ଘରେ ସବୁବେଳେ ଝଗଡା ହେଉଥିଲେ କଣ କରିବେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଜୀବନରେ କେତେବେଳେ ସୁଖ ଓ କେତେବେଳେ ଦୁଃଖ ରହିଥାଏ । ତଥାପି ମଣିଷକୁ ସୁଖ ଓ ଦୁଃଖ ଦେଇ କରି ଆଗକୁ ଯିବା ପାଇଁ ପଡିଥାଏ  କାରଣ ସେ ଯଦି କୌଣସି ପରିସ୍ଥିତି ପାଖରେ ଅଧିକ ସମୟ ରହିଯିବ । ତେବେ ସେ ସମୟ ସହିତ ଆଗକୁ ଯାଇପାରିବ ନାହିଁ ।ଆଜି ଆପଣ ମାନେ କିପରି ଭାବରେ ନିଜ ପରିବାର ସହିତ ତାଳ ମିଳାଇ ଆଗକୁ ଯାଇ ସୁନ୍ଦର ପରିବାରଟି ଗଢିପାରିବେ । ସେହି ବିଷୟରେ ଆଲୋଚନା କରିବା ।

ଜଣେ ବ୍ୟକ୍ତି ଗୋଟେ ବିଦେଶୀ ଝିଅକୁ ଭଲ ପାଇ ବାହା ହୋଇ ଘରକୁ ନେଇ ଆସିଲା । ଏପରି ଝିଅକୁ ଭଲ ପାଇ ବାହା ହୋଇ ଘରକୁ ନେଇ ଆସିଥିବାରୁ ମା ଓ ପୁତ୍ର ମଧ୍ୟରେ କିଛି ଦିନ କଳହ ଲାଗିରହିଲା । ତାପରେ ସମୟ ସହିତ ସବୁ କିଛି ଠିକ ହୋଇଗଲା । ଦିନକର କଥା ସେହି ବୋହୁର ଜନ୍ମ ଦିନ ଆସିଲା । ବୋହୁର ଜନ୍ମ ଦିବସକୁ ପାଳନ କରିବାକୁ ଯାଇ ଘରେ ଆୟୋଜନ ଚାଲିଥିଲା ।

ବୋହୁ କହିଲା ଯେହେତୁ ମୋର ଜନ୍ମ ଦିନ ତେବେ ମୁଁ ଆମିଷ ଖାଇବି । ଏହା ଶୁଣି ଶାଶୁ କହିଲା । ଜନ୍ମ ଦିନ ପରି ଶୁଭ ଅବସରରେ ତୁ ଆମିଷ ଖାଇବୁ । ଏହା ଶୁଣି ପୁଅର ମୁଣ୍ଡ ଅସ୍ତ ବ୍ୟସ୍ତ ହୋଇଗଲା । କାରଣ ସେ ସେହି ସମୟରେ ନା ନିଜ ମା’ ର ସପକ୍ଷ ନେଇପାରୁଛି ନା ନିଜ ସ୍ତ୍ରୀର ସପକ୍ଷ ନେଇପାରୁଛି । ତାପରେ ଶାଶୁ ଓ ବୋହୁଙ୍କର କଳି ଦେଖି ଦେଖି ପୁଅ କଙ୍କଡା କିଣି ଆଣିବାକୁ ବଜାରକୁ ଗଲା ।

ବଜାରରେ ସ୍ତ୍ରୀ ପସନ୍ଦ କରିଥିବା କଙ୍କଡା ପାଇବାକୁ ବହୁ ସମୟ ଲାଗିଗଲା । ଘରେ ଆସି ପହଞ୍ଚି ଦେଖିଲା ବେଳକୁ ସମୟ ବହୁତ ହୋଇଗଲାଣି । ମା’ ପୁଅକୁ ସ୍ତ୍ରୀ ପାଇଁ କଙ୍କଡା ଆଣିବାର ଦେଖି ରାଗ ତମ ତମ ହୋଇ ପୁଅ ସହିତ ଝଗଡା କରିଲା । ଏହିପରି ସ୍ତ୍ରୀ ଓ ମାର କଥା ଶୁଣି ବିଚରା ପୁଅଟି ଅସ୍ତ ବ୍ୟସ୍ତ ହୋଇ ଆଣିଥିବା କଙ୍କଡା ଜରିଟି ତଳେ ପଡିଗଲା। ତାପରେ ଘର ସାରା କଙ୍କଡା ଚାଲିବାକୁ ଲାଗିଲେ ।

ସେହି ସମୟରେ ସ୍ତ୍ରୀ ଜଣଙ୍କ କଙ୍କଡା ଗୋଟାଇବା ସମୟରେ ବ୍ୟସ୍ତ ଥିବା ବେଳେ ମା ସେହି ସମୟରେ ମା’ କଙ୍କଡା ପଡିଥିବା ସ୍ଥାନକୁ ସଫା କରି ପବିତ୍ର କରିବାକୁ ଲାଗିଯାଇଛନ୍ତି । ସମସ୍ତଙ୍କ ମନ ଅଶାନ୍ତ । ଏହି ସମୟରେ ପୁଅର ସାଙ୍ଗ ଆସି ଘରେ ପହଞ୍ଚିଲା । ସମସ୍ତଙ୍କ ମନ ଉଦାସ ଦେଖି କଥା କଣ ହୋଇଛି ବୋଲି ମନେ ମନେ ଚିନ୍ତା କରି କହିଲା । ତାପରେ ପୁଅ ସମସ୍ତ ଘଟଣା ସାଙ୍ଗ କୁ ଜଣାଇଲା ।

ତାପରେ ସାଙ୍ଗ ବୁଝାଇବାକୁ ଯାଇ ସାଙ୍ଗର ସ୍ତ୍ରୀ ଭାଉଜକୁ କହିଲା । ଭାଉଜ ତମେ ଯଦି ଆଜି ଭଳି ଦିନରେ ଆମିଷ ଖାଇବାକୁ କହିନଥାନ୍ତ । ତେବେ ଆଜି ଏପରି ପରିସ୍ଥିତି ହୋଇନଥାନ୍ତା । ଅପର ଅପକ୍ଷରେ ଯଦି ବୋହୁର ଇଛା ଥିଲା ଆମିଶ ଖାଇବାକୁ ଯଦି ସେହି ସମୟରେ ବୋହୁର କିଛି ଖୁସି ପାଇଁ ଶାଶୁ ଏତିକି କରିଦେଇଥାନ୍ତା । ତେବେ ବିଚରା ସ୍ଵାମୀର ଏପରି ଅବସ୍ତା ହେଇନଥାନ୍ତା ।

ଏହି କଥାର ଅର୍ଥ ହେଉଛି ପରିବାରର ସମସ୍ତ ସଦସ୍ୟଙ୍କ ସହିତ ମନ ମିଳାଇ ଚାଲିବା ଉଚିତ । ଛୋଟ ଛୋଟ କଥାରେ ରାଗ ରୁଷ ନକରି ସମସ୍ଯା ରୂପକ ଝଡକୁ ମୁଣ୍ଡ ନୂଆଁଇ କିଛି ସମୟ ସହିଗଲେ । ସମସ୍ଯାର ସମାଧାନ ହୋଇଯାଇଥାନ୍ତା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *