ଗର୍ଭବତୀ ହେଲେ ଗାୟିକା ନେହା କକ୍କର, ସ୍ୱାମୀ ଦେଲେ ଏପରି କମେଣ୍ଟ

ବଲିଉଡର ଗାୟିକା ନେହା କକ୍କର, ଦୁଇମାସ ନିଜ ବିବାହ କୁ ପୁରା କରିବାକୁ ଯାଉଛନ୍ତି, ଏବଂ ବର୍ତ୍ତମାନ ଗାୟିକା ଙ୍କ ବିଷୟରେ ଏକ ବଡ଼ ଖବର ଆସିଛି । ବଲିଉଡ ଲୋକପ୍ରିୟ ସିଙ୍ଗର ନେହା କକ୍କର ହଠାତ ଏତେ ଶୀଘ୍ର ନିଜ ବିବାହର ଖବର ପରେ ପ୍ରେଗନେଣ୍ଟ ଖବର ଦେଇ ଚର୍ଚ୍ଚା କୁ ଆସିଯାଇଛନ୍ତି । ହାର୍ଦିକ ପାଣ୍ଡ୍ୟା ଙ୍କ ପରେ ଏହା ଦ୍ରୁତତମ ନୂଆ ଅତିଥି ଆସିବାର ଖବର ବୋଲି ଚର୍ଚ୍ଚା ହେଉଛି । ଏହା ମଧ୍ୟ ଅନେକ ଫ୍ୟାନ ଚର୍ଚ୍ଚା କରୁଛନ୍ତି ବିବାହର ଦୁଇ ମାସ ମଧ୍ୟରେ କିପରି ନେହା ଗର୍ଭବତୀ ହୋଇପାରିଲେ?

ତେବେ ଏହି ଖୁସି ଖବର କୁ ସେୟାର୍ କରିଛନ୍ତି ନିଜେ ନେହା କକ୍କର । ନିଜ ସ୍ୱାମୀ ଙ୍କ ସହ ଏକ ବେବି ବମ୍ପ ଫଟୋ ମଧ୍ୟ ସେୟାର୍ କରିଛନ୍ତି । ତେବେ ଏହି ଫଟୋ ରେ ଭାଇ ତୋନି କକ୍କର ମଧ୍ୟ କମେଣ୍ଟ କରି ଲେଖିଛନ୍ତି ‘ମୁଁ ମାମୁଁ ହୋଇଗଲି’ବାସ୍ତବରେ ନେହା କକ୍କର ଆଜିକାଲି ଗର୍ଭବତୀ ଅଛନ୍ତି ।

ନେହା ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ନେହାଙ୍କ ସାପ୍ରାଇଜ ରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ, ଡିସେମ୍ବର 18, 2020 ରେ ନେହା କକ୍କର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ରୋହନପ୍ରୀତଙ୍କ ସହ ତାଙ୍କ ଛୁଆର ଫଟୋ ସେୟାର କରିଥିଲେ ।

ଏହି ଫଟୋରେ ନେହାଙ୍କ ଗର୍ଭବତୀ ଫଟୋ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ । ଏହି ଛବି ଶେୟାର କରି ନେହା କ୍ୟାପସନରେ ଲେଖିଛନ୍ତି, “ନିଜର ଯତ୍ନ ନିଅ” । ବିଶେଷ କଥା ହେଉଛି ନେହାଙ୍କ ସ୍ୱାମୀ ରୋହନପ୍ରୀତ ସିଂ ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି । ସେ ଏହି ମନ୍ତବ୍ୟରେ ଲେଖିଛନ୍ତି, ନେହେରୁ, ତୁମକୁ ଅଧିକ ଯତ୍ନ ନେବାକୁ ପଡ଼ିବ ।

ଆମେ ଆପଣଙ୍କୁ ଏଠାରେ କହିରଖିବୁ ଯେ 24 ଅକ୍ଟୋବର 2020 ରେ ନେହା କକ୍କର ଏବଂ ରୋହନପ୍ରୀତ ସିଂ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନଙ୍କ ବିବାହ ଠାରୁ ରିସେପ୍ସନ୍ ପର୍ଯ୍ୟନ୍ତ ଫଟୋ ଏବଂ ପରେ ଦମ୍ପତିଙ୍କ ହନିମୁନ୍ ସୋସିଆଲ୍ ମିଡିଆରେ ଭାଇରାଲ୍ । ଏସବୁ ମଧ୍ୟରେ ନେହା ଏହି ଆଶ୍ଚର୍ଯ୍ୟ ପ୍ରକଟ କରି ପ୍ରଶଂସକମାନଙ୍କୁ ବହୁତ ଖୁସି କରିଛନ୍ତି । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *