଏହା ସହିତ ଆପଣଙ୍କ ସଦା ସର୍ବଦା ମଙ୍ଗଳ ହେବ। ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ର ଆଗମନ ହେବ।

୩. ବନ୍ଧୁଗଣ ତୃତୀୟତଃ, ଘରେ ମାତାଲକ୍ଷ୍ମୀ ଙ୍କ ଫଟୋ ରହିବା ନିହାତି ଆବଶ୍ୟକ। କିନ୍ତୁ ମାତାଲକ୍ଷ୍ମୀ ଙ୍କ ସହିତ ଭଗବାନ କୁବେର ଙ୍କ ମୂର୍ତ୍ତି ବା ଫଟୋ ମଧ୍ୟ ରହିବା ଆବଶ୍ୟକ। କାରଣ ମାତାଲକ୍ଷ୍ମୀ ଧନ ପ୍ରଦାନ କରିଥାନ୍ତି ଏବଂ କୁବେର ଦେବତା ଆୟୁ ପ୍ରଦାନ କରିଥାନ୍ତି। ଆୟ ବିନା ଧନ ର ପ୍ରାପ୍ତି ସମ୍ଭବ ନୁହେଁ। କୁବେର ଦେବତା ଉତ୍ତର ଦିଗ ର ଭଗବାନ ଅଟନ୍ତି। ତେଣୁ ଆପଣ ନିଜ ଘରର ଉତ୍ତର ଦିଗରେ କୁବେର ଦେବତା ଙ୍କ ଫଟୋ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କ ସର୍ବବିଧ ମଙ୍ଗଳ ହୋଇଥାଏ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *