ରିଅଲ ଲାଇଫ ରେ ଦିଅର ଭାଉଜ ଅଟନ୍ତି ଫିଲ୍ମ ଦୁନିଆର ଏହି ଷ୍ଟାରମାନେ

ବନ୍ଧୁଗଣ ଆପଣ ଅଭିନୟ ଜଗତରେ ପରିବାର କୁ ନେଇ ଅନେକ ଚଳଚ୍ଚିତ୍ର ଦେଖିଥିବେ । ସେ ସାଉଥ ଇଣ୍ଡଷ୍ଟ୍ରୀ ହଉ କିମ୍ବା ହିନ୍ଦୀ ସିନେମା ଜଗତ। ଯେଉଁଠି ଅଭିନେତା ଓ ଅଭିନେତ୍ରୀ ମାନେ ଭାଇ ଭଉଣୀ ଓ ପ୍ରେମିକ ପ୍ରେମିକା ଛଡା ଆଉ ଏକ ଯୋଡି ଦେଖିବାକୁ ମିଳିଥାଏ ଭାଉଜ ଓ ଦିଅରଙ୍କ ଯୋଡି । ଏଥିରେ ମଜା ମସ୍ତି ଏବଂ ଭଲପାଇବା ଦେଖିବାକୁ ମିଳିଥାଏ । ସେହିପରି ବାସ୍ତବ ଜୀବନ ରେ ମଧ୍ୟ ଏହି ଭଳି ଭାଉଜ ଓ ଦିଅରଙ୍କ ଯୋଡି ଖୁବ ପ୍ରସିଦ୍ଧ ଅଟେ । ତେବେ ଆସନ୍ତୁ ଜାଣିବା ସେହି ଯୋଡି ମାନଙ୍କ ବିଷୟରେ ।

୧.ସର୍ଵ ପ୍ରଥମ ଯୋଡି ହେଉଛି ବିଦ୍ୟା ବାଲନ ଓ ଆଦିତ୍ୟ ରାୟ କପୂର । ଅଭିନୟ କ୍ଷେତ୍ରରେ ଏହି ଦୁଇ ଅଭିନେତା ଅଭିନେତ୍ରୀ ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି । ‘କାହାନୀ’ ଓ ‘ମିଶନ ମଙ୍ଗଳ’ ଭଳି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ବିଦ୍ୟା ବାଲନ ୨୦୧୨ ରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରାୟ କପୂର ଙ୍କ ସହ ବିବାହ କରିଥିଲେ ।

ସିଦ୍ଧାର୍ଥ ରାୟ କପୂର ଓ ଆଦିତ୍ୟ ରାୟ କପୂର ବାସ୍ତବରେ ଭାଇ ଅଟନ୍ତି ଯ ଦ୍ବାରା ବିଦ୍ୟାବାଲନ ଓ ଆଦିତ୍ୟ ରାୟ କପୂର ବାସ୍ତବରେ ଭାଉଜ ଓ ଦିଅର। ଏମାନଙ୍କ ମଧ୍ୟରେ ଘନିଷ୍ଠ ମିତ୍ରତା ମଧ୍ୟ ଅଛି ଏବଂ ସବୁ କଥା ମଧ୍ୟ ପରସ୍ପର ସହ ଆଲୋଚନା ମଧ୍ୟ କରନ୍ତି।

୨.ଦ୍ଵିତୀୟ ଯୋଡ଼ି ହେଉଛି ରାନୀ ମୁଖାର୍ଜୀ ଓ ଉଦୟ ଚୋପ୍ରା। ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ ଙ୍କ ଦିଅର ହେଉଛନ୍ତି ‘ଧୂମ ୪’ ଓ ‘ମୋହବତେ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଉଦୟ ଚୋପ୍ରା ସେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଙ୍କ ଭାଇ। ୨୦୧୪ ରେ ରାନୀ ଓ ଆଦିତ୍ୟଙ୍କ ବିବାହ ହୋଇଥିଲା। ବାସ୍ତବ ରେ ଥିବା ଏହି ଦିଅର ଭାଉଜ ଙ୍କ ଯୋଡି ୨୦୦୨ ରେ ଆସିଥିବା ଚଳଚ୍ଚିତ୍ର ‘ମୁଝସେ ଦୋସ୍ତି କରୋଗୀ’ ରେ ନଜର ଆସିଥିଲେ।

୩.ତୃତୀୟ ଯୋଡ଼ି ହେଉଛି କାର୍ଥୀ ଓ ଜ୍ୟୋତିକା। ‘ମ୍ୟାଡାମ ଗୀତା ରାନୀ’ ଓ ‘ଚନ୍ଦ୍ରମୁଖୀ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ରେ ଅଭିନୟ କରି ଥିବା ଅଭିନେତ୍ରୀ ଜ୍ୟୋତିକା ଏବଂ ‘କ୍ୟାଥି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା କାର୍ଥୀ ବାସ୍ତବରେ ଦିଅର ଓ ଭାଉଜ। ୨୦୦୬ ରେ ଜ୍ୟୋତିକା ଅଭିନେତା କାର୍ଥୀଙ୍କ ବଡଭାଇ ଓ ସାଉଥ ର ପ୍ରସିଦ୍ଧ ଅଭିନେତା ସୂର୍ୟ୍ଯା ଙ୍କ ସହ ବିବାହ କରିଥିଲେ। ଏହି ଭାଉଜ ଦିଅର ଙ୍କ ମଧ୍ୟ ରେ ବହୁତ ଭଲ ପାଇବା ଅଛି ଏବଂ ପରସ୍ପରକୁ ସାହାଯ୍ୟ କରିଥାନ୍ତି ସେ ଅଭିନୟ ହେଉ କି ବାସ୍ତବରେ।

୪.ଚତୁର୍ଥ ଯୋଡି ହେଉଛି ସାମନ୍ଥ ଓ ଅକୀନେନୀ। ସାଉଥ ର ସୁନ୍ଦରୀ ଓ ପ୍ରସିଦ୍ଧ ଅଭିନେତ୍ରୀ ସାମନ୍ଥ ଏବଂ ‘ମିଷ୍ଟର ମଜନୁ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ଅଖିଲ ଅକୀନେନି ବାସ୍ତବରେ ଭାଉଜ ଦିଅର। ୨୦୧୭ ରେ ସାମନ୍ଥ ସାଉଥ ର ପ୍ରସିଦ୍ଧ ଅଭିନେତା ନାଗ ଚୈତନ୍ୟ ଙ୍କ ସହ ବିବାହ କରିଥିଲେ।

୫.ପଞ୍ଚମ ଯୋଡି ହେଉଛି ସ୍ନେହ ରେଡ୍ଡୀ ଓ ରାମ ଚରଣ । ସାଉଥ ର ମେଘା ଷ୍ଟାର ରାମଚରଣ ଓ ସ୍ନେହା ରେଡ୍ଡୀ ବାସ୍ତବରେ ଭାଉଜ ଦିଅର। ସ୍ନେହା ସାଉଥ ର ସୁପର ଷ୍ଟାର ଅଲୁ ଅର୍ଜୁନ ଙ୍କ ସ୍ତ୍ରୀ ଓ ରାମ ଚରଣ ଅଲୁ ଅର୍ଜୁନ ଙ୍କ ଦାଦା ପୁଅ ଭାଇ ହେବେ। ଏମାନଙ୍କ ମଧ୍ୟରେ ମଧ୍ୟ ବହୁତ ଭଲ ସଂପର୍କ ଅଛି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିଦେବେ ଓ ଆଗକୁ ମନୋରଞ୍ଜନ ଦୁନିଆର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *