ଗ୍ଯାସ ଓ ଏସିଡିଟି ଭଳି ସମସ୍ଯାକୁ ବିନା ଔଷଧରେ ବି କରନ୍ତୁ ଭଲ ! ମାତ୍ର କିଛି ମିନିଟରେ ପେଟ ଯନ୍ତ୍ରଣା ଗାୟବ ! Dr Salim Zaidi

ନମସ୍କାର ବନ୍ଧୁଗଣ, ଆପଣଙ୍କ ଶରୀରରେ ଗ୍ୟାସ ଏବଂ ଆଶିରିଟି କାହିଁକି ବଢିଥାଏ ଏହା ଦ୍ଵାରା ଆପଣଙ୍କୁ ହେଉଥିବା କଷ୍ଟରୁ ମୁକ୍ତି ପାଇବା ପାଇଁ ଅନେକ ଔଷଧ ମଧ୍ୟ ନେବାକୁ ପଡୁଥିବ ନିଶ୍ଚୟ । ଯାହା ବର୍ତ୍ତମାନ ସମୟ ପାଇଁ ତ କଷ୍ଟ ନିବାରକ ଅଟେ କିନ୍ତୁ ଭବିଷ୍ୟତ ପାଇଁ ସ୍ୱାସ୍ଥ୍ୟ ନିମନ୍ତେ ହୋଇପାରେ ହାନିକାରକ । ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଧ୍ୟାନ ରଖିବା ନିଅମନ୍ତେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ଆପଣ ଏକ ଘରୋଇ ଉପାୟ ଦ୍ଵାରା ଔଷଧ ଠାରୁ ଅଧିକ ଗୁଣରେ ଫାଇଦା ପାଇପାରିବେ । ତେବେ ଆସନ୍ତୁ ଜାଣିବା ।

ଆପଣଙ୍କୁ ନିଜ ଆଶିରିଟି ଏବଂ ଗ୍ୟାସ ସମସ୍ୟାକୁ ଦୂର କରିବା ପାଇଁ ମାତ୍ରା ଦୁଇଟି ଜିନିଷର ଆବଶ୍ୟକତା ରହିଛି । ଯାହା ଆପଣଙ୍କୁ ଅତିସହଜରେ ଆପଣଙ୍କ ରୋଷେଇ ଘରୁ ଆପଣଙ୍କୁ ମିଳିଯିବ । ପ୍ରଥମଟି ହେଉଛି କଳାଲୁଣ ଏବଂ ଦିତୀୟଟି ହେଉଛି ଜୀରା । ଏଥିପାଇଁ ଆପଣଙ୍କୁ ଏକ ଚାମଚ ଜୀରା ନେବାର ଅଛି । ଏହି ଜିରାକୁ ଆପଣ ତାୱା ଉପରେ ରଖି ଅଳ୍ପ ଭାଜି ନିଅନ୍ତୁ ।

ଏହାସହିତ ଆପଣଙ୍କୁ ଏଥିରେ ମିଶାଇବାର ଅଛି ଏକ ଚୁଟକି କଳାଲୁଣ । ଏହାକୁ ଆପଣ ପାଟିରେ ପକାଇ ଚୋବାଇ ନିଅନ୍ତୁ ଏବଂ ଏହାପରେ ପାଣି ପିଇ ନିଅନ୍ତୁ । ଏହା ଏକ ଏଭଳି ଉପାୟ ଅଟେ ଯାହା ଆପଣଙ୍କୁ ଆଶିରିଟି ହୋଇଥିଲେ ତୁରନ୍ତ ଆରାମ ଦେବ । ଆଉ ଏହାକୁ ଆପଣ ସେବନ କରିବା ଦ୍ଵାରା ଆପଣଙ୍କ ଠାରେ ଆଶିରିଟି ସମସ୍ୟା ବିଲକୁଲ ମଧ୍ୟ ଦେଖା ଦେବ ନାହିଁ ।

ଯଦି ଆପଣ ଏହାକୁ ନିୟମିତ ଭାବରେ ସେବନ କରନ୍ତି ତେବେ ଆପଣଙ୍କ ପୁରୁଣା ରୁ ପୁରୁଣା ଆଶିରିଟି ଏବଂ ପେଟ କଷ୍ଟ ଇତ୍ୟାଦି ଦୂର ହୋଇଯିବ । ହଜମ ପ୍ରକ୍ରିୟା ମଧ୍ୟ ଆପଣଙ୍କର ଭଲ ରହିଥାଏ ଏହାଦ୍ୱାରା । ଏହାକୁ ଆପଣ ଏକ ମାସରେ 15 ରୁ 20 ଦିନ ପର୍ଯ୍ୟନ୍ତ ଏହିଭଳି ସେବନ କରିବା ଦ୍ଵାରା ସବୁଦିନ ପାଇଁ ଆପଣଙ୍କ ଆଶିରିଟି, ପେଟ ଦରଜ, ହଜମ ଜନିତ ସମସ୍ୟା ଇତ୍ୟାଦି ଗୋଟିଏ ଚୁଟକିରେ ଶେଷ ହୋଇଯିବ ।

ଏହାକୁ ଆପଣଙ୍କୁ ଦିନକୁ ଦୁଇଥର ସେବନ କରିବାର ଅଛି । ଦ୍ଵିପହର ଖାଦ୍ୟ ଖାଇବା ପରେ ଆପଣ ଏହାକୁ ନେଇପାରିବେ ଏବଂ ଆଉ ଥରେ ଆପଣ ଏହାକୁ ରାତିର ଖାଇବା ଖାଇସାରି ନେବା ଆବଶ୍ୟକ । ଯଦି ଆପଣଙ୍କୁ ଲାଗୁଥାଏ ଆପଣ ଜୀରା ଖାଇବା ଦ୍ଵାରା ଆପଣଙ୍କୁ କୌଣସି ସମସ୍ୟା ହେଉଛି ତେବେ ଆପଣ ଏକ ଚାମଚ ଜୀରା ବଦଳରେ ଅଧା ଚାମଚ ଜୀରା ଖାଇପାରିବେ ।

ଆପଣଙ୍କ ଶରୀରର ସ୍ୱାସ୍ଥ୍ୟକୁ ନଜର ରଖି ଆପଣ ଜୀରାର ପରିମାଣ କମ କରିପାରିବେ । ଆଶା କରୁଛୁ ଆପଣଙ୍କ ପାଇଁ ଏହି ଉପାୟ ଲାଭକାରୀ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *