କୌତୁହଳ ରହସ୍ୟ ପ୍ରଶ୍ନ ସଭିଙ୍କୁ ଭଲ ଲାଗେ । ଏହାର ଉତ୍ତର ମଜାଦାର ହୋଇଥାଏ ସତ କିନ୍ତୁ ଉତ୍ତର ଆଦୌ ସହଜ ହୋଇନଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଢଗ ଢମାଳି ପ୍ରଶ୍ନ ଓ ଉତ୍ତର ।
୧-କାଦୁଅରେ ଗଡାପଡା,
ଆଠ ଗୋଟି ଗୋଡ ତାର,
ଦୁଇ ଗୋଡ ପାଙ୍କୁଡା ।
ଉତ୍ତର-କଙ୍କଡା
କାଦୁଅରେ ଗଡାପଡା ମାନେ କଙ୍କଡା ସବୁବେଳେ କାଦୁଅରେ ରହିଥାଏ । ଏବଂ କାଦୁଅରେ ଦେଖା ଦେଇଥାଏ । ଏହି କଙ୍କଡ଼ାର ଆଠଟି ଗୋଡ ଅଛି । ଆଗ ଦୁଇ ଗୋଡ଼ ପାଙ୍କୁଡା ଏବଂ ମୂନିଆ ହୋଇଥାଏ ।
୨-କାଳି ଗାଈ କାଳି ଘାସ ଖାଏ,
ବେକ ମୋଡ଼ିଦେଲେ ଘରକୁ ଯାଏ ।
ଉତ୍ତର-ଖୁର
ଏଠାରେ କାଳି ଗାଈ କୁ ଖୁର କୁହା ଯାଇଛି । ମାନେ ଏହି ଖୁର ଚୁଟି କଟା ରେ ବ୍ୟବହାର କରା ଯାଇଥାଏ । ଚୁଟିକୁ କଳା ଘାସ କୁହାଯାଇଛି । ଚୁଟି କାଟି ସାରିଲେ ଏହାକୁ ମୋଡିକରି ରଖା ଯାଇଥାଏ ।
୩-କେତେବେଳେ ପିଏ କଳା,
କେତେବେଳେ ପିଏ ନାଲି,
ପେଟ ସୁଖୀ ଗଲେ ଆଉ ନପାରାଇ ଚାଲି ।
ଉତ୍ତର-କଲମ
ଏହି କଲାମ କେତେବେଳେ କଳା କାଳି ରେ ଚାଲିଥାଏ । ଆଉ ମଧ୍ୟ କେତେବେଳେ ନାଲି କାଳୀରେ ଚାଲିଥାଏ । ଏହା ସେପର୍ଯ୍ୟନ୍ତ ଚାଲିଥାଏ, ଯେପର୍ଯ୍ୟନ୍ତ ସେଥିରେ କାଳିଥାଏ । ଏହାର ପେଟ ଶୁଖିଗଲେ ଅର୍ଥାତ କାଳି ଶୁଖିଗଲେ ଆଉ ଚାଲି ପାରଇ ନାହିଁ ।
୪-ଗଛ ଆଣ୍ଠିଏ ପତର ଛତା,
ମାଟିରେ ଫଳତା ଅଗଣତା ।
ଉତ୍ତର-ସାରୁ
ସାରୁ ଗଛ ଛୋଟିଆ ଟିଏ ଦେଖିବାକୁ । କିନ୍ତୁ ଏହାର ପତ୍ର ଛତା ଭଳି ଦେଖିବାକୁ । ଏହା ମାଟିତଳେ ଫଳିଥାଏ । ଏହି ସାରୁ ଯେତେବେଳେ ଫଳି ଥାଏ ।
୫-ଗଛୁ ଓହ୍ଲାଇଲେ ବାଉ ଜଣେ,
ତାଙ୍କ ଦେହରେ କାଛୁ ପଣେ ।
ଉତ୍ତର-ପଣସ
ଏହାର ମାନେ ଏହି ପଣସ ଦେଖିବାକୁ ବହୁତ ବଡ଼ ହୋଇଥାଏ । ଏହା ସବୁଜ ରଙ୍ଗର ହୋଇଥାଏ । ଏହା ଗଛରେ ଓହଳି କରିଥାଏ । ଏହି ପଣସ ଦେହରେ ବହୁତ କାଛୁ ମାନେ ମୂନିଆ ମୂନିଆ ଯାହା କଣ୍ଟା ଭଳିଆ ଥାଏ ।
୬-ଗଛ ଚାଖଣ୍ଡେ ପତର ଖଣ୍ଡେ,
ଦେଲୋ ନାନୀ ଦଳି ଖାଇବି ଖଣ୍ଡେ ।
ଉତ୍ତର-ଦୁକୁଦା
୭-ନାଂଚାରେ ଚଟଣି
ପାଚିଲେ ସଢା
ଫୁଲର ବାସନା ବହୁତ କଡା,
ଜାତିଜାତିକା ପେନ୍ଥା ପେନ୍ଥା ଫଳ
ସଭିଙ୍କର ସିଏ ଲୋଡ଼ା ।
ଉତ୍ତର-ଆମ୍ବ
ଏହି ଆମ୍ବ କୁ ଜାତୀୟ ଫଳ ବୋଲିମଧ୍ୟ କୁହାଯାଇଛି । ଏବଂ ପାଚିଲେ ହଳଦିଆ ଦେଖାଯାଇଥାଏ । ଏହାକୁ କଞ୍ଚା ସମୟରେ ଚଟଣି କରି ଖିଆ ଯାଇଥାଏ । ଏହି ଫଳ ଅଧିକ ପାଚିଲେ ସଢ଼ି ଯାଇଥାଏ । ଏହି ଫଳ ଗଛରେ ଲାଗି ଲାଗି କରି ଆଉ ପେନ୍ଥା ପେନ୍ଥା ହୋଇକରି ଥାଏ ।
୮-ଗୋଟିଏ ଥାଳିରେ ଦୁଇଟି ଅଣ୍ଡା,
ଗୋଟିଏ ଗରମ ଅନ୍ୟଟି ଥଣ୍ଡା ।
ଉତ୍ତର-ଚନ୍ଦ୍ର ଏବଂ ସୂର୍ଯ୍ୟ
ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ର ମାନେ ଏହି ସୂର୍ଯ୍ୟ ଏବଂ ଚନ୍ଦ୍ର ଆକାଶରେ ଦେଖିବାକୁ ଅଣ୍ଡା ର ଆକାର ସହିତ ସମାନ । । ଯେପରି ପୂର୍ଣ୍ଣିମାରେ ପୁର୍ଣ ଚନ୍ଦ୍ର ହୋଇଥାଏ । ସୂର୍ଯ୍ୟ ବହୁତ ଗରମ ହୋଇଥିବା ବେଳେ ଚନ୍ଦ୍ର ବହୁତ ଥଣ୍ଡା ହୋଇଥାଏ ଏବଂ ଚନ୍ଦ୍ର ରାତିରେ ଦେଖା ଯାଇଥାଏ । ଏହି ଚନ୍ଦ୍ରର ଆଲୋକ ବହୁତ ଥଣ୍ଡା ହୋଇଥାଏ ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ । ପେଜକୁ ଲାଇକ କରିଦିଅନ୍ତୁ ଆମ ସହିତ ଆଗକୁ ରହିବା ପାଇଁ ।