ନମସ୍କାର ବନ୍ଧୁଗଣ ଆପଣ ଙ୍କୁ ରୋଗରୁ ଉଠି କିଛି ଖାଇବାକୁ ଭଲ ଲାଗୁ ନାହିଁ କିମ୍ବା ମୁହଁର ସ୍ୱାଦ ବିଗିଡି ଯାଇଛି କିମ୍ବା କିଛି ସ୍ୱାଦ ଆସୁନାହିଁ ।
ତେବେ ଆଜି ଆମେ ତାହା ପାଇଁ ଏକ ଉପାୟ ବିଷୟରେ ଆଲୋଚନା କରିବୁ ଯାହା ଆପଣ ଙ୍କ ସ୍ୱାଦ କୁ ବଢ଼ାଇବା ସହ ଆପଣ ଙ୍କ ର ଶରୀର କୁ ରୋଗ ପ୍ରତିଶୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରାଇ ଥାଏ । ଏବଂ ଆପଣ ଙ୍କୁ ଖାଦ୍ୟ ଖାଇବା କୁ ଇଚ୍ଛା ମଧ୍ୟ ହେବ । ଏହା ଛଡା ଏହି ଉପାୟ ଦ୍ୱାରା ଆପଣ ଙ୍କ ପାଚନ ଶକ୍ତି କୁ ମଧ୍ୟ ଭଲ କରିବ । ଆପଣ ଙ୍କ ଖାଦ୍ୟ ହଜମ ହେବ ଏବଂ ଏହା ରକ୍ତ ମଧ୍ୟ ବୃଦ୍ଧି ହେବ ।
ଶରୀର ସୁସ୍ଥ ରହିବ । ଏବଂ ଅନେକ ରୋଗ କୁ ମଧ୍ୟ ଦୁର କରିଥାଏ । ପେଟ ଜନିତ ସମସ୍ୟା କୁ ଦୁର କରିଥାଏ । ଗ୍ୟାସ ସମସ୍ୟା କୁ ମଧ୍ୟ ଦୁର କରିଥାଏ । ଖାଦ୍ୟ ରେ ଥିବା ଅରୁଚି କୁ ମଧ୍ୟ ଦୁର କରିଥାଏ । ଏହା ଛଡା ଆହୁରି ଅନେକ ଲାଭ ପ୍ରଦ ହୋଇଥାଏ । ତେବେ ଆସନ୍ତୁ ସେହି ଘରୋଇ ଉପଚାର ବିଷୟରେ ଆଲୋଚନା କରି ଜାଣି ନେବା ତା ବିଷୟରେ ।
ପ୍ରଥମେ ଆମେ ନେବା ଏକ ଲେମ୍ଭୁ ଯାହା ଟିକେ ହଳଦିଆ ଦେଖା ଯାଉଥିବ । ସବୁଜ ରଙ୍ଗ ର ନେବେ ନାହିଁ । ଅର୍ଥାତ ଯେଉଁ ଥିରେ ଅଧିକ ରସ ଥିବ ତାହାକୁ ନେବେ । ଲେମ୍ବୁ ଆମର ଅରୁଚି କୁ ଦୁର କରିଥାଏ । ଏବଂ ଆମ ହଜମ କୁ ମଧ୍ୟ ସଠିକ ରଖିଥାଏ । ଏବଂ ଏହା ଛଡା ଆଜି କାଲିର ପରିସ୍ଥିତି ରେ ଆମକୁ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ଭିଟାମିନ-ସି ର ଆବଶ୍ୟକତା ପଡିବ ଏବଂ ଲେମ୍ବୁ ରେ ଭରପୁର ମାତ୍ରା ରେ ଭିଟାମିନ- ସି ରହିଥାଏ । ତେଣୁ ତାହାକୁ ଏହି ସମୟରେ ସେବନ କରିବା ଅତ୍ୟନ୍ତ ଆବଶ୍ୟକ ।
ପ୍ରଥମେ ଲେମ୍ବୁ ନେଇ ତାକୁ କାଟି ଦିଅନ୍ତୁ ଏବଂ ତାହାର ମଞ୍ଜି କୁ କାଢ଼ିଦେବା । ଏକ ଲେମ୍ବୁ ର ଫାଳ ରେ ଟିକେ ଗୋଲ ମରିଚ ଗୁଣ୍ଡ ପକାଇବା । ଅଳ୍ପ ଟିକେ ପକାଇବା । ଏବଂ ତାପରେ ସେହି ଭଳି ଅଳ୍ପ ଲୁଣ ପକାଇବା । ଏହା ସହିତ ଆପଣ କଳା ଲୁଣ କୁ ମଧ୍ୟ ପକାଇ ପାରିବେ । ଏହା ପରେ ଏହାକୁ ଗ୍ୟାସ ରେ ଚିମୁଟା କିମ୍ବା କଣ୍ଟା ଚାମଚ ସାହାଯ୍ୟ ରେ ଗରମ କରିଦେବେ । ଯେତେବେଳେ ଟିକେ ଫୁଟିଯିବ ସେତେବେଳେ ଏହାକୁ କାଡ଼ିନେବା । ଏହାକୁ ଭଲ ଭାବରେ ଗରମ କରିଦେବା ।
ଏହା ପରେ ଏହାକୁ ଟିକେ ଥଣ୍ଡା ହେବାକୁ ଦେଇଦେବା । ଏବଂ ଥଣ୍ଡା ହେବା ପରେ ଆପଣ ଏହାକୁ ଠୋପେ ଠୋପେ ନିଜ ମୁହଁରେ ପକାଇ ଏହାର ସ୍ୱାଦ ନେଇ ପାରବେ । କିମ୍ବା ଏହାକୁ ସମ୍ପୂର୍ଣ୍ଣ ଭାବେ ଚିପୁଡି ଚାମଚ ସାହାଯ୍ୟ ରେ ବୁନ୍ଦେ ବୁନ୍ଦେ ନେଇ ସେବନ କରି ପାରିବେ । ଏହା ଦ୍ୱାରା ଆପଣ ଙ୍କ ର ଖାଦ୍ୟ ରେ ଥିବା ଅରୁଚି ଦୁର ହେବ ସ୍ୱାଦ ଆସିବ ଏବଂ ହଜମ ମଧ୍ୟ ସଠିକ ଭାବେ କାର୍ଯ୍ୟ କରିବ ।
ଯଦି ଆପଣ ଙ୍କୁ ଭୋକ ବି ଲାଗୁ ନଥିବ ଏହାକୁ ସେବନ କରିବା ଦ୍ୱାରା ଭୋକ ମଧ୍ୟ ହେବ । ଏହା ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡେ ନାହିଁ ଏବଂ ଏହାକୁ ପୁରାତନ ଯୁଗରେ ସ୍ତ୍ରୀ ଲୋକମାନେ ମଧ୍ୟ ଏହି ଉପାୟ କୁ କରୁଥିଲେ । ଏହା ଦ୍ୱାରା ଆମକୁ ଭିଟାମିନ-ସି ମିଳିଥାଏ ଏବଂ ଆମ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରାଇ ଥାଏ । ତେବେ ଆପଣ ମାନେ ଏହାକୁ ପ୍ରୟୋଗ କରନ୍ତୁ ଏବଂ ଏହାର ଲାଭ ମଧ୍ୟ ପ୍ରାପ୍ତ କରନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।