ଚେହେରା ଓ ଆଖିତଳ କଳା ଦାଗ ପାଇଁ କରନ୍ତୁ ଏହି ଘରୋଇ ଉପାୟ, ୧୦୦ % ସମାଧାନ, ଚେହେରା ଚମକିବ

ଆଖି ତଳ କଳା ପଡୁଥିଲେ, ଏହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ । ଏହି ସମସ୍ୟା ଅନେକ କାରଣରୁହୋଇପାରେ, ଯେପରିକି ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ, ଭଲରେ ନିଦ ନଆସିବା ଓ ମାନସିକ ଦୁଶ୍ଚିନ୍ତା କିମ୍ବା ବହୁତ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିିବା । ଏହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇବା ସହ ଆପଣ କଳାଦାଗ ଯୋଗୁଁ ସବୁବେଳେ ଥକା ଥକା ନଜର ଆସିବେ ।

ଆଜି କାଲିର ଏହି ଭାଗଦୌଡ ଜୀବନରେ ଲୋକମାନେ ନିଜ ଶରୀର ର ଯତ୍ନ ନେବାରେ ଅବହେଳା କରିଦେଉଛନ୍ତି । ଏଣୁ ଶରୀର ର ନାନା ସମସ୍ୟା ଦେଖାଯାଉଛି । ଖାସ କରି ଯୁବପିଢି ରେ ଏହି ସବୁ ସମସ୍ୟା ଖୁବ ଶୀଘ୍ର ଦେଖା ଯାଉଚି । ଯେପରି ବ୍ରଣ, ଦାଗ, ଆଖିତଳ କଳା ପଡିବା ଇତ୍ୟାଦି ଏଥି ମଧ୍ୟରୁ ଆଜି ଆମେ ଆପଣ ମାନଙ୍କୁ ଆଖିତଳେ କଳା ପଡ଼ିବା ସମସ୍ୟା ର ସମାଧାନ ବିଷୟରେ କହିବାକୁ ଯାଉଛୁ ।


ହଳଦୀ ଏବଂ ଲେମ୍ବୁ- ହଳଦୀ ଏବଂ ଲେମ୍ବୁ ର ଏହି ସହଜ ଉପାୟ ଦ୍ୱାରା କିଛିଦିନ ମଧ୍ୟରେ ଆପଣଙ୍କ ଚେହେରା ରେ ଉଜ୍ବଳତା ଆସି ପାରିବ । ପ୍ରତ୍ୟେକ ଦିନ ସକାଳେ କିଛି ହଳଦୀ କୁ ଲେମ୍ବୁ ସହ ଲଗାଇ ଅଳ୍ପ ଗୋଲାପ ଜଳ ସହିତ ନିଜ ମୁହ ରେ 10 ମିନିଟ ଭଲରେ ଘଷନ୍ତୁ । ମୁହଁକୁ ପରେ ଧୋଇ ଦିଅନ୍ତୁ । ଏମିତି ଏକ ମାସ ଟ୍ରାଏ କରନ୍ତୁ । ଚମତ୍କାର ଦେଖନ୍ତୁ ।

ମହୁ- ମହୁର ଏହି ଉପକାରୀତା ବିଷୟରେ ଖୁବ କମ ଲୋକ ଜାଣିଛନ୍ତି । ମହୁ କେବେ ମଧ୍ୟ ନଷ୍ଟ ହୁଏ ନାହିଁ । ଆଖିତଳ କଳା ପଡୁଥିଲେ ଆପଣ ମହୁକୁ ବ୍ୟବହାର କରି ପାରିବେ ମହୁ କୁ ଏକ ଚାମଚ ରେ ନିଅନ୍ତୁ ଏବଂ ଏହାକୁ ଗରମ କରନ୍ତୁ, ଅଧଚମଚ ଉଷୁମ ମହୁ ରେ ଲେମ୍ବୁ ଟିକେ ଚୁପୁଡ଼ି ଏହାକୁ ଆଖି ତଳେ ଲଗାନ୍ତୁ ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଆଖିତଳ କଳା ପଡିବା ସମସ୍ୟା ଦୂର ହୋଇଯିବ ।

ଆଳୁ- ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲରେ ସଫା କରନ୍ତୁ । ଏହାପରେ ଆଳକୁୁୁ ପତଳା କରି କାଟି ଏକ ସ୍ଲାଇଡ ଆଖିରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହପରେ ଚେହେରାକୁ ଧୋଇ ଦିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂରେଇ ଯିବ ।

ଟମାଟୋ- ଟମାଟୋ ରସରେ କିଛି ବୁନ୍ଦା ଲେମ୍ବୁରସ, ଏକ ଚୁଟକିି ବେସନ ଓ ହଳଦୀ ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ଆଖିର ଚାରି ପାଖରେ ଲଗାଇ ନିଅନ୍ତୁ । ଏହି ମିଶ୍ରଣକୁ ସପ୍ତାହରେ ଅତିକମରେ ୩ ଥର ଲଗାନ୍ତୁ । ଏପରି କରିବା ଦ୍ୱାରା କଳାଦାଗ ବା ଡାର୍କସର୍କଲ ଧୀରେ ଧୀରେ କମ ହୋଇଯିବ ।

ଗୋଲାପ ଜଳ- ବନ୍ଦ ଆଖିରେ ଗୋଲାପ ଜଳରେ ଭିଜା ତୁଳାକୁ ଆଖିରେ ରଖନ୍ତୁ । ଏପରି ୧୦ ମିନିଟ ହିଁ ରଖନ୍ତୁ । ଏପରି କରିବା ଦ୍ୱାରା ଆଖଇର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠେ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ଗୋଲାପ ତେଲ ଲଗାଇ ନିଶ୍ଚୟ ଶୁଅନ୍ତୁ ।

ବାଦାମ ତେଲ- କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ । ବାଦାମ ତେଲକୁୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ।

କାକୁଡ଼ି- କାକୁଡି ରସ କଳାଦାଗ ପାଇଁ ବହୁତ ଉପକାରୀ । କାକୁଡିକୁ ଛୋଟ ସ୍ଲାଇସ କାଟି ଆଖି ଉପରେ ରଖନ୍ତୁ । ୧୫ ମିନିଟ ପରେ ଧୋଇଦିଅନ୍ତୁ । ଏପରି ନିୟମିତ କରିବା ଦ୍ୱାରା ଆପଣ କାକୁଡିର ଉପକାରିତା ଅନୁଭବ କରିପାରିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *